40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପରୀକୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚାର ବିକ୍ଷୋଭ ପ୍ରଦର୍ଶନ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା...

ପରୀକୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚାର ବିକ୍ଷୋଭ ପ୍ରଦର୍ଶନ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ

ବଲାଙ୍ଗୀର- (ଦେବାଶିଷ ମିଶ୍ର) ଆଜି ଅପରାହ୍ନ ରେ ସ୍ଥାନୀୟ କଚେରୀ ଛକଠାରେ ଭାରତୀୟ ଜନତା ପାର୍ଟି ତରଫରୁ ବହୁ ଚର୍ଚ୍ଚିତ ପରି ଅପହରଣ ଓ ହତ୍ୟା ଘଟଣା ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକ ଦାହ କରି ବିରୋଧ ପ୍ରଦର୍ଶନ କରିଥିଲେ ।
ନୟାଗଡର ନାବାଳିକା ଶିଶୁକନ୍ୟାର ହତ୍ୟାକାରୀକୁ ଗିରଫ କରିବା ପାଇଁ ଭାଜପା ବାରମ୍ବାର ଦାବୀ କରି ଆସୁଥିଲା।କିନ୍ତୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ମନ୍ତ୍ରୀ ଶ୍ରୀ ସାହୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ଦେଉଥିବା ଦୁଃଖ ର ବିଷୟ ବୋଲି ମୋର୍ଚ୍ଚାର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଅନ୍ୟପକ୍ଷେ ଘଟଣାକୁ ଚପାଇଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ଧମକ ଦେଉଥିବା ଅଡିଓ ମଧ୍ୟ ଭାଇରାଲ ହୋଇଛି । ଏଣୁ ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ସମସ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବା ପାଇଁ ସେମାନେ ଦାବୀ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମ ରେ ଭାଜପା ର ବରିଷ୍ଠ ନେତ୍ରୀ ପଙ୍କଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ଆରତୀ ଗୁରୁ, ରଶ୍ମିରେଖା ଦାନୀ, ବାସନ୍ତୀ ଜେନା, ପିତାମ୍ବର ଖମାରୀ, ସଞ୍ଜୁ ନାୟକ, ସରିତା ଯୋଶୀ , ବନଶ୍ରୀ ଆଚାର୍ଯ୍ୟ, ସୌଦାମିନୀ ମିଶ୍ର, ଅନିତା ମିଶ୍ର, ଧର୍ମେନ୍ଦ୍ର ଅଗ୍ରୱାଲ, ଲଳିତ ଶର୍ମା, ମଦନ ସେଠ୍, ପ୍ରଭୃତି ପ୍ରମୁଖ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking