27.8 C
Bhubaneswar
Friday, April 19, 2024
Homeରାଜନୀତିଏକାସାଙ୍ଗରେ ରାଜ୍ୟର ସମସ୍ତ ପୌରାଂଚଳରେ ନିର୍ବାଚନ କରାଯାଉ :କେ.ଭି ସିଂହଦେଓ

ଏକାସାଙ୍ଗରେ ରାଜ୍ୟର ସମସ୍ତ ପୌରାଂଚଳରେ ନିର୍ବାଚନ କରାଯାଉ :କେ.ଭି ସିଂହଦେଓ

 ପୌର ନିର୍ବାଚନ କରାଇବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କଲା ବିଜେପି ପ୍ରତିନିଧୀ ଦଳ
 ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି
 ପୌର ନିର୍ବାଚନ ହୋଇ ନଥିବାରୁ ସହରାଂଚଳ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଦେଖାଦେଇଛି
 ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତ
ି
 ସହରାଂଚଳରେ କେନ୍ଦ୍ରୀୟ ଅନୁଦାନର ସଠିକ୍ ବିନିଯୋଗ ହୋଇପାରୁ ନାହିଁ
ଭୁବନେଶ୍ୱର,ତା.୦୩/୮: ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍ ସମୟରେ
ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର
ନିର୍ବାଚନ ହୋଇପାରି ନାହିଁ । ପରାଜୟ ଆଶଙ୍କାରେ ଆତଙ୍କିତ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାତବାରେସୀ କରି ଜନ ସାଧାରଣଙ୍କୁ
ଅର୍ପିତ କ୍ଷମତାର ଦୁରୁପଯୋଗ କରିବା ସହ ରାଜ୍ୟରେ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ଜାରି ରଖିଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ଏକ
ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ଏବଂ ରାଜ୍ୟ ସରକାରଙ୍କର ଅଭ୍ୟାସଗତ ଅସହଯୋଗକୁ ପ୍ରତିହତ କରିବା ପାଇଁ କିଶାନ ସିଂ ତୋମାର
ମାମଲା (ସୁପ୍ରା) ୨୦୦୬ ଅନୁଯାୟୀ ନିର୍ବାଚନ ଆୟୋଗ କୋର୍ଟଙ୍କ ଦ୍ୱାରସ୍ଥ ନହୋଇ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଖୁଲମଖୁଲା ଉଲ୍ଲଘଂନ
କରୁଛନ୍ତି ଏବଂ ସ୍ୱାୟତ ଶାସନ ଅଣାୟତ ହେବା ସଙ୍ଗେ ସଙ୍ଗେ ସଂପୂର୍ଣ୍ଣ ଅମଲାତନ୍ତ୍ରିକ ଶାସନରେ ପରିଣତ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଏକ ସମୟରେ ପୌର ପଂଚାୟତ ନିର୍ବାଚନ କରିବା ଦାବିରେ ବିଜେପି
ରାଜ୍ୟ ପୌରାଂଚଳ କମିଟିର ଅଧ୍ୟକ୍ଷ ଶ୍ରୀ କେ.ଭି ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ
ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଦୀର୍ଘ ୩ ବର୍ଷ ଧରି ନିର୍ବାଚନ ହୋଇନଥିବା କାରଣରୁ ରାଜ୍ୟରେ ଏନଏସି ଓ ପୌରାଚଂଳ ମାନଙ୍କରେ ଜନ ପ୍ରତିନିଧି ନାହାଁନ୍ତି । ଏବେ
ସମସ୍ତ କାର୍ଯ୍ୟ ସରକାରୀ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି । ଏହା ଦ୍ୱାରା ସହରାଚଂଳରେ ବସବାସ କରୁଥିବା ନାଗରିକମାନେ ଅନେକ
ସରକାରୀ ସୁବିଧାରୁ ବଂଚିତ ରହୁଛନ୍ତି । କେନ୍ଦ୍ର ସରକାର ବାସଗୃହ, ପାନୀୟ ଜଳ, ସ୍ୱେରେଜ, ଆଲୋକ ବ୍ୟବସ୍ଥା ପାଇଁ ବ୍ୟାପକ ଅର୍ଥ ପ୍ରଦାନ
କରୁଥିଲେ ସୁଦ୍ଧା ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଅର୍ଥକୁ ହରିଲୁଟ୍ କରୁଛନ୍ତି । ରାଜ୍ୟର ୧୧୪ ଟି ଏନଏସି ଏବଂ ୬ଟି ମହାନଗର
ନିଗମରେ ସ୍ଥିତି ବେହାଲ ହୋଇଛି । ନାଳ ନର୍ଦ୍ଦମା ସଫା ହେଉନଥିବା କାରଣରୁ ରାଜଧାନୀରେ ଡେଙ୍ଗୁ ରୋଗ ଭୟଙ୍କର ଭାବେ ବ୍ୟାପିବାରେ
ଲାଗିଛି । ଡେଙ୍ଗୁ ରୋଗ ନିରାକରଣ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ପୌର ନିର୍ବାଚନ ହୋଇ ନଥିବାରୁ
ସହରାଂଚଳ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଦେଖାଦେଇଛି ।
ପୌରସଂସ୍ଥାର କାର୍ଯ୍ୟଭାର ସରକାରୀ ବାବୁ ମାନେ ଏବେ ସମ୍ଭାଳୁଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଜନ ପ୍ରତିନିଧୀମାନେ
ନିର୍ବାଚନ ଲଢିଥାନ୍ତି । କିନ୍ତୁ ଜନପ୍ରତିନିଧୀ ନଥିବା କାରଣରୁ ଅନେକ ସରକାରୀ ଯୋଜନା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ ।
ମ୍ୟୁନିସିପାଲିଟି ମାନଙ୍କରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଅଣଦେଖା କରାହେଉଛି । କେନ୍ଦ୍ର ସରକାରଙ୍କ ଅନୁଦାନକ୍ରମେ ସହରାଂଚଳରେ
ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଦଳୀୟ ଭିତିରେ ବଂଟନ କରି ବ୍ୟାପକ ଘୋଟାଲା କରୁଛନ୍ତି । ସେହିପରି ସହରାଂଚଳ
ବିକାଶ ଓ ଭିତିଭୂମି ବଢାଇବା ପାଇଁ ସହରରେ ଆଲୋକିକରଣ, ସୌନ୍ଦର୍ଯ୍ୟକରଣ, ନାଳ ନର୍ଦ୍ଦର୍ମା ଏବଂ ରାସ୍ତାର ଉନ୍ନତି କରଣ ପାଇଁ ଆସୁଥିବା
କେନ୍ଦ୍ରୀୟ ଅନୁଦାନର ସଠିକ୍ ବିନିଯୋଗ ହୋଇପାରୁ ନାହିଁ ।
ଲୋକସଭା ଓ ବିଧାନସଭା ଭଳି ପୌର ନିର୍ବାଚନ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଫଳଶ୍ରୃତି ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସଂପୃକ୍ତ
ବିଧି ବ୍ୟବସ୍ଥାକୁ ପ୍ରତିପାଳନ କରିବାକୁ ବାଧ୍ୟ । କିନ୍ତୁ ରାଜ୍ୟ ନିର୍ବାଚନ ଆୟୋଗ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଘଂନ କରି ରାଜ୍ୟ ସରକାରଙ୍କ
ଇଙ୍ଗିତରେ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହା ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଏକା
ସାଙ୍ଗରେ ସମସ୍ତ ପୌରାଂଚଳ ନ
ିର୍ବାଚନ କରାଇବା ନେଇ ଦାବି ଜଣାଇଛି । ମହାମହିମ ରାଜ୍ୟପାଳଙ୍କୁ ପ୍ରତିନିଧୀ ମଣ୍ଡଳ ଭେଟି ପୌର ନିର୍ବାଚନ
କରାଇବା ନେଇ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାଏକ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.
ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଉର୍ମିଳା ମହାପାତ୍ର, କୃଷ୍ଣଚନ୍ଦ୍ର
ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking