34.1 C
Bhubaneswar
Friday, March 29, 2024
Homeଓଡିଶାବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ

ବାତ୍ୟା ୟଶ୍ ପ୍ରଭାବିତ ଅଂଚଳରେ ମହିଳା ମୋର୍ଚ୍ଚାର ସେବା କାର୍ଯ୍ୟ

ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ମାସ୍କ, ସାନିଟାଇଜର,
ଶୁଖିଲା ଖାଦ୍ୟ ବଂଟନ କରିବା ସହ କୋଭିଡ୍ ସଂକ୍ରମଣ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି
 ଥର୍ମାଲ ଗନ୍ ଏବଂ ଅକ୍ସିମିଟର ଜରିଆରେ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ କୋଭିଡ୍ ଟୀକା ନେବା ପାଇଁ ନିବେଦନ କରୁଛନ୍ତି ।
 ବିଭିନ୍ନ ଜିଲ୍ଲାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମହିଳା କାର୍ଯ୍ୟକର୍ତାମାନେ ବହୁ ସଂଖ୍ୟାରେ ରକ୍ତଦାନ କରିଛନ୍ତି । ଆଗାମୀ ଦିନରେ ସେବା କାର୍ଯ୍ୟ ଜାରୀ ରହିବ: ରାଜ୍ୟ ସଭାନେତ୍ରୀ ଶ୍ର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ୀମତୀ ସ୍ମୃତି ପଟ୍ଟନାୟକ

ଭୂବନେଶ୍ୱର, : ବାତ୍ୟା ୟଶ୍ ଯିବାର ଆଜିକୁ ୯ ଦିନ ବିତିଲାଣି । ବାତ୍ୟା ଏବଂ ବାତ୍ୟା ପରବର୍ତୀ ବନ୍ୟା କାରଣରୁ ଭଦ୍ରକ, ବାଲଶ୍ୱେର, କେନ୍ଦ୍ରାପଡା, ଯାଜପୁର, ମୟୁରଭଂଜ, କେନ୍ଦୁଝର ଜିଲ୍ଲା ବିଶେଷ ଭାବେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଗୋଟିଏ ପଟେ କରୋନା ସଂକ୍ରମଣ ଏବଂ ଅନ୍ୟ ପଟେ ବାତ୍ୟା ଓ ବନ୍ୟା କାରଣରୁ ଏହି ଜିଲ୍ଲାବାସୀମାନେ ବହୁ କଷ୍ଟରେ ଅଛନ୍ତି । ଲୋକମାନଙ୍କ ଘର ଭାଙ୍ଗି ଯାଇଥିବାବେଳେ ପ୍ରଶାସନର ସହୟତା ବର୍ତମାନ ସୁଦ୍ଧା ସେମାନଙ୍କ ନିକଟରେ ପହଂଚି ପାରିନାହିଁ ।
ବାତ୍ୟା ବନ୍ୟା ପ୍ରଭାବିତ ଅଂଚଳର ମାଁ ଓ ଭଉଣୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସେବା ହିଁ ସଂଗଠନକୁ ଆଧାର
କରି ବିଜେପି ମହିଳା ମୋର୍ଚ୍ଚା ଜାର୍ଯ୍ୟକର୍ତାମାନେ ଏ ସମସ୍ତ ଅଂଚଳରେ ସମସ୍ତ କୋଭିଡ୍ ଗାଇଡଲାନକୁ ପାଳନ କରି ସେବା କାର୍ଯ୍ୟ
ଜାରୀ ରଖିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଓ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ
ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରଭାବିତ ଅଂଚଳରେ ରିଲିଫ୍ ଓ
ପୁନରୁଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରି ସେବା କାର୍ଯ୍ୟ କରୁଛନ୍ତି । ଏଥି ସହ କରୋନା ସଂକ୍ରମଣର ଦ୍ୱିତୀୟ
ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ସେବା କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ସଭାନେତ୍ରୀ
ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୁଚନା ଦେଇଛନ୍ତି ।
ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ନିଜେ କାର୍ଯ୍ୟକର୍ତାଙ୍କ ସହ ମିଶି କଟକଠାରେ ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ଡାକ୍ତରଖାନା, ବିଭିନ୍ନ ବସ୍ତି ବୁଲି ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ବଂଟନ କରିବା ସହ କୋଭିଡ୍ ସଂକ୍ରମଣ ବିଷୟରେ ସାଧାରଣ
ଜନତାଙ୍କୁ ସଚେତନ କରୁଛନ୍ତି । ଥର୍ମାଲ ଗନ୍ ଏବଂ ଅକ୍ସିମିଟର ଜରିଆରେ ବସ୍ତିବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ କୋଭିଡ୍ ଟୀକା
ନେବା ପାଇଁ ନିବେଦନ କରୁଛନ୍ତି ।
ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ମନିଷା ବେହେରା, ଭଦ୍ରକ ଜିଲ୍ଲା ସଭାନେତ୍ରୀ
ହରପ୍ରିୟା ସାହୁ, ମୟୁରଭଂଜ ଜିଲ୍ଲାର ବିଣାପାଣି ଘନ ଓ ସରୋଜିନୀ କିସ୍କୁ, କେନ୍ଦ୍ରାପଡା ଜିଲ୍ଲାରେ ପ୍ରିୟଦର୍ଶିନୀ ନନ୍ଦ, ଯାଜପୁର ଜିଲ୍ଲାରେ
ବବିତା ମଲ୍ଲିକ, ଜଗତସିଂହପୁର ଜିଲ୍ଲାରେ କ୍ରିଷ୍ନା ମହାନ୍ତି, ଢେଙ୍କାନାଳରେ ମମତା ସ୍ୱାଇଁ, କେନ୍ଦୁଝରରେ ମମତା ସିଂହ ପ୍ରମୁଖଙ୍କ
ନେତୃତ୍ୱରେ ରିଲିଫ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର ବଂଟନ କାର୍ଯ୍ୟ କରିଥିଲେ । ଏହା ସହ ରାଜ୍ୟର ବିଭିନ୍ନ
ଜିଲ୍ଲାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ମହିଳା କାର୍ଯ୍ୟକର୍ତାମାନେ ବହୁ ସଂଖ୍ୟାରେ ରକ୍ତଦାନ କରିଛନ୍ତି । ଏହି ସେବା କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking