27.1 C
Bhubaneswar
Thursday, April 25, 2024
Homeପଶ୍ଚିମବଙ୍ଗ ନିର୍ବାଚନପଶ୍ଚିମବଙ୍ଗରେ ବିଜେପି ସରକାର ଆରମ୍ଭ କରିବ ‘ଟାଗୋର ପୁରସ୍କାର’ : ଗୃହମନ୍ତ୍ରୀ ଅମିତ ଶାହ

ପଶ୍ଚିମବଙ୍ଗରେ ବିଜେପି ସରକାର ଆରମ୍ଭ କରିବ ‘ଟାଗୋର ପୁରସ୍କାର’ : ଗୃହମନ୍ତ୍ରୀ ଅମିତ ଶାହ

କୋଲାକତା : କେନ୍ଦ୍ରିୟ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ବିଧାନନଗର ନିର୍ବାଚନ ସଭାକୁ ସମ୍ବୋନ୍ଧିତ କରିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ବିଜେପି ସରକାର ‘ଟାଗୋର ପୁରସ୍କାର’ର ଆରମ୍ଭ କରିବେ । ଏହି ପୁରସ୍କାର ବିଶ୍ୱରେ କଳା, ଜ୍ଞାନ, ସାହିତ୍ୟ କ୍ଷେତ୍ରରେ ଯୋଗ୍ୟ କାର୍ଯ୍ୟ କରଥିବା ଲୋକଙ୍କୁ ଦିଆଯିବ ।

ଅମିତ ଶାହ କହିଛନ୍ତି ଯେ, ନୋବେଲ ପୁରସ୍କାର ଭଳି ‘ଟାଗୋର ପୁରସ୍କାର’ ଆରମ୍ଭ କରାଯିବ । ଏହି ପୁରସ୍କାର କଳା, ଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରିବ ।  ରବିନ୍ଦ୍ର ନାଥ ଟାଗୋର (୭ ମେ ୧୮୬୧-୭ ଅଗଷ୍ଟ ୧୯୪୧) ଜଣେ ବିଶ୍ୱବିଖ୍ୟାତ କବି, ସାହିତ୍ୟକାର,ଦାର୍ଶନିକ, ଓ ଭାରତୀୟ ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଥିଲେ । ତାଙ୍କୁ ‘ଗୁରୁଦେବ’ ମଧ୍ୟ କୁହାଯାଉଥିଲା । ତାଙ୍କୁ ବଙ୍ଗଳା ସାହିତ୍ୟ ମାଧ୍ୟମରେ ସାଂସ୍କୃତିକ ଚେତନାର ଯୁଗଦ୍ରଷ୍ଟା କୁହାଯାଏ ।

ସେ ନୋବେଲ ପୁରସ୍କାର ଜିତିଥିବା ଏସିଆର ପ୍ରଥମ ବ୍ୟକ୍ତି ଥିଲେ । ସେ ଥିଲେ ଏକ ମାତ୍ର କବି ଯାହାଙ୍କ ୨ ଟି ରଚନା ( ଭାରତର ରାଷ୍ଟ୍ରଗାନ ‘ଜନ-ଗଣ-ମନ’ ଏବଂ ବାଲାଂଦେଶର ରାଷ୍ଟ୍ରଗାନ ‘ଆମର ସୋନାର ବାଙ୍ଗାଲା’) ଦେଶର ରାଷ୍ଟ୍ରଗାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking