28.1 C
Bhubaneswar
Friday, March 29, 2024
HomeUncategorizedଭାଜପା କର୍ମକର୍ତାଙ୍କ ପକ୍ଷରୁ ରାସାନିୟକ ବିଶୋଧିକରଣ

ଭାଜପା କର୍ମକର୍ତାଙ୍କ ପକ୍ଷରୁ ରାସାନିୟକ ବିଶୋଧିକରଣ

ରାଉରକେଲା: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରନଗରୀରେ ଭାରତୀୟ ଜନତାର ବରିଷ୍ଠ କର୍ମକର୍ତା ଓ ଅଟଳ ବିହାରୀ ବାଜପେୟୀ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସାରନଗରୀ ଅଂଚଳର ବିଭିନ୍ନ ମାର୍କେଟ ଅଂଚଳକୁ ରାସାନିୟକ ବିଶୋଧିକରଣ(ସାନିଟାଇଜେସନ) କରାଯାଇଥିଲା ଏହି ଅବସରରେ ଭାଜପା କର୍ମକର୍ତା ମାନେ ଫର୍ଟିଲାଇଜର ମାର୍କେଟଅଂଚଳକୁ ସାନିଟାଇଜେସନ କରିଥିଲେ । ଏହି ଅବସରରେ ଭାଜପା ପକ୍ଷରୁ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ତନ୍ତୀ,ମୂରଲୀ ଗୌଡ଼,ପ୍ରଫୁଲ୍ଲ ମିଶ୍ର, ଗୋପାଳ ଘଡେଇ, ବୈକୁଣ୍ଠ ପାତ୍ର, ନରେଶ ଜେନା, ଘନଶ୍ୟାମ ଓରାମ, ରଂଜିତ କୁମାର ଜେନା, ସୁଶୀଲ ସେଠୀ, ଏମଡ଼ି ଆଜାଦ, କାହ୍ନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଲାଠିକଟା ବ୍ଲକ ମାର୍କେଟ ଅଂଚଳକୁ ଭାଜପା ପକ୍ଷରୁ ସାନିଟାଇଜେସନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପିଙ୍ଗିଲା ସିଂ, ରେଣୁକା ସାହୁ, ସୁନିତା ସିଂ, କରମପାଲ ସିଂ, ବାସୁଦେବ ଚୌଧୁରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ବର୍ତମାନ ସୁଦ୍ଧା ଦକ୍ଷିଣ ରାଉରକେଲାରେ ୨୦ରୁ ଉର୍ଦ୍ଧ କରୋନା ପଜେଟିଭ ସଂଖ୍ୟା ବାହାରି ସାରିଥିବା ଯୋଗୁ ଅଂଚଳର ବସ୍ତି ଓ କଲୋନୀ ଗୁଡ଼ିକରେ ପ୍ରଶାସନ ପକ୍ଷରୁ ସାନିଟାଇଜେସନ କରିବାକୁ ସାଧାରଣରେ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking