37.2 C
Bhubaneswar
Friday, April 19, 2024
Homeଓଡିଶାବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆଙ୍କାକ୍ଷ୍ୟାକୁ ପୁରା କରିବା ଭଳି ବଜେଟ :...

ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆଙ୍କାକ୍ଷ୍ୟାକୁ ପୁରା କରିବା ଭଳି ବଜେଟ : ବିଜେପି

 ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତିୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ
କ୍ରାନ୍ତିକାରି ବଜେଟ
 ଏହି ବଜେଟ ଆଙ୍କାକ୍ଷ୍ୟାର ଭାରତ ନିର୍ମାଣ, ଅର୍ଥନୈତିକ ପ୍ରଗତି, ଓ ଏକ ଯତ୍ନବାନ ସମାଜର ନିର୍ମାଣର ଚିନ୍ତାଧାରା
ଉପରେ ପରିବେଷ୍ଟିତ
 ମୋଦିଜିଙ୍କର ନୁଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ
 ଦେଶର ଚାଷ ଠାରୁ ଆରମ୍ଭ କରି ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ
କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି
 ବାର୍ଷୀକ ରୋଜଗାର ୫ ଲକ୍ଷରୁ ୧୫ ଲକ୍ଷ ସୀମାରେ ଆୟକର କମାଇବା ଦେଶର ଆର୍ଥୀକ ପ୍ରଗତିରେ ଏକ ବଡ ଭାଗିଦାରି
ଦେଇ ଆସିଥିବା ମଧ୍ୟମ ବର୍ଗଙ୍କୁ ଲାଭ ଦେବ
 ନୂଆ ବଜେଟରେ ଆସିଥିବା ଆୟ କର ଦେଶର ଇତିହାସରେ ସବୁଠାରୁ କମ୍‌
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତୀୟ
ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା
ସିତାରମଣ ଆଣିଥିବା ଏହି ସବୁ ବର୍ଗକୁ ସୁହାଇଲା ଭଳି ବଜେଟ । ମୋଦିଜିଙ୍କର ନୁଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ
କରିବା ଦିଗରେ ଏହି ବଜେଟ ସଫଳ ହେବ । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ
ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଦେଶର ଯୁବ ବର୍ଗଙ୍କର ସ୍ପପ୍ନକୁ ପୁରଣ କରିବା ଦିଗରେ
ଏହି ବଜେଟ ଆଗାମି ଦିନରେ ଏକ ବଡ ଭୂମିକା ନେବାକୁ ଯାଉଛି ବୋଲି କହିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ।
ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ ଆୟକର ସୀମାକୁ କମାଇବା ଏହି ବଜେଟର ଏକ ବଡ ଉପଲବଧି । ବର୍ଷକୁ ୫ ଲକ୍ଷ ରୁ
୧୫ ଲକ୍ଷ ରୋଜଗାର କରୁଥିବା ବର୍ଗର ଲୋକମାନଙ୍କ ଆୟକରର ବିଭିନ୍ନ ସ୍ଲାବରେ ୧୦% ରିହାତି ଦିଆଯାଇଛି । ସେହିପରି ପ୍ରତି
ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠାର ଘୋଷଣା ଓଡିଶା ଭଳି ରାଜ୍ୟକୁ ଯାହା ସ୍ୱାସ୍ଥ୍ୟସେବାରେ ପଛୁଆ ବଡ ଲାଭ ଦେବ । ସେହିପରି
୧୫୦ ଡିଗ୍ରି-ଡିପ୍ଲୋମା ଇଜିଂନିୟରିଙ୍ଗ କଲେଜ ଦେଶରେ ପ୍ରତିଷ୍ଠା ହେବ । ବଜେଟରେ ୩.୬ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି
ଗ୍ରାମାଂଚଳରେ ପ୍ରତି ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ । ଓଡିଶାରେ ଯେଉଁଠି ଗ୍ରାମାଂଚଳରେ ମାତ୍ର ୫%
ପରିବାର ପାଇପ ଯୋଗେ ପିଇବା ପାଣି ପାଉଛନ୍ତି, ଏହି ବଜେଟ ଓଡିଶା ପାଇଁ ବରଦାନ ହେବା ଭଳି ହେବ । ମାଛ ଚାଷର ବିକାଶ
ପାଇଁ ଏହି ବଜେଟରେ ବ୍ୟାପକ ଧ୍ୟାନ ଦିଆଯାଇଛି । ଓଡିଶାର ବିଶାଳ ଜଳସମ୍ପଦ ଥିବା କାରଣରୁ ଓଡିଶା ଏହାର ଏକ ବଡ ଲାଭାର୍ଥୀ
ରାଜ୍ୟ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ବ୍ୟବସ୍ଥା କରାଯାଇଛି । ଓଡିଶା ଭଳି ରାଜ୍ୟ ଯେଉଁଠି ସ୍ୱାସ୍ଥ୍ୟ ସେବା ଓ
ଡାକ୍ତର ଅଭାବ ଏକ ବଡ ସମସ୍ୟା, ଏହି ବ୍ୟବସ୍ଥା ଲାଭ ଦେବ । ସେହିପରି ମହିଳା ଓ ଶିଶୁମାନଙ୍କର କୁପୋଷଣ ଅପପୁଷ୍ଟି ଦୂରିକରଣ
ପାଇଁ ୩୫,୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଓଡିଶା କୁପୋଷଣ ଅପପୁଷ୍ଟିରେ ଦେଶରେ ସବୁଠାରୁ ପଛରେ । ଏହି ବଡ ଅଙ୍କରେ
ପ୍ରାବଧାନ ଓଡିଶାର ଗରିବ ମହିଳା ଓ ଶିଶୁମାନଙ୍କର ସ୍ୱାସ୍ଥ୍ୟର ବିକାଶରେ ଏକ ବଡ ଭୁମିକା ନେବ । ବିଭିନ୍ନ ଗରିବ କଲ୍ୟାଣ ଯୋଜନା
ଯେପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏସବୁଥିରେ ଅର୍ଥ
ବରାଦ ବଢିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ପାଳିର ସରକାର ଦେଶର ଗରିବ, ବଂଚିତ, ଦଳିତ ଓ
ପଛୁଆ ବର୍ଗର ଲୋକମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୁରଣ କରିଥିଲା । ୭୦ ବର୍ଷର କଂଗ୍ରେସ ସରକାର ଯାହା ୭୦
ବର୍ଷରେ କରିପାରିନଥିଲା ମୋଦିଜି ତାଙ୍କ ପ୍ରଥମ ୫ ବର୍ଷରେ କରିପାରିଲେ । ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା
ପାଇଁ ଗ୍ୟାସ, ମୁଣ୍ଡକୁ ଛାତ ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଭତା ଏସବୁ ଲୋକମାନଙ୍କ ପାଖରେ ପହଂଚାଇବା
ମୋଦିଙ୍କ ସରକାରର ପ୍ରଥମ ପାଳିର ମୁଳ ଲକ୍ଷ୍ୟ ଥିଲା । ପ୍ରଥମ ପାଳିର ଥିଲା ଆବଶ୍ୟକତାର ୫ ବର୍ଷ । ଏବେ ଦ୍ୱିତିୟ ପାଳିର ୫ ବର୍ଷ
ହେଉଛି ଆଙ୍କାକ୍ଷାର ୫ ବର୍ଷ । ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ
ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking