40.1 C
Bhubaneswar
Thursday, April 25, 2024
Homeଓଡିଶା‘ବେକାରୀରେ ଓଡିଶା ଏକ ନମ୍ବର’ ପ୍ରସଙ୍ଗରେ ‘ଇଚ୍ଛାଶକ୍ତି ଅଭାବ’ ଓ ‘ଆନ୍ତରିକତା ଅଭାବ’ ଭଳି ୨ଟି...

‘ବେକାରୀରେ ଓଡିଶା ଏକ ନମ୍ବର’ ପ୍ରସଙ୍ଗରେ ‘ଇଚ୍ଛାଶକ୍ତି ଅଭାବ’ ଓ ‘ଆନ୍ତରିକତା ଅଭାବ’ ଭଳି ୨ଟି ରୋଗର ଶିକାର ହୋଇଛନ୍ତି ରାଜ୍ୟସରକାର: ବିଜେପି

 ଜିଲ୍ଲାୱାରୀ ଶିଳ୍ପ ସଂସ୍ଥା, ଲାଭପ୍ରଦାନକାରୀ ଶିଳ୍ପ ସଂସ୍ଥା, ନିଯୁକ୍ତିର ସଂଖ୍ୟା ଶ୍ୱେତପତ୍ର ଜରିଆରେ ପ୍ରକାଶ
କରିବାକୁ ଦାବୀ
 ସ୍କିଲ ମିଶନରେ ୯୦ହଜାରରୁ ଉର୍ଦ୍ଧ ପ୍ରଶିକ୍ଷିତ ହୋଇଥିବାବେଳେ କେତେ ଜଣଙ୍କୁ ରାଜ୍ୟସରକାର ନିଯୁକ୍ତି
ପ୍ରଦାନ କରିଛନ୍ତି ?
 ବେଳ ଥାଉ ଥାଉ ସଠିକ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟରେ ନିଯୁକ୍ତି ସୃଷ୍ଟିର ଭିତିଭୂମି ଭୂଷୁଡି ପଡିବ
ଭୁବନେଶ୍ୱର,: ବେକାରୀ ଏବଂ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି
ଗତକାଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ସ୍କିଲ ମିଶନର କଥା କହି ରାଜ୍ୟସରକାର ସବୁବେଳେ ବିଭ୍ରାନ୍ତ ସୃଷ୍ଟି
କରୁଛନ୍ତି । ମିଛ ତଥ୍ୟ ଦେଇ ପୁରସ୍କାର ନେଉଛନ୍ତି ହେଲେ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ କୈାଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।
ରାଜ୍ୟରେ ବେରୋଜଗାରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦାଦନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି ।
ରାଜ୍ୟସରକାର ‘ଇଚ୍ଛାଶକ୍ତି ଅଭାବ’ ଓ ‘ଆନ୍ତରିକତା ଅଭାବ’ ଭଳି ୨ଟି ରୋଗର ଶିକାର ହୋଇଛନ୍ତି ବୋଲି ରାଜ୍ୟ ସାଧାରଣ
ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ରାଜ୍ୟରେ ମନରେଗା ଯୋଜନା ସଂପୂର୍ଣ୍ଣ ଫେଲ ହୋଇଛି । ଶସ୍ୟ ଅମଳ ପରେ ରୋଜଗାର ଅନ୍ୱେଷଣରେ ଚାଷୀକୁଳ
ଦାଦନ ଖଟିବା ପାଇଁ ବାହାରକୁ ପଳାୟନ କରୁଛନ୍ତି । ରାଜ୍ୟର ଅଧିକାଂଶ ବ୍ଲକରେ ମନରେଗା ଯୋଜନା ସଠିକ କାର୍ଯ୍ୟକାରୀ ହେଉନାହିଁ
ା ରାଜ୍ୟସରକାରଙ୍କ ପ୍ରୋତ୍ସାହନ ଅଭାବ, ଶିଳ୍ପମାରଣ ନୀତି ଓ ଉତ୍ପୀଡନ କାରଣରୁ କ୍ଷୁଦ୍ରଶିଳ୍ପଦ୍ୟୋଗୀଗୁଡିକ ମୃତ୍ୟୁଶଯ୍ୟାରେ ପଡିଲେଣି ।
ଏହି କାରଣରୁ ନୂଆ ଶିଳ୍ପଦ୍ୟୋଗୀମାନେ ନୂତନ ଶିଳ୍ପ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି କହିବା ସହ ଏଭଳି ସ୍ଥିତିରେ କିପରି
ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
୫ଲକ୍ଷ କୋଟି ନିବେଶ ଶିଳ୍ପାୟନର ସ୍ୱପ୍ନ ଦେଖାଇ ଭୁଆଁ ବୁଲାଉଥିବା ରାଜ୍ୟସରକାର ଗତ ୫ ବର୍ଷରେ କେତେ ସଂଖ୍ୟାରେ
ନୂତନ ଶିଳ୍ପ ସୃଷ୍ଟି କରି କେତେ ସଂକ୍ୟାରେ ନୂତନ ନିଯୁକ୍ତି ସୃଷ୍ଟି କରିଛନ୍ତି ? କେଉଁ ଜିଲ୍ଲାରେ କେତେ ଶିଳ୍ପ ଅଛି, କେତେ
ଲାଭପ୍ରଦାନକାରୀ ଶିଳ୍ପ ସଂସ୍ଥା ଅଛି, କେତେ ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରାଯାଇଛି ? ଏକ ଶ୍ୱେତପତ୍ର ଜରିଆରେ ଏ ସମସ୍ତ ତଥ୍ୟ
ପ୍ରକାଶ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ଦୀନଦୟାଲ ଉପଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନାର ଲାଭ ଦେଶର ଅନ୍ୟ ରାଜ୍ୟଗୁଡିକ ନେଉଥିବାବେଳେ ଓଡିଶା ସଠିକ
ଲାଭ ନେବାରେ ବିଫଳ ହେଉଛି । ସ୍କିଲ ମିଶନରେ ୯୦ହଜାରରୁ ଉର୍ଦ୍ଧ ପ୍ରଶିକ୍ଷିତ ହୋଇଥିବାବେଳେ କେତେ ଜଣଙ୍କୁ ରାଜ୍ୟସରକାର
ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟସରକାରଙ୍କ କୈାଣସି ନିର୍ଦ୍ଧିଷ୍ଟ ଯୋଜନା ନାହିଁ । ବେଳ ଥାଉ ଥାଉ ରାଜ୍ୟସରକାର ସଠିକ
ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟରେ ନିଯୁକ୍ତି ସୃଷ୍ଟିର ଭିତିଭୂମି ଭୂଷୁଡି ପଡିବ । କେବଳ ସରକାରୀ ସଂସ୍ତା ନୁହେଁ ବରଂ ବେସରକାରୀ
ସଂସ୍ଥାରେ ମଧ୍ୟ ନିଯୁକ୍ତି ସୃଷ୍ଟି ପାଇଁ ରାଜ୍ୟସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking