34.1 C
Bhubaneswar
Friday, March 29, 2024
Homeଓଡିଶାନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ

ନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ

ଭୁବନେଶ୍ୱର : ନିର୍ବାଚନ ଆସିଲେ ରକ୍ତ ମୁଖା ହୁଏ ବିଜେଡି । ରାଜ୍ୟର ବିଭିନ୍ନ ଜାଗାରେ ବିଜେଡ଼ି ଘଟାଉ ଥିବା ନିର୍ବାଚନୀ ହିଂସା ନେଇ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି ଟିମ । ପୁଲିସ ଡିଜି ଏସକେ ବଂସଲଙ୍କୁ ଭେଟି ଦେଲା ଦାବି ପତ୍ର । ବିଜେପିର ଅଭିଯୋଗ ଯେତେବେଳେ ନିର୍ବାଚନ ଆସେ ବଜେଡ଼ି ରକ୍ତମୁଖା ହୁଏ । ଏହି ନିର୍ବାଚନ ବେଳେ ମଧ୍ୟ ସେହିଭଳି ଅଶାନ୍ତି ବାତାବରଣ ସୃଷ୍ଟି କରାଯାଉଛି ।

ମାଲକାନଗିରିରେ ବଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅପହରଣ ଠାରୁ ଆରମ୍ଭ କରି ଭଦ୍ରକରେ ବଜେପି କର୍ମୀଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେବା ଘଟଣା ବୟାନ କରୁଛି ବଜେଡ଼ି କିଭଳି ଭାବେ ଆଇନକୁ ହାତକୁ ନେଇ ନିର୍ବାଚନୀ ହିଂସା କରୁଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଠିକ ରହିବ ଦରକାର । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେଲା ବଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking