24.1 C
Bhubaneswar
Tuesday, May 24, 2022
Homeଓଡିଶାରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

# ଦୁୁର୍ନୀତି ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥିବା ଜନ ଅସନ୍ତୋଷକୁ ଜନସାଧାରଣ ପାଖରେ ପହଂଚାଇବା ପାଇଁ ରଣନୀତି ପ୍ରସ୍ତୁତ
 ଉପସ୍ଥିତ ଥିଲେ ଜୁଏଲ ଓରାମ, ବସନ୍ତ ପଣ୍ଡା, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ଅନିତା ଶୁଭଦର୍ଶୀନି, ଗୋଲକ ମହାପାତ୍ର, ଶଙ୍କର ପରିଡ଼ା
 ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ନବଗଠିତ ସମସ୍ତ ବିଭାଗର ସମନ୍ୱୟ ଏବଂ ସୁପରିଚାଳନା ପାଇଁ ଆଜିର ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା

ଭୂବନେଶ୍ୱର, : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଗତ କାଲି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଥିଲେ । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀ ବଜିୟପାଲ୍ ସିଂହ ତୋମାରଙ୍କ ସମେତ କମିଟିର ସଦସ୍ୟ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଂଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ାଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ ପ୍ରମୁଖ ଯୋଗ ଦେଇଥିଲେ ।
ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଆଜି ରାଜ୍ୟ ବିକାଶରେ ବିରାଟ ବାଧା ସୃଷ୍ଟି ହୋଇଛି । ଶାସକ ବିଜେଡିର ଦୁର୍ନୀତିର ଚେର ବହୁ ତଳକୁ ବ୍ୟାପୀ ଯାଇଛି ଏବଂ ଏହି ଦୁୁର୍ନୀତି ଓ ଭ୍ରଷ୍ଟାଚାରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଥିବା ଜନ ଅସନ୍ତୋଷକୁ ନେଇ ଆଜିର ବୈଠକରେ ଉଦବେଗ ପ୍ରକାଶ ପାଇବା ସହିତ ଏହାକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ ଆଜିର ବୈଠକରେ ବ୍ୟାପକ ରଣନୀତି ପ୍ରସ୍ତୁତି କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ହରିଲୁଟ କରାଯାଇ ନିରୀହ ଗରୀବମାନଙ୍କୁ ବାସଗୃହ ପ୍ରଦାନରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନଙ୍କ ଦୁର୍ନୀତି ଆଜି ପଦାରେ ପଡିସାରିଛି । ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଗ୍ରାମାଂଚଳର ବିକାଶ ପାଇଁ ଆସିଥିବା ବ୍ୟାପକ ମାତ୍ରାର ଆର୍ଥୀକ ଅନୁଦାନକୁ ହରିଲୁଟ କରାଯାଇ ଗ୍ରାମାଂଚଳ ବିକାଶରେ ବାଧା ସୃଷ୍ଟି କରାଯାଇଛି । ଏପରିକି ଗ୍ରାମସଭା ମଧ୍ୟ ଅନୁଷ୍ଠିତ ହେଉନାହିଁ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଚଂଚକତା କରି ଶାସକ ବିଜେଡି ଭୋଟ ହାତେଇବାର ପ୍ରୟାସ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାତବାରିସୀ କରି ନିର୍ବାଚନ ବୈତରଣୀ ପାର ହେବାର ମସୁଧାକୁ ନେଇ ଆଜିର ଏହି ବୈଠକରେ ଘୋର ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ ଜାଣିଶୁଣି ଭୋଟର ତାଲିକାରେ ବ୍ୟାପକ ଅନିୟମିତତା କରିବା ସହ ବହୁ ବିଳମ୍ବରେ ପ୍ରକାଶ କରିଥିବାରୁ ଆଜି ଉପସ୍ଥିତ ନେତୃବୃନ୍ଦ ଚିନ୍ତାପ୍ରକଟ କରିବା ସହିତ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଆଶଙ୍କା ପ୍ରକାଶ କରିଛନ୍ତି । ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ନିର୍ବାଚନ ସୁପରିଚାଳନା ପାଇଁ ଭିନ୍ନ ଭିନ୍ନ ନେତୃବୃନ୍ଦଙ୍କ ନେତୃତ୍ୱରେ ଭିନ୍ନ ଭିନ୍ନ କମିଟି ଗଠନ କରାଯାଇଛି । ପ୍ରଚାର ପ୍ରସାରର ଭିନ୍ନ ଭିନ୍ନ ପ୍ଲାଟଫର୍ମ ଜରିଆରେ ଏହି ସମସ୍ତ ବିଷୟକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।
ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ଏକ ୨୪ଢ୭ ଘଂଟିଆ ରାଜ୍ୟ ନିର୍ବାଚନ କଂଟ୍ରୋଲ ରୁମ ଖୋଲାଯାଇଛି । ଏହି କଂଟ୍ରୋଲ ରୁମ ଏକ ସେତୁ ଭଳି କାର୍ଯ୍ୟ କରିବ ଏବଂ ବିଭିନ୍ନ ଜିଲ୍ଲା ଓ ପଂଚାୟତରୁ ଆସୁଥିବା ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଗୁଡିକର ସମାଧାନ ରାଜ୍ୟ ନିର୍ବାଚନ କମିଶନଙ୍କ ମାଧ୍ୟମରେ କରାଯିବ । ଏହା ବ୍ୟତୀତ ନବଗଠିତ ସମସ୍ତ ବିଭାଗର ସମନ୍ୱୟ ଏବଂ ସୁପରିଚାଳନା ପାଇଁ ଆଜିର ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନା କମିଟି ଗଠନ, ରାଜ୍ୟ-ଜିଲ୍ଲା ସମନ୍ୱୟ କମିଟି, ଇସ୍ତାହାର, ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାର ଓ ପ୍ରସାର କମିଟି, ଲିଗାଲ କମିଟି, ପ୍ରଚାର ସାମଗ୍ରୀ ବଂଟନ ନିମନ୍ତେ ଭିନ୍ନ ଭିନ୍ନ କମିଟି ଗଠନ କରାଯାଇଛି ଏବଂ ଏହି କମିଟିର ତଦାରଖ ପାଇଁ ବରିଷ୍ଠ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି କମିଟି ନିୟମିତ ଭାବେ ଆଲୋଚନା କରାଯାଇ ଆସନ୍ତା ପଂଚାୟତ ନିର୍ବାଚନରେ ପାର୍ଟୀର ବିଜୟ ପାଇଁ ନିଷ୍ପତି ଗ୍ରହଣ କରାଯିବ ବୋଲି ବୈଠକ ପରେ ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking