31.1 C
Bhubaneswar
Friday, March 29, 2024
Homeରାଜନୀତିଭୋଟ୍ ବ୍ୟାଂକ ନାଁରେ ବିଜେଡିର ରାଜନୀତିକୁ ବିଜେପି ତରଫରୁ ବିରୋଧ କରାଯିବ : ମୋହନ ମାଝୀ

ଭୋଟ୍ ବ୍ୟାଂକ ନାଁରେ ବିଜେଡିର ରାଜନୀତିକୁ ବିଜେପି ତରଫରୁ ବିରୋଧ କରାଯିବ : ମୋହନ ମାଝୀ

ଆସନ୍ତା କାଲିଠୁ ମୈାସୁମୀ ବିଧାନସଭା ଅଧିବେସନ, ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ରାଜ୍ୟର ସାଂପ୍ରତିକ ପରିସ୍ଥିତି ସମେତ କିଛି ମୁଖ୍ୟ ପ୍ରସଙ୍ଗକୁ ନେଇ ବିଜେପି ଆସନ୍ତା କାଲିଠୁ
ଆରମ୍ଭ ହେବାକୁ ଥିବା ବିଧାନସଭା ମୈାସୁମୀ ଅଧିବେସନରେ ଆଲୋଚନା କରିବ । ଚଳିତ ବିଧାନସଭା ଅଧିବେଶନରେ ବିଜେପି
ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ । ବିଶେଷ ଭାବେ
ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡର ଓ ବିପର୍ଯ୍ୟସ୍ତ ଆଇନ
ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସି / ଏସ୍‌ଇବିସି ସଂରକ୍ଷଣ,
ପଶ୍ଚିମ ଓଡିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ
ହେବ ବୋଲି ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୁଚନା ଦେଇ କହିଛନ୍ତି ।
ଆସନ୍ନ ମରୁଡି ପରିସ୍ଥିତିକୁ ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା କୈାଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ରାଜ୍ୟ
ସରକାରଙ୍କ ପୂର୍ବ ଘୋଷିତ ଜଳସେଚନ ପ୍ରକଳ୍ପ କେବଳ କାଗଜ କଲମରେ ରହିଯାଇଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ
ନିର୍ଦ୍ଦେଶକ୍ରମେ ୪ଟି ଟିମ୍ ଗଠନ କରାଯାଇ ରାଜ୍ୟର ସମସ୍ତ ମରୁଡି ପ୍ରଭାବିତ ଅଂଚଳ ପରିଦର୍ଶନ କରୁଛନ୍ତି ଏବଂ ଟିମ୍‌ର ରିପୋର୍ଟ
ହସ୍ତଗତ ହେବାପରେ ବିଧାନସଭା ଗୃହରେ ଏ ସଂପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି ।
ସେହିପରି ଦିନ ଦ୍ୱିପ୍ରହରରେ ବିଚ୍ ରାଜରାସ୍ତାରେ ହତ୍ୟା, ରାହାଜାନୀ ଏବଂ ଏ ସମସ୍ତ ଘଟଣାରେ ଶାସକ ବିଜେଡିର ମନ୍ତ୍ରୀ,
ନେତା ଓ କର୍ମୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି, ଦୁଇ-ତିନି ଦିନ ତଳେ ବାଲେଶ୍ୱରରେ ବିଚ୍ ରାସ୍ତାରେ ହତ୍ୟା, ବହୁଚର୍ଚ୍ଚିତ ମାନସ ଦାସ୍ ଘଟଣାରେ
ଶାସକ ଦଳର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି, ମାହାଙ୍ଗା ଡବଲ ମର୍ଡର ତଦନ୍ତ ଘଟଣାରେ ଚଂଚକତା ଆଦି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ
ଆଇନଶୃଙ୍ଖଳାକୁ ପଦାରେ ପକାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ  ରାଜ୍ୟ ସରକାରଙ୍କ ପଛୁଆ ଓ  ଆର୍ଥିକ ଅନଗ୍ରସର
ସଂରକ୍ଷଣ କ୍ଷେତ୍ରରେ ପଛଘୁଂଚା ଦେବା ପ୍ରସଙ୍ଗରେ ବିଜେପି ତରଫରୁ ପ୍ରଶ୍ନ କରାଯିବ ବୋଲି ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି ।
ଭୋଟ୍ ବ୍ୟାଂକ ନାଁରେ ବିଜେଡିର ରାଜନୀତିକୁ ବିଜେପି ତରଫରୁ ବିରୋଧ କରାଯିବ । କରୋନା ସଂକଟ ସମୟରେ ରାଜ୍ୟର
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପଦାରେ ପଡିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ନାଁରେ ଶାସକ ବିଜେଡି ସାଧାରଣ ଗରୀବଲୋକଙ୍କୁ
ପ୍ରତାରଣା କରିବା ସହ କେବଳ ଭୋଟ ବ୍ୟାଂକ ରାଜନୀତି କରୁଛି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା ଶାସକ
ବିଜେଡିର ମାନସିକତା କାରଣରୁ ଆଜି ରାଜ୍ୟବାସୀ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବାରୁ ବଂଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ
ଅବାସ ଯୋଜନାରେ ବ୍ୟାପକ ଦୁର୍ନୀତି କାରଣରୁ ବହୁ ଗରୀବ ହିତାଧିକାରୀ ସେମାନଙ୍କ ନ୍ୟାର୍ଯ୍ୟ ବାସଗୃହ ପାଇବାରୁ ବଂଚିତ ହୋଇଛନ୍ତି
ା ବିନା ଗ୍ରାମସଭାରେ ଖଣିଜ ପାଂଠିକୁ ବ୍ୟାପକ ହେରଫେର କରାଯାଇ ଖଣି ଅଂଚଳବାସୀଙ୍କୁ ବିକାଶ ଧାରାରେ ସାମିଲ ହେବାରୁ ବଂଚିତ
କରାଯାଉଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ନାଁରେ କେବଳ ଭୂଆଁ ବୁଲାଯାଉଛି । ସେହିପରି ବାରମ୍ବାର ବିଜୁଳି ଶୁଳ୍କ ବୃଦ୍ଧି
କରାଯାଇ ରାଜ୍ୟବାସୀଙ୍କ ଆର୍ଥିକ ବୋଝ ଲଦି ଦିଆଯାଉଛି ।
୨୦ ବର୍ଷ ଶାସନ ପରେ ବି ରାଜ୍ୟସରକାର ସୀମା ବିବାଦର ସମାଧାନ କରିପାରିଲେ ନାହିଁ । ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ
ଭିତରେ ସୀମା ବିବାଦ ଲାଗି ରହିଛି । ସୀମାନ୍ତବର୍ତୀ ଗ୍ରାମ ଗୁଡିକରେ ଓଡିଶା ସରକାର ବିକାଶମୂଳକ କାର୍ଯ୍ୟ ପହଁଚାଇବା ପାଇଁ ରାଜ୍ୟ
ସରକାର ବିଫଳ ହୋଇଛନ୍ତି । କେନ୍ଦ୍ରୀୟ ଯୋଜନାର ଅର୍ଥକୁ ଦଳୀୟ ଆଧାରରେ ଶାସକ ବିଜେଡିର ନେତା ଓ କର୍ମୀମାନଙ୍କୁ ବଂଟନ
କରାଯାଉଛି । ଓଡିଶାବାସୀଙ୍କ ମୈାଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ମୈାସୁମୀ ଅଧିବେସନରେ ବିଜେପି
ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଆସନ୍ତା କାଲିଠୁ ମୈାସୁମୀକାଳୀନ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ
ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ
ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ
ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking