28.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟସରକାରଙ୍କ ଅହଂକାର ଓ କଳାପାହାଡ ମନୋଭାବ କାରଣରୁ ଶ୍ରୀମନ୍ଦିର ଆଜି ଅସୁରକ୍ଷିତ: ସମ୍ବିତ୍ ପାତ୍ର

ରାଜ୍ୟସରକାରଙ୍କ ଅହଂକାର ଓ କଳାପାହାଡ ମନୋଭାବ କାରଣରୁ ଶ୍ରୀମନ୍ଦିର ଆଜି ଅସୁରକ୍ଷିତ: ସମ୍ବିତ୍ ପାତ୍ର

 ପ୍ରକଳ୍ପ ଡିପିଆରକୁ ଚଂଚକତା କରାଯିବା ସହିତ ବାରମ୍ବାର କାହିଁକି ଓ କାହା ସ୍ୱାର୍ଥରେ ପରିବର୍ତନ କରାଯାଉଥିଲା ?
 ପୁରାତନ ଐତିହ୍ୟ ଅବଶେଷକୁ ଧ୍ୱଂସ କରି ରାଜ୍ୟ ସରକାର ଜଗନ୍ନାଥପ୍ରେମୀଙ୍କ ପ୍ରତି ଅନ୍ୟାୟ ଓ ବିଶ୍ୱାସଘାତକତା କରିଛନ୍ତି
 ବହୁ ପୁରାତନ ଐତିହ୍ୟ ଅବଶେଷର ସଂରକ୍ଷଣ ପରିବର୍ତେ ବେନିୟମ ଖନନ କରି ପୁରାତନ କିର୍ତୀରାଜିର ଧ୍ୱଂସ କରିଛନ୍ତି ରାଜ୍ୟ ସରକାର

ନୁଆଦିଲ୍ଲୀ / ଭୁବନେଶ୍ୱର:: ଓଡିଶାର ଐତିହ୍ୟକୁ ଧ୍ୱଂସ କରିବାରେ ଲାଗିଛନ୍ତି ରାଜ୍ୟ ସରକାର ଓ ଏଭଳି ଅକ୍ଷମଣୀୟ ଅପରାଧ ପାଇଁ ଭବିଷ୍ୟତ ପିଢୀ କେବେହେଲେ କ୍ଷମା କରିବେ ନାହିଁ । ନିର୍ମାଣଧିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପ୍ରସଙ୍ଗରେ ଗତ କାଲି ଓଡିଶା ହାଇକୋର୍ଟରେ ଏଏସଆଇ ତରଫରୁ ଦାଖଲ ହୋଇଥିବା ରିପୋର୍ଟ ଦେଖିବା ପରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଧୈର୍ଯ୍ୟ ବିଚ୍ୟୁତି ହୋଇଛି ଏବଂ ଆଜିର ଦିନ ଆମ ସମସ୍ତଙ୍କ ପାଇଁ ଏକ କଳାଦିବସ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର କହିଛନ୍ତି ।
ପ୍ରକଳ୍ପ ଡିପିଆରକୁ ଚଂଚକତା କରାଯିବା ସହିତ ବାରମ୍ବାର କାହିଁକି ଓ କାହା ସ୍ୱାର୍ଥରେ ପରିବର୍ତନ କରାଯାଉଥିଲା ? ଅଧିକୃତ ଏନଏମଏ ବା ଏଏସଆଇର ବିନା ଅନୁମତିରେ ରାଜ୍ୟ ସରକାର କେଉଁ ଆଧାରରେ ପ୍ରକଳ୍ପ କାର୍ଯ୍ୟକୁ ଆରମ୍ଭ କରିଥିଲେ ? ନିର୍ମାଣ ହୋଇଥିବା ପ୍ରକଳ୍ପ କାର୍ଯ୍ୟ ବେଆଇନ ନୁହେଁ କି? ଖନନ ସମୟରେ ହୋଇଥିବା ପୁରାତନ ଐତିହ୍ୟ ଅବଶେଷକୁ ଧ୍ୱଂସ କରି ରାଜ୍ୟ ସରକାର ଜଗନ୍ନାଥପ୍ରେମୀଙ୍କ ପ୍ରତି ଅନ୍ୟାୟ ଓ ବିଶ୍ୱାସଘାତକତା କରିଛନ୍ତି । ଅତୀତରେ କଳାପାହାଡ ଯେପରି ଆମର ଐତିହ୍ୟ ଅବଶେଷକୁ ଧ୍ୱଂସ କରିବାର ପ୍ରୟାସ କରିଥିଲେ ଆଜି ରାଜ୍ୟ ସରକାର ପୁଣି ଥରେ ସେହିପରି ଓଡିଆ ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରୁଛନ୍ତି । ରାଜ୍ୟସରକାରଙ୍କ ଜିଦଖୋର, ଅହଂକାର ଓ କଳାପାହାଡ ମନୋଭାବ କାରଣରୁ ଶ୍ରୀମନ୍ଦିର ଆଜି ଅସୁରକ୍ଷିତ ହୋଇପଡିଛି । ବିନା ଅନୁମତିରେ ପ୍ରକଳ୍ପ କାର୍ଯ୍ୟ ଚଲାଉଥିବା ରାଜ୍ୟ ସରକାର ନିଜ ଭୁଲକୁ ସ୍ୱୀକାର କରି ଅବିଳମ୍ବେ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରିବାକୁ ଡ.ପାତ୍ର ଦାବୀ କରିଛନ୍ତି ।
ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ସନ୍ଦେହରେ ଥିବା ରାଜ୍ୟ ସରକାର ବାରମ୍ବାର ଏବଂ ମନଇଚ୍ଛା ଡିପିଆର୍ ବଦଳାଇଛନ୍ତି । ଶ୍ରୀମନ୍ଦିରର ୧୦୦ମିଟର ପରିଧି ସଂପୂର୍ଣ୍ଣ ନିଷିଦ୍ଧାଂଚଳ ଓ ଏହି ସୀମା ଭିତରେ ନିର୍ମାଣ ବା ଭଙ୍ଗାରୁଜା ହୋଇପାରିବନାହିଁ । ସେହିପରି ୨୦୦ମିଟର ପରିଧି ରେଗୁଲେଟେଡ୍ ଏରିଆରେ ଏନଏମଏ ଆଇନ ଏବଂ ଏଏସଆଇର ଅନୁମତି ବଳରେ ନିର୍ମାଣ କରିହେବ ବୋଲି ସ୍ପଷ୍ଟ ଆଇନ ଅଛି । ନିର୍ମାଣଧିନ ଅଭ୍ୟର୍ଥନା ଗୃହ ତଥା ‘ରିସେପ୍ସନ ହଲ’କୁ ନିଷିଦ୍ଧାଚଂଳରୁ ରେଗୁଲେଟେଡ ଅଂଚଳକୁ ସ୍ଥାନାନ୍ତର କରାଯାଇଛି ବୋଲି ରାଜ୍ୟ ସରକାର ଗତ କାଲି ମାନ୍ୟବର ହାଇକୋର୍ଟକୁ ଜଣାଇଛନ୍ତି । ରାଜ୍ୟ ସରକାର ଜାଣିଶୁଣି ସମସ୍ତ ଆଇନକୁ ଅମାନ୍ୟ କରି ଅଭ୍ୟର୍ଥନା ଗୃହ ତଥା ‘ରିସେପ୍ସନ ହଲ’କୁ ନିଷିଦ୍ଧାଂଚଳରେ ନିର୍ମାଣ କରୁଥିଲେ, ଯାହାକି ସଂପୂର୍ଣ୍ଣ ଆଇନବିରୋଧୀ । ବହୁ ପୁରାତନ ଐତିହ୍ୟ ଅବଶେଷର ସଂରକ୍ଷଣ ପରିବର୍ତେ ଏଭଳି ବେଆଇନ ଖନନ ଦ୍ୱାରା ପୁରାତନ କିର୍ତୀରାଜିର ଧ୍ୱଂସ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଡ.ପାତ୍ର କହିଛନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି ତ ଓଡିଆ ଜାତି ଅଛି । ଭାରତୀୟ ଜନତା ପାର୍ଟି ବିକାଶ କାର୍ଯ୍ୟକୁ କେବେହେଲେ ବିରୋଧ କରିନାହିଁ କି କରିବ ନାହିଁ । କିନ୍ତୁ ଲୋକଙ୍କୁ ବିଭ୍ରାନ୍ତ କରି, ଷଡଯନ୍ତ୍ର ରଚି, ବିଶ୍ୱାସଘାତ କରି ଏବଂ ଓଡିଆଙ୍କ ଭାବାବେଗକୁ ଅଣଦେଖା କରି ହେଉଥିବା ବିକାଶ କାର୍ଯ୍ୟକୁ ବିଜେପି ସର୍ବଦା ବିରୋଧ କରିଛି ଓ କରିବ । ପୁରୀ ସାଂସଦ ତଥା ଆଇନଜୀବି ଶ୍ରୀ ପିନାକୀ ମିଶ୍ର ସଂସଦରେ ମାତ୍ର ୪ଟି ଶୈାଚାଳୟର ନିର୍ମାଣ ହେଉଥିବାର ମିଛ କହି ଅକ୍ଷମଣୀୟ ଅପରାଧ କରିଛନ୍ତି । ପବିତ୍ର ସଂସଦରେ ମିଛ କହିଥିବା ସାଂସଦ ଶ୍ରୀ ମିଶ୍ର ସମସ୍ତଙ୍କୁ ନିସର୍ତଃ କ୍ଷମା ପ୍ରାର୍ଥନା କରିବାକୁ ଡ.ପାତ୍ର ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking