30.1 C
Bhubaneswar
Tuesday, September 17, 2024
Homeଓଡିଶାମନ୍ତ୍ରୀ ପ୍ରଦୀପ ଅମାତଙ୍କ ଇସ୍ତଫା ଦାବି କଲା ବିଜେପି

ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଇସ୍ତଫା ଦାବି କଲା ବିଜେପି

ବୌଦ୍ଧ: କିଛି ଦିନ ହେଲା ଓଡ଼ିଶା ମଦ ସାମ୍ରାଜ୍ୟର ଟଙ୍କାର ପାହାଡ଼କୁ ନେଇ ସାରା ଦେଶରେ ଚର୍ଚ୍ଚାରେ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବୌଦ୍ଧର ମଦଭାଟି ମାଲିକଙ୍କ ମଧ୍ୟ​ ଏଥିରେ ସଂପୃକ୍ତି ରହିଛି। ଘଟଣାର ଚର୍ଚ୍ଚା ମଧ୍ୟରେ ପଶ୍ଚିମ ଓଡ଼ିଶାର ଚାରି ଜଣ ମନ୍ତ୍ରୀଙ୍କ ନାଁ ଗଣମାଧ୍ୟମର ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରେ ବୌଦ୍ଧ ବିଧାୟକ ତଥା ରାଜ୍ୟ ସରକାରଙ୍କ ତିନିଟି ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ଆସୁଛି। ହେଲେ ଶ୍ରୀ ଅମାତ ଏହାକୁ ନେଇ ଗଣମାଧ୍ୟମକୁ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଶ୍ରୀ ଅମାତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ରବିବାର ସଂଧ୍ୟାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୌଦ୍ଧ ଭଳି ଗରିବ ଜିଲ୍ଲାରେ କାହା ସ୍ବାର୍ଥରେ ସ୍ପିରିଟ କାରଖାନା ପାଇଁ ଅନୁମତି ଦିଆଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଏଥି ସହିତ ଜିଲ୍ଲାରେ ହେବାକୁ ଥିବା ଅନ୍ୟ ଏକ ସ୍ପିରିଟ କାରଖାନାକୁ ବିଜେପି ବିରୋଧ କରିବ। ମଦ ସାମ୍ରାଜ୍ୟର ମୁଖ୍ୟ ଝାଡ଼ଖଣ୍ଡର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶ ପୁତ୍ତଳିକା ସୋମବାର ଉପଜିଲ୍ଲାପାଳଙ୍କ ଅଫିସ ସମମୁଖରେ ଦାହ କରାଯିବ ବୋଲି ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅତିଥି ଭାବରେ ରାଜ୍ୟ ଉପସଭାପତି ସୁକେଶୀ ଓରାମ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କହ୍ନେଇ ଚରଣ ଡାଙ୍ଗ, ସୂର୍ଯ୍ୟନାରାୟଣ ମହାପାତ୍ର, ପ୍ରେମାନନ୍ଦ ମିଶ୍ର, କର୍ଣ୍ଣେଲ ଶିଶିର ଘୋଷ ଓ ମାଗୁଣି ଗାଈଗୌରିଆ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking