30 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗବିଜେପି ଦଲାଲଙ୍କ ପାଇଁ ଆନ୍ଦୋଳନ କରୁଛି

ବିଜେପି ଦଲାଲଙ୍କ ପାଇଁ ଆନ୍ଦୋଳନ କରୁଛି

ଭୁବନେଶ୍ୱର,(ଓଏନଏ): ଧାନକିଣା ପ୍ରସଙ୍ଗରେ ବିଜେପି ଦଲାଲଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନ କରୁଛି ବୋଲି ବିଜେଡି ଆଜି କହିଛି । ଚାଷୀଙ୍କ ଧାନକିଣିବା ପ୍ରସଙ୍ଗକୁ ନେଇ ଗତକାଲିଠାରୁ ବିଜେପି ସମ୍ବଲପୁର ଆରଡିସିଙ୍କ ଅଫିସ ଘେରାଉ କରିବା ଓ ଥାନାରେ ଧାରଣା ଦେବା ଘଟଣାକୁ ନେଇ ବିଜେଡି ସମାଲୋଚନା କରିବା ସହ ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ମତ ରଖିଛି । ଏଥିସହ ଦଳ ସ୍ପଷ୍ଟ କରିଛି ଯେ, ପ୍ରକୃତ ଚାଷୀଙ୍କର ଗୋଟିଏ ହେଲେ ବସ୍ତା ଧାନ ରହିବ ନାହିଁ । ସବୁ କିଣାଯିବ ।
ଆଜି ଦଳୀୟ କାର୍ଯ୍ୟାଳୟଠାରେ ମୁଖପାତ୍ର ଶ୍ରୀମୟୀ ମିଶ୍ର ବିଜେପି ଚଳାଇଥିବା ଆନ୍ଦୋଳନ ପରୀପ୍ରେକ୍ଷୀରେ କହିଛନ୍ତି ଯେ, ଯେତେବେଳେ ଚାଷୀଙ୍କୁ ପର୍ଯ୍ୟାପ୍ତ ସୁବିଧା ଦେବା ପାଇଁ ବ୍ୟାପକ ଆକାରରେ ଧାନ କିଣା କାର୍ଯ୍ୟ ଚାଲିଛି ସେ ସମୟରେ କିଛି ମଧ୍ୟସ୍ଥି ବା ଦଲାଲଙ୍କ ପାଇଁ ବିଜେପି ଆନ୍ଦୋଳନ କରି ସେମାନଙ୍କ ପାଇଁ ଓକିଲାତି କରିବା ଆରମ୍ଭ କରିଛି । ଓଡିଶା ଲୋକେ ଜାଣନ୍ତି ବିଜେପି ସବୁବେଳେ ଦଲାଲମାନଙ୍କ ପାଇଁ ଓକିଲାତି କରିଥାଏ । ଓଡିଶାରେ ଏଥର ପ୍ରଚୁର ପରିମାଣର ଫସଲ ହୋଇଛି । ବହୁସଂଖ୍ୟାରେ ଚାଷୀ ଧାନ ବିକି ସୁବିଧା ପାଇଛନ୍ତି । ୨୦୧୮-୧୯ ବର୍ଷରେ ୬୫ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କିଣାଯାଇ ଚାଷୀଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ୧୧ ହଜାର ୪ ଶହ କୋଟି ଟଙ୍କା ଦିଆଯାଇଥିଲା । ୨୦୧୯-୨୦ରେ ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ ଧାନ କିଣାଯାଇ ଚାଷୀଙ୍କୁ ୧୨ ହଜାର ୮ ଶହ ୮ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଧାନ ବିକି ଚାଷୀ ତାର ସୁବିଧା ତୁରନ୍ତ ପାଇଛନ୍ତି । ବିଜେଡି ସରକାର ଚାଷୀଙ୍କ ପାଇଁ ଛିଡା ହୋଇଛି । କୌଣସି ଚାଷୀଙ୍କର ଧାନ ବିକ୍ରି ନହୋଇ ରହିବ ନାହିଁ । ପ୍ରକୃତ ଚାଷୀଙ୍କର ସବୁଧାନ କିଣାଯିବ ।
ସେ କହିଛନ୍ତି ଦିଲ୍ଲୀରେ ଚାଷୀମାନେ ଆନ୍ଦୋଳନ ଚଲାଇଛନ୍ତି । ଏହି ଆନ୍ଦୋଳନରୁ ନଜର ହଟାଇବା ପାଇଁ ବିଜେପି ଏଭଳି ପଦକ୍ଷେପ ରାଜ୍ୟରେ ନେଇଛି । ବିଜେପିର ଏହି ଡ୍ରାମାକୁ ଓଡିଶା ଲୋକେ ବୁଝିଲେନି ।
ଶ୍ରୀମତି ମିଶ୍ର କହିଛନ୍ତି, ଓଡିଶା ଚାଷୀଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ଚାଉଳ କିଣିବା ଓ ସବସିଡି ପ୍ରଦାନ କରିବା ପ୍ରସଙ୍ଗକୁ ନେଇ ବିଜେଡି ଏମପି ମାନେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଗତକାଲି ସାକ୍ଷାତ କରିଛନ୍ତି । ଏ କ୍ଷେତ୍ରରେ ଓଡିଶା ଚାଷୀଙ୍କ ପାଇଁ ବିଜେପି ସାସଂଦମାନେ କ’ଣ କରୁଛନ୍ତି ? ଶସ୍ତା ରାଜନୀତି କରିବା ବଦଳରେ ବିଜେଡି ଏମପିମାନେ ରାଜ୍ୟର ଚାଷୀମାନଙ୍କ ପାଇଁ ଦିଲ୍ଲୀରେ ଯେଉଁଭଳି ପଦକ୍ଷେପ ନେଲେ ସେଭଳି କାର୍ଯ୍ୟ କରନ୍ତୁ । ବିଜେଡି ସରକାର ପ୍ରତିଶୃତି ଦେଉଛନ୍ତି ଯେ, ପ୍ରକୃତ ଚାଷୀଙ୍କର କୌଣସି ଧାନ ରହିବ ନାହିଁ । ସବୁ ସରକାର କିଣିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking