34.1 C
Bhubaneswar
Friday, March 29, 2024
Homeଅପରାଧସାମ୍ପ୍ରଦାୟିକ ସ୍ଲୋଗାନ ପାଇଁ ଅଡ଼ୁଆରେ ବିଜେପି ନେତା ଅଶ୍ୱିନୀ

ସାମ୍ପ୍ରଦାୟିକ ସ୍ଲୋଗାନ ପାଇଁ ଅଡ଼ୁଆରେ ବିଜେପି ନେତା ଅଶ୍ୱିନୀ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତର ନିକଟରେ ସାମ୍ପ୍ରଦାୟିକ ସ୍ଲୋଗାନ ଦେଇଥିବାରୁ ଆଜି ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ଅନ୍ୟ ୫ଜଣଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି ବୋଲି ଦିଲ୍ଲୀ ପୁଲିସ ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନା ମୁତାବକ, ଦିଲ୍ଲୀର ଜନ୍ତର ମନ୍ତରରେ ଭାରତ ଯୋଡୋ ଆନ୍ଦୋଳନ ଦ୍ୱାରା ଏକ ପ୍ରତିବାଦ କରାଯାଇଥିଲା । ଏହି ସମୟରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ତାଙ୍କ କିଛି ସହ କର୍ମୀ ସାମ୍ପ୍ରଦାୟିକ ସ୍ଲୋଗାନ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ସୋମବାର ଦିଲ୍ଲୀ ପୁଲିସ ଏହି ମାମଲାରେ ଏକ ମାମଲା ରୁଜୁ କରିଥିଲା ।

ସୋମବାର ଦିନ ଦିଲ୍ଲୀ ପୁଲିସ ବିଜେପିର ଅଶ୍ୱିନୀ ଉପାଧ୍ୟାୟଙ୍କୁ ଡକାଇ ପଚରାଉଚରା ପାଇଁ କନ୍ନୌଟ ପ୍ଲେସ ପୁଲିସ ଷ୍ଟେସନରେ ହାଜର ହେବାକୁ କହିଥିଲେ । ଅଶ୍ୱିନୀ ଉପାଧ୍ୟାୟଙ୍କ ସହ ପଚରାଉଚରା କରାଯାଉଥିବା ଅନ୍ୟ ୫ଜଣ ମଧ୍ୟ ଥିଲେ । ସେମାନେ ହେଉଛନ୍ତି ବିନୋଦ ଶର୍ମା, ଦୀପକ ସିଂ, ଦୀପକ, ବିନିତ କ୍ରାନ୍ତି, ପ୍ରୀତ ସିଂ। ସମସ୍ତ ୬ ଜଣଙ୍କୁ ଶୀଘ୍ର ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ଜଣାପଡ଼ିଛି ।

ଏହି ମାମଲା ସହ ଜଡ଼ିତ ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଏହି ମାମଲାରେ ଯିଏ ଦାୟୀ ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସ କମିସନର ରାକେଶ ଆସ୍ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking