31.1 C
Bhubaneswar
Friday, March 29, 2024
Homeଓଡିଶାମା’ଙ୍କୁ ସମ୍ମାନ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ନୀରବ କାହିଁକି?: ଲେଖାଶ୍ରୀ ସାମନ୍ତସିଂହାର

ମା’ଙ୍କୁ ସମ୍ମାନ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ନୀରବ କାହିଁକି?: ଲେଖାଶ୍ରୀ ସାମନ୍ତସିଂହାର

ମା’ଙ୍କୁ ସମ୍ମାନ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ନୀରବ
କାହିଁକି?: ଲେଖାଶ୍ରୀ ସାମନ୍ତସିଂହାର
 ମହିଳାଙ୍କ ପ୍ରତି କହିଥିବା ଅପଶଦ୍ଦ ଘଟଣାରେ ବରୀ ବିଧାୟିକା ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ
 ମୁଖ୍ୟମନ୍ତ୍ରୀ ସଂପୃକ୍ତା ବିଧାୟିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
 ବିଜେଡି ବିଧାୟିକା ଖୁଲମଖୁଲା ମହିଳାଙ୍କୁ ବେଶ୍ୟା କହି ପୂରା ମହିଳା ସମାଜକୁ ଅସମ୍ମାନିତ କରିଛନ୍ତି
 ମହିଳା ବିଧାୟିକା ହୋଇ ଅଶୋଭନୀୟ ଭାଷା କହିବା ସାରା ଓଡିଶା ପାଇଁ ଲଜ୍ଜା
 କେବଳ ବଡ ବଡ ବିଜ୍ଞାପନରେ ମା’ କୁ ସମ୍ମାନର କଥା କୁହେ ବିଜେଡି
 ବିଜେଡି ନେତା ଅବା କର୍ମୀମାନେ ପ୍ରତ୍ୟେକ ସ୍ତରରେ ମା’ ଭଉଣୀମାନଙ୍କୁ ଅସମ୍ମାନିତ କରିଥାନ୍ତି
 ଦୀର୍ଘ ୨୧ ବର୍ଷ ଧରି ମହିଳାଙ୍କୁ ଅସମ୍ମାନିତ କରିଥିବା ଦଳ ରାଜ୍ୟରେ ଶାସନ କରୁଛି
 ବିଜେଡି ଦଳର ଜନପ୍ରତିନିଧୀମାନେ ମହିଳାଙ୍କ ଇଜ୍ଜତକୁ ଭୂଲୁଣ୍ଠିତ କରୁଛନ୍ତି
 ବିଜେଡି ନେତାମାନେ ଅନୈତିକ ଉପାୟରେ ଭୋଟ ହାତେଇବା ପାଇଁ ମତଦାତାଙ୍କୁ ଆତଙ୍କିତ କରିଥାନ୍ତି
 କୋଭିଡ ୧୯ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ମିଶ୍ରଣ ପର୍ବ କରାଯାଇଛି
ଭୁବନେଶ୍ୱର,ତା.୨୫/୦୮: ବିଜେଡିର ମିଶ୍ରଣ ପର୍ବରେ ବରୀ ବିଧାୟିକା ସୁନନ୍ଦା ଦାସ ସର୍ବସମ୍ମୁଖରେ ବିଜେଡି ଦଳର ଅନ୍ୟ ଜଣେ
ମହିଳାଙ୍କୁ ଆକ୍ଷେପ କରି ବେଶ୍ୟା ବୋଲି ସମ୍ଭୋଧିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଜଣେ ଜନପ୍ରତିନିଧୀ ଏବଂ ମହିଳା
ହୋଇ ଏପରି ଅଶୋଭନୀୟ ଟିପ୍ପଣୀ ରଖି ବିଜେଡି ଦଳର ଚାଲ, ଚରିତ୍ର ଓ ଚେହେରାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଯେଉଁ ଦଳ ମହିଳାକୁ ସମ୍ମାନ
ଏବଂ ମହିଳା ସଶକ୍ତିକରଣର କଥା କହୁଛି ସେହି ଦଳର ବିଧାୟିକା ଆଜି ଖୁଲମଖୁଲା ମହିଳାଙ୍କୁ ବେଶ୍ୟା କହି ପୂରା ମହିଳା ସମାଜକୁ ଅସମ୍ମାନିତ
କରିଛନ୍ତି । ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଶାସକ ଦଳର ନେତାମାନେ ଆଜି ମୁକ ବଧିର ଏବଂ ଅନ୍ଧ ହୋଇ ବସିଛନ୍ତି ।
ଜଣେ ମହିଳା ବିଧାୟିକା ହୋଇ ଅଶୋଭନୀୟ ଭାଷା କହିବା ସାରା ଓଡିଶା ପାଇଁ ଲଜ୍ଜା ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ
ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ.ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ଦଳ କେବଳ ବଡ ବଡ ବିଜ୍ଞାପନରେ ମା’ କୁ ସମ୍ମାନର କଥା କୁହେ କିନ୍ତୁ ବାସ୍ତବରେ ସେ
ଦଳର ନେତା ଅବା କର୍ମୀମାନେ ପ୍ରତ୍ୟେକ ସ୍ତରରେ ମା’ ଭଉଣୀମାନଙ୍କୁ ଅସମ୍ମାନିତ କରିଥାନ୍ତି । ମହିଳାଙ୍କ ଇଜ୍ଜତ ଲୁଟିବା, ଯୋଜନା କରାଇବା
ନାଁରେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଏବଂ ରାଜନୀତିର ପଶାପାଲିରେ ନିଜକୁ ସ୍ୱଚ୍ଛ ଦର୍ଶାଇ ଅନ୍ୟ ଜଣେ ଦଳୀୟ ମହିଳାଙ୍କୁ ଜଣକୁ ବେଶ୍ୟା
ଭାବେ ଆକ୍ଷେପ କରିବା ଆଦି ଏହି ଦଳର ନିତିଦିନିଆ ଘଟଣା । ଯଦି ବାସ୍ତବରେ ବିଜେଡି ଦଳ ମା’ଙ୍କୁ ସମ୍ମାନ ଦେଉଛି ତେବେ ଏହି ଘଟଣାରେ
ଶାସକ ଦଳର ବଡପଣ୍ଡାମାନେ ନୀରବ କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀ ବି କାହିଁକି ପଦଟିଏ କହୁ ନାହାଁନ୍ତି ? ଏଥିରୁ ବିଜେଡି ଦଳର ଅସଲ ପ୍ରବୃତି
ସ୍ପଷ୍ଟ ବାରି ହୋଇ ପଡୁଛି । ଦୀର୍ଘ ୨୧ ବର୍ଷ ଧରି ମହିଳାଙ୍କୁ ଅସମ୍ମାନିତ କରିଥିବା ଦଳ ରାଜ୍ୟରେ ଶାସନ କରୁଛି ଏବଂ ବିଜେଡି ଦଳର
ଜନପ୍ରତିନିଧୀମାନେ ମହିଳାଙ୍କ ଇଜ୍ଜତକୁ ଭୂଲୁଣ୍ଠିତ କରୁଛନ୍ତି ।
ସେହି ମିଶ୍ରଣ ପର୍ବରେ ବିଧାୟିକା ଜଣଙ୍କ ପୂର୍ବତନ ବରୀ ବିଜେଡି ବିଧାୟକ କିପରି ଅନୈତିକ ଏବଂ ଭଷ୍ଟ୍ରାଚାର କରି ନିର୍ବାଚନ
ଜିତିଥିଲେ, ସେକଥାକୁ ବି କହୁଛନ୍ତି । ବିଜେଡି ନେତାମାନେ ଅନୈତିକ ଉପାୟରେ ଭୋଟ ହାତେଇବା ପାଇଁ ମତଦାତାଙ୍କୁ ଆତଙ୍କିତ କରିଥାନ୍ତି ।
ଅନ୍ୟପଟେ କୋଭିଡ ୧୯ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ମିଶ୍ରଣ ପର୍ବ କରାଯାଇଛି । ବିନା ମାସ୍କ ଓ ସାମାଜିକ ଦୂରତାକୁ ଖାତିର ନକରି
ଏହି ମିଶ୍ରଣ ପର୍ବ କରାଯାଇଥିଲା । କୋଭିଡ ନିୟମ ଉଲ୍ଲଂଘନ ହୋଇଥିବାରୁ ରାଜ୍ୟସରକାର ବିଧାୟିକା ଏବଂ ସେଠାରେ ଉପସ୍ଥିତ ଥିବା ବିଜେଡି
ଦଳର ତୁଙ୍ଗ ନେତାଙ୍କ ବିରୁଦ୍ଧରେ ଦୃଢା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବରୀ ବିଧାୟିକା ମହିଳାଙ୍କ ପ୍ରତି କହିଥିବା ଅପଶଦ୍ଦ ଘଟଣାରେ
ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ବିଜେଡି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ସଂପୃକ୍ତା ବିଧାୟିକାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ
ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking