37.1 C
Bhubaneswar
Thursday, March 28, 2024
Homeଓଡିଶାଯାଜପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଯାଜପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଆସନ୍ତା ୨୮ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ କାଳରେ ମୁଖ୍ୟତଃ ଦେଶର ବିରୋଧୀ ଦଳ ଗୁଡିକ ଯେଉଁଭଳି ଭାବେ ସିଏଏକୁ ବିରୋଧ କରି ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ତାର ସେ ଜବାବ ଦେବେ । ପ୍ରମୁଖ ବିରୋଧୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାରେ ଇର୍ଶାନ୍ୱିତ ହୋଇ ଏଭଳି କାଣ୍ଡ କରୁଛନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସାଧାରଣ ସମାବେଶରେ ଯୋଗ ଦେବା ସହିତ ବିଭିନ୍ନ ବୁଦ୍ଧିଜିବିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସଂପାଦିକା ଡଃ. ଲୋଖାଶ୍ରୀ ସାମନ୍ତ ସିଂହାର ଯାଜପୁର କୋରେଇ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ଯାଜପୁର ବିଜେପି ସଭାପତି ଗୌତମ ରାୟ ଯୋଗ ଦେଇ ଅମିତ ଶାହଙ୍କ ସମାବେଶରେ ଯାଜପୁର ଜିଲ୍ଲାର ୩୧୪ଟି ପଞ୍ଚାୟତ ଓ ଦୁଇଟି ପୌରପାଳିକାରୁ ୨୦ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ଓ ବୁଦ୍ଧିଜିବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ନେତୃତ୍ୱ ଉପସ୍ଥିତ ଥିଲେ ।
https://onakhabar.com/2020/02/26/bjd-politics/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking