38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଜିଲ୍ଲା ବିଜେପି ର ଅନ୍ଦୋଳନ : ଆସନ୍ତା କାଲି ୧୦ଟା ରୁ ୧ଟା ଚକ୍କା ଜାମ୍

ଜିଲ୍ଲା ବିଜେପି ର ଅନ୍ଦୋଳନ : ଆସନ୍ତା କାଲି ୧୦ଟା ରୁ ୧ଟା ଚକ୍କା ଜାମ୍

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆସନ୍ତା କାଲି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଚକ୍କା ଜାମ କରାଯିବ । ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏହି ତିନି ଘଣ୍ଟିଆ ଚକ୍କା ଜାମ କରାଯାଉଥିବା ବିଜେପି କହିଛି । ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ସହରର ଗାନ୍ଧିନଗର ଛକ, ରୁଗୁଡିଖାଲ, ବଇରାସର, ଦେଓଗାଁ, ବରଗାଁ ଛକ, ସଇଁନ୍ତଳା, ଟିଟିଲାଗଡ, ପରାସରା, କୁଡାସିଂହା, ସିନ୍ଧେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ପତ୍ରାପାଲି, ବେଲପଡା, ପାଟଣାଗଡ ଓ ଲାଠୋର ଠାରେ ଆନ୍ଦୋଳନ କରାଯିବା ସୂଚନା ରହିଛି । ସୂଚନା ଲୋକ ଲୋଚନକୁ ଆସିବା ପରେ କେନ୍ଦ୍ରରେ ଚାଷୀଙ୍କ ସମସ୍ୟା ବିରୁଦ୍ଧରେ ବାହାରିଥିବା ଆନ୍ଦୋଳନକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଦୋଳନଜିବୀ ଆଖ୍ୟା ଦେଇଛନ୍ତି । ତେବେ ରାଜ୍ୟରେ ବିଜେପି ର ଏହି ଆନ୍ଦୋଳନ କୁ କଣ କୁହାଯିବ ବୋଲି କିଛି ପ୍ରଶ୍ନ କରୁଛନ୍ତି । ଆହୁରି ନିୟମ ପ୍ରଣୟନ କରୁଥିବା କେନ୍ଦ୍ରର ବିଜେପି ସରକାର ଚାଷୀଙ୍କ ରାସ୍ତାରେ କଣ୍ଟା ବିଛାଉଥିବା ବେଳେ ରାଜ୍ୟରେ ବିଜେପି ର ଏହି ଲୋକ ଦେଖାଣିଆ ଆନ୍ଦୋଳନର ଉଦ୍ଦେଶ୍ୟ ଚାଷୀ ଅର୍ଥେ ନା କେବଳ ଏକ ରାଜନୈତିକ ଷ୍ଟଣ୍ଟ୍ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ, ନୂତନ କୃଷୀ ଆଇନର ବିରୋଧରେ ୮୦ ଦିନରୁ ଉର୍ଦ୍ଧ୍ୱ ହେବ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରୀ ରଖିଛନ୍ତି । ଏଯାଏଁ ପ୍ରାୟ ଦୁଇ ଶହ ଚାଷୀ ମୃତ୍ୟୁବରଣ କରି ସାରିଲେଣି । କିନ୍ତୁ ୧୨ ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ କେନ୍ଦ୍ର ର ବିଜେପି ସରକାର ଚାଷୀମାନଙ୍କ ସମସ୍ୟା ବୁଝି ପାରି ନଥିବା ବେଳେ ଖୋଦ ଦେଶର ପ୍ରଧାନ ମନ୍ତ୍ରୀ ମୋଦି ସଦନରେ ଅତି ନିର୍ଲଜ ଭାବେ ଅନ୍ଦୋଳନାକାରୀଙ୍କୁ ଆନ୍ଦୋଳନଜିବୀଙ୍କ ଆଖ୍ୟା ଦେଇଥିବା ବିଭୀନ୍ନ ଚାଷୀ ସଂଗଠନ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ରରେ ଚାଷୀ ଆଇନର ପରିବର୍ତ୍ତନ ନ ଆଣି ରାଜ୍ୟରେ ଚାଷୀମାନଙ୍କ ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ଦଳର ଏହି ଆନ୍ଦୋଳନ କଣ ପାଇଁ , ଚାଷୀ ହିତ ନା କେବଳ ଏକ ରାଜନୈତିକ ଷ୍ଟଣ୍ଟ ବୋଲି ବିରୋଧୀ ପ୍ରଶ୍ନ କରିବା ସ୍ୱାଭାବିକ । କିନ୍ତୁ ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନର ଭୂମିକାକୁ ଏଡାଇ ଦିଆ ଯାଇ ପାରିବ ନାହିଁ । ତେଣୁ ଚାଷୀଙ୍କ ସମସ୍ୟା କୁ ନେଇ କରାଯାଉଥିବା ଜିଲ୍ଲା ବିଜେପି ର ଏହି ଆନ୍ଦୋଳନକୁ ଅନେକେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ପୋଷଣ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking