37.2 C
Bhubaneswar
Friday, April 19, 2024
Homeରାଜନୀତିନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର :...

ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର : ବିଜେପି

 କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା
ସାମଗ୍ରୀ ଯୋଗାଇ ଦିଆଯାଉ
 ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରନ୍ତୁ
 କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ
 ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର କରୋନା ପରୀକ୍ଷା କରାଯାଉ
ଭୁବନେଶ୍ୱର : ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି ବି ସରକାରୀ
ଅଧିକାରୀ ପାଳନ କରୁନାହାଁନ୍ତି । ପ୍ରତ୍ୟେକ ଦିନ ୧୫ ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା
ହୋଇ ପାରିଲା ନାହିଁ । ସରକାରୀ ଅଧିକାରୀ ମାନେ ଏ ଦିଗରେ ଧ୍ୟାନ ନଦେଇ କେବଳ ପ୍ରେସ କନଫରେନ୍ସ କରି ନିଜ ପିଠି ନିଜେ
ଥାପୁଡାଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ପ୍ରତିଦିନ ୧୫ ହଜାରରୁ ଉର୍ଦ୍ଧ୍ୱ ଟେଷ୍ଟ କରୁଛି । ଆଜି ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭
ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି । ଏହା ମଧ୍ୟରୁ ୪୧୬୩ ପଜିଟିଭ
ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି । ରାଜ୍ୟରେ ଦୈନିକ ହାରାହାରି ପରୀକ୍ଷା ହାର ଆଦୌ ଉତ୍ସାହଜନକ ନୁହେଁ ।
ଜୁନ୍ ୭ ରେ ୩୪୭୭, ଜୁନ୍ ୮ ରେ ୩୩୧୭, ଜୁନ୍ ୯ ରେ ୨୯୬୯, ଜୁନ୍ ୧୦ରେ ୩୦୨୬, ଜୁନ୍ ୧୧ରେ ୩୩୩୩, ଜୁନ୍‌
୧୨ରେ ୩୮୩୩, ଜୁନ୍ ୧୩ରେ ୩୮୮୦, ଜୁନ୍ ୧୪ରେ ୩୫୫୮, ଜୁନ୍ ୧୫ରେ ୨୪୯୯, ଜୁନ୍ ୧୬ ରେ ୨୯୮୮
ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ଗତ ୧୦ ଦିନରେ ଜୁନ୍ ୧୩ ରେ ସର୍ବାଧିକ ୩୮୮୦ ଜଣଙ୍କର ଟେଷ୍ଟ କରାଯାଇଛି ।
ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ କରୋନା ରୋଗୀ ବାହାରି ଥିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି । ବ୍ୟବସାୟୀ ମାନେ ନିୟମିତ
ଭାବେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା କାରଣରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ଅଧିକା ରହିଛି । ଏଣୁ
ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ କ୍ୱାରେଂଟାଇନ ସେଂଟରରେ ୭ ଦିନ ରଖି ବିନା ଟେଷ୍ଟରେ ଘରକୁ ପଠାଇ ଦେଉଛନ୍ତି
ା ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର
ନିୟମିତ ଟେଷ୍ଟ କରିବା ସହ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ
ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏବେ ରାଜ୍ୟସରକାର ଆଶା କର୍ମୀ ଏବଂ ଏଏନଏମ ଦିଦି ଘର ଘର ବୁଲି ଅଧିକ ପରୀକ୍ଷା କରିବା ଘୋଷଣାକୁ ଆମେ
ସ୍ୱାଗତ କରୁଛୁ । କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ
ଯୋଗାଇ ଦିଆଯାଉ । ରାଜ୍ୟରେ ଦୈନିକ ପରୀକ୍ଷା ପାଇଁ ଲାବଟୋରୀ ସଂଖ୍ୟା ଓ ପରୀକ୍ଷା କାପାସିଟ ବଢାଇବା ଅତ୍ୟନ୍ତ ଜରୁରୀ । ଏ
ସଂପର୍କରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking