34.1 C
Bhubaneswar
Friday, March 29, 2024
Homeଓଡିଶାଶାସକ ଦଳ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ନିର୍ବାଚନ କମିଶନ : ବିଜେପି

ଶାସକ ଦଳ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ନିର୍ବାଚନ କମିଶନ : ବିଜେପି

* ନିର୍ବାଚନ ଆରମ୍ଭରୁ ହିଂସା ପରାୟଣ ହୋଇ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛି ଶାସକ ବିଜେଡି
* ଗଂଜାମ ଚିକିଟିରେ ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଂଚାୟତ କାର୍ଯ୍ୟାଳୟରୁ ନାମାଂକନ ପତ୍ର ଦାଖଲ ବାକ୍ସ ନେଇଯିବା ଘଟଣା ବିଜେଡିର ହୀନ ଚକ୍ରାନ୍ତକୁ ପର୍ଦ୍ଦାଫାଶ କରିଛି
* ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ କାର୍ଯ୍ୟକ୍ରମକୁ ଶାସକ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ରୁପାନ୍ତରିତ କରି ଭୋଟରମାନଙ୍କୁ ପ୍ରଭାବିତ କରୁଛି

ଭୂବନେଶ୍ୱର, : ଶାସନ କଳ ଓ କ୍ଷମତାର ଅପବ୍ୟବହାର କରି ବିଜୁ ଜନତା ଦଳ ଭୋଟ ହାତେଇବାର ସମସ୍ତ ପ୍ରକାରର ଅପପ୍ରୟାସ ଜାରୀ ରଖିଛି । ଏଥି ସହ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଲାଗୁ କରାଯାଇଥିବା ଆଦର୍ଶ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରି ଚାଲେଂଜ ଦେଉଥିବା ସମୟରେ ପ୍ରଶାସନ ଓ ରାଜ୍ୟ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଗାମୀ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହେବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ନିର୍ବାଚନ ଆରମ୍ଭରୁ ହିଂସା ପରାୟଣ ହୋଇ ଶାସକ ବିଜେଡି ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛି । ଗତ କାଲି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଗଂଜାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀର ପାଟପୁର ବ୍ଲକ କାର୍ଯ୍ୟାଳୟକୁ ପାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କୁ ସ୍ଥାନୀୟ ପୋଲିସ ଓ ପ୍ରଶାସନର ସହାୟତାରେ ଶାସକ ବିଜେଡିର ନେତା ଓ କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରି ହାଣି ଦେଇଛନ୍ତି । ଗୁରୁତର ଭାବେ ଆହତ ହୋଇ ବିଜେପି କାର୍ଯ୍ୟକର୍ତା ବର୍ତମାନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସେହିପରି ଚିକିଟି ବ୍ଲକର ଅଂକୁଲି ଗ୍ରାମ ପଂଚାୟତର ଜଣେ ବିଜେପି ପ୍ରାର୍ଥୀ ନାମାଂକନ ପତ୍ର ଦାଖଲ କରିବା ସମୟରେ ବିଜେଡି ସମର୍ଥକମାନେ ଜୋର ଜବରଦସ୍ତ ପଂଚାୟତ କାର୍ଯ୍ୟାଳୟକୁ ପଶି ଆସି ନାମାଂକନ ଦାଖଲ ବାକ୍ସକୁ ନେଇ ଚାଲିଯାଇଛନ୍ତି । ଏ ସମସ୍ତ ଘଟଣା ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଘଟୁଥିଲେ ମଧ୍ୟ ବିଜେଡି କାର୍ଯ୍ୟକର୍ତାଙ୍କ ଦୈାରାତ୍ମ ଆତଙ୍କ ସୃଷ୍ଟି କରିଥିଲା ।
ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ କାର୍ଯ୍ୟକ୍ରମକୁ ଶାସକ ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ରୁପାନ୍ତରିତ କରି ଭୋଟରମାନଙ୍କୁ ପ୍ରଭାବିତ କରୁଛି । ‘ଜାଗା ମିଶନ ଯୋଜନା’ରେ ଜାଗା ସଂପର୍କ ଅଭିଯାନକୁ ଆଳ କରି ଶାସକ ବିଜେଡି ଦଳୀୟ କର୍ମୀ ସମ୍ମିଳନୀ କରୁଛି । ଏଥି ସହ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ସରକାରୀ ଅର୍ଥରେ ବ୍ୟାପକ ଭାବେ ଭୋଜି ଭାତର ଆୟୋଜନ କରାଯାଉଛି । ଶାସକ ବିଜେଡି ଦ୍ୱାରା ଏଭଳି ଆଇନ ବିରୁଦ୍ଧ ଘଟଣାମାନ ରାଜଧାନୀ ଭୂବନେଶ୍ୱରର ୨୯ ନମ୍ବର ୱାର୍ଡ, ଗଂଜାମ ଜିଲ୍ଲା ରମ୍ଭା ଏନଏସି ସମେତ ବିଭିନ୍ନ ସ୍ଥାନରେ ଘଟୁଥିଲେ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଚରଣ ବିଧି ଏବଂ କୋଭିଡ କଟକଣା ଜାରୀ ରହିଥିବାବେଳେ ଶାସକ ବିଜେଡିର ନେତା ଓ କର୍ମୀମାନେ ପୋଲିସ ଓ ପ୍ରଶାସନ ସହାୟତାରେ ସମସ୍ତ ଆଇନ ଓ କଟକଣାକୁ ଉଲ୍ଲଂଘନ କରିବା ବଡ ବିଡମ୍ବନାର ପ୍ରଶ୍ନବାଚୀ । ନିର୍ବାଚନରେ ବିଜୟୀ ହେବା ପାଇଁ ଏଭଳି ଆଚରଣ ବିଧି ଉଲ୍ଲଂଘନ କରିବା ଦ୍ୱାରା ସୁସ୍ଥ ଗଣତାନ୍ତ୍ରୀକ ପରଂପରାକୁ ନଷ୍ଟ କରୁଛି ବିଜେଡି । ଏହି ପ୍ରସଙ୍ଗରେ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ସମସ୍ତ ତଥ୍ୟ ଓ ପ୍ରମାଣ ପ୍ରଦାନ କରିବା ସହ ଆଇନ ଅନୁଯାୟୀ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ତରଫରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ମୁରଲୀ ମନୋହର ପାତ୍ର, ମଦନ ମୋହନ ସ୍ୱାଇଁ, କବିନ୍ଦ୍ର ବଳିୟାରସିଂହ, ମହେନ୍ଦ୍ର ପ୍ରଧାନ, ସୁନୀଲ ମହାପାତ୍ର, କୁମୁଦ ରଂଜନ ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking