29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବିଜେପି ନେତ୍ରୀ ଖୁସ୍‌ବୁଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ବିଜେପି ନେତ୍ରୀ ଖୁସ୍‌ବୁଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌

ଚେନ୍ନାଇ:  ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦରଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଖୁସବୁ ମଙ୍ଗଳବାର ତାମିଲନାଡୁ ପୁଲିସ ଡିଜିଙ୍କୁ ଭେଟି ଏତଲା ଦାଏର କରିଛନ୍ତି । ଉକ୍ତ ଆକାଉଣ୍ଟରେ ଖୁସ୍‌ବୁଙ୍କ ପ୍ରୋଫାଇଲ ନାମ ‘ବ୍ରିୟାନ୍‌’କୁ ପରିବର୍ତ୍ତନ କରାଯାଇଥିବାବେଳେ କଭର ଫଟୋ ମଧ୍ୟ ବଦଳାଯାଇଛି । ଖୁସ୍‌ବୁଙ୍କ ସବୁ ଟ୍ୱିଟ୍‌କୁ ଡିଲିଟ୍ କିମ୍ବା ହ୍ୟାକ୍ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଦ୍ୱିତୀୟ ଥର ପାଇଁ ଖୁସବୁଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିବା ସେ କହିଛନ୍ତି । ତେବେ ହ୍ୟାକର ଜଣକ ତାଙ୍କ ଟ୍ୱିଟ୍‌ର ଯେପରି ଅପବ୍ୟବହାର ନ କରନ୍ତି, ସେଥିପ୍ରତି ଖୁସ୍‌ବୁ ଚିନ୍ତିତ ହୋଇପଡିଛନ୍ତି । ସୂଚନାଯୋଗ୍ୟ ୨୦୧୦ରେ ସେ ଡିଏମକେରେ ଯୋଗଦେଇଥିବାବେଳେ ୨୦୧୪ରେ କଂଗ୍ରେସକୁ ଲମ୍ଫପ୍ରଦାନ କରିଥିଲେ। ତେବେ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଖୁସ୍‌ବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ । ଚେନ୍ନାଇର ଥାଉଜେଣ୍ଡ୍‌ସ ଲାଇଟ୍‌ସ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ତାଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking