26.1 C
Bhubaneswar
Friday, March 29, 2024
Homeଓଡିଶାସରକାରଙ୍କୁ ଟାର୍ଗେଟ କଲେ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା

ସରକାରଙ୍କୁ ଟାର୍ଗେଟ କଲେ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ମାଲକାନଗିରି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାକୁ ନେଇ ଆଜି ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୋଲିସ୍ ର କାର୍ଯ୍ୟକଳାପକୁ ନେଇ ବିଜେପି ଉପସଭାପତି ପ୍ରଭାତୀ ପରିଡ଼ା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏସଆଇଟି ନାଁରେ ଗଡ଼ାଇ କୁନ୍ଦୁଲୀ ଘଟଣା ଭଳି ଚାପିଦେବାକୁ ମଧ୍ୟ ସରକାର ଚାହୁଁଛନ୍ତି ।
ପୋଲିସ୍ ପାଖରେ ସିସିଟିଭ ଫୁଟେଜ ଅଛି । ଦୋଷୀ କିଲ ମଧ୍ୟ ତାହା ପୋଲିସ୍ ଜାଣିଛି । ରିପୋର୍ଟ ବଦଳାଇବାକୁ ଡାକ୍ତରଙ୍କ ଉପରେ ପୋଲିସ ଚାପ ପକାଉଛି । ଏସଟି / ଏସସି ଆଇନ ଅନୁଯାୟୀ ମାମଲା କ’ଣ ପାଇଁ ରୁଜୁ କରାଯାଉନାହିଁ , ସେ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରୁ ବିଜେପି ଟିମ୍ ସଂଗ୍ରହ କରିଥିବା ତଥ୍ୟ ସଭାପତିଙ୍କୁ ଦିଆଯିବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ରିପୋର୍ଟ ଆଧାରରେ ପଦକ୍ଷେପ ନେଇ ନିଷ୍ପତ୍ତ ନିଆଯିବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking