33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଧାନସଭାରେ ବିଜେପି ବିଧାୟକଙ୍କ ଭିଡିଓ ହେଲା ଭାଇରଲ

ବିଧାନସଭାରେ ବିଜେପି ବିଧାୟକଙ୍କ ଭିଡିଓ ହେଲା ଭାଇରଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବିଧାନସଭାର ଏକ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ବିଧାନସଭା ଏକ ମନ୍ଦିର ହୋଇଥିବା ବେଳେ ସେଠାରେ ବିଧାୟକ ମାନେ ଯେଉଁ ହରକତ କରୁଛନ୍ତି ତାହା ବାସ୍ତବରେ ନିନ୍ଦନୀୟ । କିଛି ଦିନ ତଳେ ଯୋଗୀ ସରକାର ଗୃହ କେବଳ ମହିଳା ମାନଙ୍କ ଦ୍ୱାରା ଚଳାଇବାକୁ ଦେଇଥିବାର ଦେଖିବାକୁ ମିଳିଥିବା ବେଳେ ଏହା ବାସ୍ତବରେ ଏକ ରୋଲ ମଡେଲ ହୋଇ ପାରିଥିଲା । କିନ୍ତୁ ଆଜି ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଦେଖି ଲାଗୁଛି ଯେଭଳି ଏହା ଗୃହର ଗାରିମାକୁ କ୍ଷୁର୍ଣ୍ଣ କରୁଛି । ଭିଡିଓଡିକୁ ସପା ତାର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି ।

ଏଥିରେ ବିଜେପି ବିଧାୟକ ଆରମରେ ବସି ମୋବାଇ ଫୋନରେ ଗେମ ଖେଳୁଥିବା ବେଳେ । ଆଉ ଜଣେ ବିଧାୟକ ତମାଖୁ ଖାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ସମାଜବାଦୀ ପାର୍ଟି ଲେଖିଛି ଯେ ଏହି ବିଧାୟକ ମାନଙ୍କ ପାଖରେ କୌଣସି ଲୋକମାନଙ୍କ ସମସ୍ୟାକୁ ଉପସ୍ଥାପନା କରିବାକୁ ସମୟ ଥାଉ ଅବା ନଥାଉ ମୋବାଇଲେ ଭିଡିଓ ଗେମ ଆଉ ଗଞ୍ଜେଇ ଖାଇବାକୁ ପର୍ଯ୍ୟାପ୍ତ ସମୟ ଅଛି । ସେମାନେ ତାଙ୍କର ମନୋରଞ୍ଜନ କରିବା ପାଇଁ ତାଙ୍କର ସବୁ ରାସ୍ତା ଠିକ କରି ଦେଇଛନ୍ତି । ଯାହାକି ବାସ୍ତବରେ ବହୁତ ନିନ୍ଦନୀୟ କାର୍ଯ୍ୟ ଅଟେ । ତେବେ ଏହି ଭିଡିଓରେ ନଜର ଆସିବା ଦୁଇ ବିଧାୟକ ବିଜେପିର ଅଟନ୍ତି । ଯିଏ ମୋବାଇଲେ ଗେମ ଖେଳୁଛନ୍ତି ସେ ରାକେଶ ଗୋସ୍ୱାମୀ ଏବଂ ଯିଏ ତମାଖୁ ଖାଉଛନ୍ତି ଯେ ରବି ଶର୍ମା ଅଟନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking