37.1 C
Bhubaneswar
Thursday, March 28, 2024
Homeଓଡିଶାଚିଲିକା ବିଧାୟକଙ୍କୁ ଜେଲରେ ଭର୍ତି ନକରି ଡାକ୍ତରଖାନା ପରିସରରେ କିପରି ରାଜକୀୟ ଜୀବନ ବିତାଇବାକୁ ଅନୁମତି...

ଚିଲିକା ବିଧାୟକଙ୍କୁ ଜେଲରେ ଭର୍ତି ନକରି ଡାକ୍ତରଖାନା ପରିସରରେ କିପରି ରାଜକୀୟ ଜୀବନ ବିତାଇବାକୁ ଅନୁମତି ଦିଆଯାଇଛି ? : ବିଭୁ ତରାଇ

*ହସପିଟାଲରେ ରହି ଆଇନର ଗଳାବାଟ ଦେଇ ଜେଲ୍ ଯିବାକୁ ଏଡାଇ ଆସୁଛନ୍ତି ଗିରଫ ବିଧାୟକ
*ହସପିଟାଲ ପରିସରକୁ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ସହ ସେ ନିଜ ସହକର୍ମୀଙ୍କ ସହ ମୈାଜ ମଜଲିସ୍ କରୁଛନ୍ତି ଗିରଫ ବିଧାୟକ
*ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ତରଫରୁ ହସପିଟାଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ

ଭୂବନେଶ୍ୱର: ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗବେଙ୍କ ଭଳି ଜଣେ ଅଭିଯୁକ୍ତଙ୍କୁ ଜେଲରେ ଭର୍ତି ନକରି ଡାକ୍ତରଖାନା ପରିସରରେ କିପରି ରାଜକୀୟ ଜୀବନ ବିତାଇବାକୁ ଅନୁମତି ଦିଆଯାଇଛି ? ଜେଲ୍ ନଯିବାର ବାହାନା ଦେଖାଇ ମିଛଟାରେ ଚିକିିତ ହେଉଥିବା ଶ୍ରୀ ଜଗବେଙ୍କ ସମସ୍ତ ପୁରୁଣା ରୋଗର ଇତିହାସ କାହିଁକି ସାର୍ବଜନୀନ କରାଯାଉନାହିଁ ? ଡାକ୍ତରଖାନାରେ ଚିକିିତ ରୋଗୀମାନେ ମଦ୍ୟପାନ କରିବାର ଅନୁମତି ଅଛି କି ? କଏଦୀ ଏବଂ ଡାକ୍ତରଖାନାରେ ଭର୍ତି ହୋଇଥିବା ଅଭିଯୁକ୍ତଙ୍କ ପାଇଁ କୌଣସି ଭିଜନ୍ ରେଜିଷ୍ଟରର ବ୍ୟବସ୍ଥା ଅଛି ନା ନାହିଁ ? ବିଜେପି ଅନୁସୁଚିତ ଜାତି ରାଜ୍ୟ ସଭାପତି ଶ୍ରୀ ବିଭୁ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚିକିିତ ହେଉଥିବା ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗବେ ଭୂବନେଶ୍ୱର କ୍ୟାପିଟାଲ ହସପିଟାଲ ର୍ନିେଶକଙ୍କୁ ଭେଟି ଏହି ଭଳି ବିଭିନ୍ନ ପ୍ରଶ୍ନ କରିଛନ୍ତି ।
ଆଇପିସିର ଧାରା ୩୪୧,୨୯୪,୩୨୩,୫୦୬ ଏବଂ ୩୪ ଓ ଏସସି ଏସଟି (ପିଓଏ) ଅଧିନିୟମ ୧୯୮୯ମସିହାର ଧାରା ୩(୧)(କ୍ସ) (ଙ୍ଘ)ରେ ଗିରଫ ହୋଇ ଜାମିନ ନାମଂଜୁର ହେବା ପରେ କୈାଣସି ରୋଗର ଇତିହାସ ନଥିବା ସତ୍ୱେ ଅସୁସ୍ଥତା ଦର୍ଶାଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗବେ ଭୂବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିିତ ହେଉଛନ୍ତି । ହସପିଟାଲରେ ରହି ଆଇନର ଗଳାବାଟ ଦେଇ ଜେଲ୍ ଯିବାକୁ ଏଡାଇ ଆସୁଛନ୍ତି । ଶାସକ ବିଜେଡି ଶ୍ରୀ ଜଗବେଙ୍କୁ ଦଳରୁ ନିଲମ୍ବିତ କରିବାର ଡ୍ରାମା କରି ପରୋକ୍ଷରେ ସମସ୍ତ ପ୍ରକାରର ସହାୟତା ଓ ସହଯୋଗ କରିଆସୁଛି । ପୂର୍ବରୁ ପୋଲିସ ଶ୍ରୀ ଜଗବେଙ୍କୁ ଗିରଫ କଲା ନାହିଁ ଏବଂ କୈାଣସି ରୋଗ ଇତିହାସ ନଥିବା ସତ୍ୱେ ବର୍ତମାନ ସ୍ୱାସ୍ଥ୍ୟ ବିଭାଗ କ୍ୟାପିଟାଲ ହସପିଟାଲରେ ରଖି ମିଛରେ ଚିକିା କରୁଛନ୍ତି । ଏହାକୁ ସୁଯୋଗରେ ପରିଣତ କରି ଶ୍ରୀ ଜଗବେ ହସପିଟାଲ ପରିସରକୁ ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରିବା ସହ ସେ ନିଜ ସହକର୍ମୀଙ୍କ ସହ ମୈାଜ ମଜଲିସ୍ କରୁଛନ୍ତି । ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରେ।।ହନରେ ଗିରଫ ବିଧାୟକ ଶ୍ରୀ ଜଗବେ ଜେଲ ନଯାଇ ହସପିଟାଲରେ ରହି ମୈାଜ ମଜଲିସ୍ କରୁଛନ୍ତି ବୋଲି ବିଜେପି ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ତରାଇ କହିଛନ୍ତି ।
ଏଭଳି ଘଟଣାରେ ପ୍ରଶାସନ ତଥା ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ତରଫରୁ ହସପିଟାଲ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ତରାଇ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking