27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶରାଜସ୍ଥାନରେ ବିଜେପି ବିଧାୟକଙ୍କ ଗାଈ ରାଜନୀତି ନିଷ୍ଫଳ: ବିଧାନସଭା ସମ୍ମୁଖରୁ ଦୌଡି ପଳାଇଲା ଗାଈ

ରାଜସ୍ଥାନରେ ବିଜେପି ବିଧାୟକଙ୍କ ଗାଈ ରାଜନୀତି ନିଷ୍ଫଳ: ବିଧାନସଭା ସମ୍ମୁଖରୁ ଦୌଡି ପଳାଇଲା ଗାଈ

ଜୟପୁର: ଗୋରୁଙ୍କ ଶରୀରରେ ଦେଖାଦେଉଥିବା ଚର୍ମରୋଗ ପ୍ରସଙ୍ଗରେ ରାଜସ୍ଥାନର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସୋମବାର ଜଣେ ବିଜେପି ବିଧାୟକ ବିଧାନସଭାକୁ ଏକ ଗାଈ ନେଇ ଆସିଥିବା ଜଣାପଡିଛି । ତେବେ ବିଧାନସଭା ପରିସରରେ ପ୍ରବେଶ କରିବା ପୂର୍ବରୁ ଗାଈଟି ପଘା ଛିଣ୍ଡାଇ ପଳାଇଯାଇଥିଲା । ବିଧାୟକଙ୍କର ମନସ୍କାମନା ପୂରଣ ହୋଇନଥିଲେ ସୁଦ୍ଧା ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁରେଶ ସିଂହ ରାୱତ୍ ନାମକ ଏହି ବିଧାୟକ ଗାଈକୁ ନେଇ ଆସିଥିବାବେଳେ ବିଧାନସଭା ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜର ଆଭିମୁଖ୍ୟ ସମ୍ପର୍କରେ ବୁଝାଉଥିଲେ । ଘଟଣା ଜାଣିବାକୁ ଲୋକମାନେ ମଧ୍ୟ ସେଠାରେ ରୁଣ୍ଡ ହୋଇଥିଲେ । କୋଳାହଳ ମଧ୍ୟରେ ଗାଈଟି ସେଠାରୁ ଦୌଡି ପଳାଇଥିଲା । ବିଧାୟକଙ୍କ ସମର୍ଥକମାନେ ଗାଈକୁ ଧରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ପରିସ୍ଥିତି ସମ୍ଭାଳିବାକୁ ରାୱତ୍ କହିଥିଲେ ଯେ ‘ଦେଖନ୍ତୁ, ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ଗାଈଟି କିପରି ପଳାଇ ଯାଉଛି’ । ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଦଳ କିନ୍ତୁ ଏହି ଗାଈ ରାଜନୀତିକୁ ଦୃଢ ସମାଲୋଚନା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking