32.1 C
Bhubaneswar
Thursday, March 28, 2024
Homeଓଡିଶାତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଥିବାରୁ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ମନ୍ତ୍ରୀମଳରୁ ବହିଷ୍କାର କରନ୍ତୁ...

ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଥିବାରୁ ମନ୍ତ୍ରୀ ଦିବ୍ୟସିଂହ ମିଶ୍ରଙ୍କୁ ମନ୍ତ୍ରୀମଳରୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ : ବସନ୍ତ

ଭୂବନେଶ୍ୱର  : କଳାହାି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାକୁ ୩ଟି ଜିଲ୍ଲା ପୋଲିସ ତଦନ୍ତ କରି ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ । ଗିରଫ ହୋଇ ହାଜତରେ ଥିବାବେଳେ ସେଠାରୁ ଖସିଯିବା ସମସ୍ତଙ୍କୁ ଆଚମ୍ବିତ କରିବା ସହ ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟସିଂହ ମିଶ୍ରଙ୍କ ସହ ଶ୍ରୀ ସାହୁଙ୍କ ଅତ୍ୟନ୍ତ ଉତମ ସଂପର୍କ ଥିବାର ମଧ୍ୟ ସ୍ପଷ୍ଟ ହୋଇଛି । ଏହି କଥାକୁ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ସ୍ୱୀକାର ମଧ୍ୟ କରିଛନ୍ତି । ଅଭିଯୁକ୍ତ ଶ୍ରୀ ସାହୁ ଥାନାରୁ ଖସିଯାଇ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିଦେବାର ସମ୍ଭାବନା ରହିଛି ଏବଂ ଏଥିରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବାର ଚର୍ଚ୍ଚା ହେଉଛି । ମାଁ କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପନାୟକ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ନିଖୋଜ ଥିବା ମମିତା ମେହେରଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିବାକୁ ବିଜେପି ସାଂସଦ ଶ୍ରୀ ବସନ୍ତ ପା ଦାବୀ କରିଛନ୍ତି ।
କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଥିବାରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ତାଙ୍କ ମନ୍ତ୍ରୀମଳରୁ ବହିଷ୍କାର କରନ୍ତୁ । ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉପଯୁକ୍ତ ଦ ପ୍ରଦାନ କରାଯାଉ । ଏହା ହେଲେ ଯାଇ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ଶ୍ରୀ ପା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking