32.1 C
Bhubaneswar
Tuesday, April 23, 2024
Homeଓଡିଶାଟୀକାକରଣ ଓ ମାସ୍କ ବଂଟନ କାର୍ଯ୍ୟରେ ସାମିଲ ହେବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ନେତୃବୃନ୍ଦ

ଟୀକାକରଣ ଓ ମାସ୍କ ବଂଟନ କାର୍ଯ୍ୟରେ ସାମିଲ ହେବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ନେତୃବୃନ୍ଦ

 ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଡି.
ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ସମେତ ରାଜ୍ୟ ପଦାଧିକାରୀ
 ପ୍ଲାଜମା ଡୋନେଟ କରିବା ଏବଂ ହସ୍ପିଟାଲରେ ଅସହାୟ ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ ବିଜେପି
କାର୍ଯ୍ୟକର୍ତା
 କରୋନା ବ୍ୟାପୁଥିବା ୧୦ଟି ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି
 ମାସ୍କ ବ୍ୟବହରା କରିବା, ସାନିଟାଇଜର, ସାବୁନ ଓ ହ୍ୟାଣ୍ଡୱାସରେ ହାତକୁ ବାରମ୍ବାର ସଫା କରିବା, ଦୂରତା ବଜାୟ
ରଖି କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କଲେ ରାଜ୍ୟ ସଭାପତି
ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାରେ
କୋଭିଡ-୧୯ର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ବିଶେଷ କରି ରାଜ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବରଗଡ,
କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସବୁ ଜିଲ୍ଲାରେ
ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଉନ୍ନତମାନର ଚିକିତ୍ସା ଅଭାବରୁ ଅନେକ ଲୋକ କରୋନାରେ ମୃତ୍ୟୁ ବରଣ
କରୁଛନ୍ତି । ଏସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ କରୋନା ମହାମାରୀ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ
ଦେଇଛନ୍ତି ।
ସେହିପରି ବିଜେପି କାର୍ଯ୍ୟକର୍ତାମାନେ ଏଭଳି ଘଡିସନ୍ଧି ମୂହୁର୍ତରେ ଟୀକାକରଣ କାର୍ଯ୍ୟରେ ଜନସାଧାରଣଙ୍କୁ ସହଯୋଗ କରିବା, ମାସ୍କ ଓ
ସାନିଟାଇଜର ବଂଟନ କରିବା, ପ୍ଲାଜମା ଡୋନେଟ କରିବା, ହସ୍ପିଟାଲରେ ଅସହାୟ ରୋଗୀଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି
ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । କରୋନା ସମୟରେ ସର୍ତକ ରହିବା ସହ ମାସ୍କ ବ୍ୟବହରା କରିବା, ସାନିଟାଇଜର, ସାବୁନ ଓ
ହ୍ୟାଣ୍ଡୱାସରେ ହାତକୁ ବାରମ୍ବାର ସଫା କରିବା, ଦୂରତା ବଜାୟ ରଖି କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଶ୍ରୀ ମହାନ୍ତି
ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।
ଏହି ଭିଡିଓ କନଫରେନ୍ସରେ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ
ସଂପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତୃବୃନ୍ଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ଜିଲ୍ଲା ସଭାପତିଙ୍କ ସମେତ
ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking