31.1 C
Bhubaneswar
Friday, March 29, 2024
Homeଓଡିଶାପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୟେସ୍ ବ୍ୟାଙ୍କ ଫେରାଇଲା ଜଗନ୍ନାଥଙ୍କ ଟଙ୍କା : ବିଜେପି

ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୟେସ୍ ବ୍ୟାଙ୍କ ଫେରାଇଲା ଜଗନ୍ନାଥଙ୍କ ଟଙ୍କା : ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିର ଜମା ଅର୍ଥକୁ ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍‌
ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ପୂର୍ବରୁ ଶ୍ରୀମନ୍ଦିର ଟଙ୍କାକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ରଖାଯାଉଥିଲା ।
କିନ୍ତୁ ଏବେ କିଛି ସରକାରୀ ଅଧିକାରୀଙ୍କ ଇଙ୍ଗିତରେ ମନ୍ଦିର ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖାଯାଇଥିଲା । ଗତ ବର୍ଷ
ଠାରୁ ୟେସ୍ ବ୍ୟାଙ୍କର ସ୍ଥିତି ଭୁଶୁଡିବା ପରେ ବି ରାଜ୍ୟ ସରକାର ଟଙ୍କା ଉଠାଇ ନଥିଲେ କି ଜଗନ୍ନାଥଙ୍କ ଜମା ଅର୍ଥକୁ
କିପରି ସୁରକ୍ଷିତ ରହିବ ସେ ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରିନଥିଲେ । ଏବେ ୟେସ ବ୍ୟାଙ୍କ ସ୍ଥ ିତି ଖରାପ ହେବା
ଏବଂ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିବା ସତ୍ୱେ ଜଗନ୍ନାଥଙ୍କ ଜମା ଅର୍ଥ ଫେରି ଆସିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ
ଶ୍ରୀମତୀ ନିର୍ମଳା ସୀତାରମଣ ଦୃଢ ପ୍ରତିଶୃତି ଦେଇଥିଲେ । ଆଜି ୟେସ ବ୍ୟାଙ୍କରୁ ଜଗନ୍ନାଥଙ୍କର ୩୯୭ କୋଟି ୨୩
ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଂଟକୁ ଆସିଛି । ଏହା କେବଳ
ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମ୍ଭବ ହୋଇଛି । ଏହି ପରିପ୍ରେକ୍ଷୀରେ ସାଢେ ୪ କୋଟି ଓଡିଆଙ୍କ
ତରଫରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ବୋଲି ବିଜେପି ରାଜ୍ୟ ସାଧାରଣ
ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ପୂର୍ବରୁ
ଶ୍ରୀମନ୍ଦିର ଟଙ୍କା ରାଜ୍ୟ ସରକାର ରାଷ୍ଟ୍ରାୟତ ବ୍ୟାଙ୍କରେ ରଖୁଥିଲେ । ରାଜ୍ୟସରକାରଙ୍କ ଅର୍ଥ ବିଭାଗର ନିର୍ଦ୍ଦେଶନାମା
ଏବଂ ମନ୍ଦିର ପରିଚାଳନା ଅଧିନିୟମକୁ ବେଖାତିର କରି କାହିଁକି ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରଖଗଲା?
ଏଭଳି ନିୟମକୁ କିଏ ବଦଳାଇଛି ? କେଉଁ ସରକାରୀ ଅଧିକାରୀ ମାନେ ଏଥିରେ ଜଡିତ ଅଛନ୍ତି ? ଶାସକ ଦଳର
କେଉଁ ମନ୍ତ୍ରୀ ଏବଂ କେଉଁ ବରିଷ୍ଠ ବିଧାୟକଙ୍କ ଇଙ୍ଗିତରେ ଜଗନ୍ନାଥଙ୍କ ସ୍ଥାୟୀ ଜମାକୁ ୟେସ୍ ବ୍ୟାଙ୍କରେ ରଖାଯାଇଛି
ତାହାକୁ ତଦନ୍ତ ପରିସରଭୃକ୍ତ କରାଯାଉ । ଏହା ସହ ଓଡିଶା ସରକାରଙ୍କ ଓଏମସି , ବିଭିନ୍ନ ସମବାୟ ବ୍ୟାଙ୍କର ଅର୍ଥ
ଏବଂ ଅନ୍ୟ ବିଭାଗ ଗୁଡିକର କୋଟି କୋଟି ଅର୍ଥ ୟେସ ବ୍ୟାଙ୍କ ରେ ରଖାଯାଇଛି । କେଉଁ କେଉଁ ଅଫିସର ଏହି
ଘରୋଇ ବ୍ୟାଙ୍କରେ ଟଙ୍କା ରଖିବା ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସର ଭୃକ୍ତ କରି ସେମାନଙ୍କ
ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking