29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଅରୁଣଙ୍କୁ ଟାର୍ଗେଟ କଲେ ସମ୍ବିତ

ଅରୁଣଙ୍କୁ ଟାର୍ଗେଟ କଲେ ସମ୍ବିତ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଏହି ଘଟଣାକୁ କେନ୍ଦ୍ରକରି ବିରୋଧୀ ଦଳ ବାରମ୍ବାର ସରକାର ସହ ଅରୁଣ ସାହୁଙ୍କୁ ଟାର୍ଗେଟ କରୁଛି । ଏନେଇ ବିଜେପି ମୁଖ୍ୟପାତ୍ର ସମ୍ବିତ ପାତ୍ର ଆଜି ଅରୁଣ ସାହୁଙ୍କୁ ସିଧାସଳଖ ଟାର୍ଗଟ କରିଛନ୍ତି ।
ସେ କହିଛନ୍ତି ମନ୍ତ୍ରୀ ଜିଲ୍ଲା ପୋଲିସ ଉପରେ ଚାପ ପକାଊଛନ୍ତି । ଓଡ଼ିଶାବାସୀ ସମସ୍ତ ସତ ଜାଣିଥିଲେ ମଧ୍ୟ ଗତ ୫ ମାସ ହେଲା ତଦନ୍ତ ହୋଇନି ଓ କେହି ଗିରଫ ମଧ୍ୟ ହୋଇନାହାନ୍ତି । ଆମ କାନୂନ ବ୍ୟବସ୍ଥା କ’ଣ ଅଚଳ ହୋଇଯାଇଛି ବୋଲି ପ୍ରଶ୍ନ ପଚାରିଛନ୍ତି ସମ୍ବିତ । ଅରୁଣ ସାହୁଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ସହ ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି ।ସେ କହିଛନ୍ତି, କେନ୍ଦ୍ରରୁ ଏନସିପିସିଆରଙ୍କୁ ଏହି ହତ୍ୟା କାଣ୍ଡ ବିଷୟରେ ଅବଗତ କରାଯାଇ ତଦନ୍ତ କରାଯାଉ ।
ଅଜି ବିଜେପି ଦଳ ନୟାଗଡ଼ ଯାଇ ପରୀର ପରିବାରକୁ ଭେଟିବ । ସେହିଠରୁ ଏକ ପଦଜାତ୍ରାର ଆରମ୍ଭ କରିବବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking