28.1 C
Bhubaneswar
Thursday, March 28, 2024
Homeଓଡିଶାମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଉଛି “ଓଲଡ୍ ୱାଇନ୍ ଇନ୍ ନିୟୁ ବଟଲ୍‌” ସଦୃଶ: ଗୋଲକ ମହାପାତ୍ର

ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଉଛି “ଓଲଡ୍ ୱାଇନ୍ ଇନ୍ ନିୟୁ ବଟଲ୍‌” ସଦୃଶ: ଗୋଲକ ମହାପାତ୍ର

 ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଗୋଟିଏ ସୁଚିନ୍ତିତ ନାଟକ

 ଏଭଳି ମନ୍ତ୍ରୀମଣ୍ଡଳ ପରିବର୍ତନର ଆବଶ୍ୟକତା କ’ଣ ?
 ଓଡ଼ିଶାର ମନ୍ତ୍ରୀମାନେ କେବଳ ମାତ୍ର “ରବର ଷ୍ଟାମ୍ପ”
 ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମନ୍ତ୍ରୀ ପଦ ନାମରେ ମୁଖ୍ୟମନ୍ତ୍ରୀ ଝୁନଝୁନା ଧରେଇ ଦେଇଛନ୍ତି ।

ଭୁବନେଶ୍ୱର, : ରାଜ୍ୟ ସରକାର ପୂର୍ବରୁ ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରୁ ଅପସାରଣ କରିଥିଲେ, ସେମାନଙ୍କୁ ପୁନଃର୍ବାର ଦକ୍ଷ ଓ ବରିଷ୍ଠ କହି ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ଆଜି ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ୩ଜଣ ମନ୍ତ୍ରୀ ପୂର୍ବରୁ ଦକ୍ଷ କିମ୍ବା ବରିଷ୍ଠ ନଥିଲେ କି? ଯଦି ଦକ୍ଷ ଥିଲେ ତାହେଲେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କାହିଁକି ଅନ୍ତର କରିଥିଲେ ଏବଂ ଆଜି ତାଙ୍କର କେଉଁ ଦକ୍ଷତା ବଳରେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଗଲା ? ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏମାନଙ୍କୁ ଦକ୍ଷ ଭାବୁନଥିଲେ, ହଠାତ୍ ସେମାନଙ୍କ କ’ଣ ଦକ୍ଷତା ଆସିଲା ତାହା ସ୍ପଷ୍ଟ କରିବେ କି? ନବୀନ ବାବୁ ଦକ୍ଷ ଓ ବରିଷ୍ଠ କଥା କହି ଓଡିଶାର ଲୋକଙ୍କୁ ଆଉ ଦିନରେ ଲଂଠନ ଦେଖାନ୍ତୁ ନାହିଁ । ବିଜେଡି ଶାସନରେ ମନ୍ତ୍ରୀମାନେ କେବଳ ରବର ଷ୍ଟାଂପ । ନିଜ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ମନ୍ତ୍ରୀ ପଦ ନାମରେ ମୁଖ୍ୟମନ୍ତ୍ରୀ ଝୁନଝୁନା ଧରେଇ ଦେଇଛନ୍ତି । ବାସ୍ତବରେ ଏ ସରକାରକୁ କିଏ ଚଳାଉଛି ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଜୀ ପୂର୍ବରୁ ପ୍ରଶ୍ନ କରିଥିଲେ । ଏହାର ଉତର ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଦେଇପାରିଲେ ନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଓଡ଼ିଶାରେ କିଭଳି ମନ୍ତ୍ରୀମାନେ କାର୍ଯ୍ୟ କରନ୍ତି ତାହା ଦିବାଲୋକ ପରି ସ୍ପଷ୍ଟ । ନୂତନ ଶିକ୍ଷା ବର୍ଷ ଆରମ୍ଭ ସମୟରେ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀଙ୍କୁ ରାତି ଅଧରେ ବିଜେଡି ସରକାର ବହିଷ୍କାର କରି ଛାତ୍ରଛାତୀଙ୍କ ଭବିଷ୍ୟତ ଓ ଶିକ୍ଷା ସହ ଖେଳ ଖେଳୁଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୧୨୦ଦିନ ବିତିଗଲା କିନ୍ତୁ ଦୋଷୀ ଧରାପଡିଲା ନାହିଁ କି ଚାର୍ଜସିଟ୍ ଦିଆଗଲା ନାହିଁ । ବରଂ ରାଜ୍ୟ ସରକାର ଲୋକଙ୍କୁ ଭ୍ରମିତ କରିବାରେ ବ୍ୟସ୍ତ ଅଛନ୍ତି । ସାଧାରଣ ନିର୍ବାଚନ ଅଳ୍ପଦିନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ମନ୍ତ୍ରୀମଣ୍ଡଳର ପରିବର୍ତନ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟାକାଣ୍ଡରେ ସମୀର ଦାସଙ୍କ ସଂପୃକ୍ତି; ମହିଳା ବ୍ୟଭୀଚାର ପ୍ରସଙ୍ଗରେ ଶ୍ରୀକାନ୍ତ ସାହୁଙ୍କ ସଂପୃକ୍ତି, ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ର ଓ ପରୀ ଘଟଣାରେ ଅରୁଣ ସାହୁଙ୍କ ସଂପୃକ୍ତିକୁ ନେଇ ବିଜେପିର କ୍ରମାଗତ ଅଭିଯୋଗ ପରେ ସେମାନଙ୍କୁ ରାଜ୍ୟ ସରକାର ବାଧ୍ୟ ହୋଇ ଶେଷରେ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିଥିଲେ ସତ କିନ୍ତୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଲେ ନାହିଁ । ବିଜେଡିର ମନ୍ତ୍ରୀ, ନେତାମାନେ ହତ୍ୟା ଓ ଅପହରଣରେ ସଂଶ୍କୀଷ୍ଟ ଅଛନ୍ତି । ଯଦି ରାଜ୍ୟ ସରକାର ଏଭଳି ଦୁର୍ନୀତିଯୁକ୍ତ ନେତା, ମନ୍ତ୍ରୀଙ୍କୁ ଦଣ୍ଡ ଦେଇଥାନ୍ତେ ତାହାଲେ ଆଇନ ଉପରେ ଓଡିଶାବାସୀ ବିଶ୍ୱାସ ରହିଥାନ୍ତା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
୨୦୨୪ରେ ସରକାର ଗଢ଼ିବ ବିଜେପି । ବିଜେଡି ସରକାରରେ ମନ୍ତ୍ରୀଙ୍କର କୈାଣସି କ୍ଷମତା କି ଅଧିକାର ନାହିଁ । ଧର୍ମକୁ ଆଖିଠାର ମାରିବା ଭଳି “ଓଲଡ୍ ୱାଇନ୍ ଇନ ନିୟୁ ବଟଲ” ନୀତି ଆପାଣାଇଛନ୍ତି ବିଜେଡି ସରକାର । ମନ୍ତ୍ରୀମଣ୍ଡଳ ପରିବର୍ତନ ବିଜେଡିର ଶାସନ ଶୈଳୀ ଉପରେ କିଛି ପ୍ରଭାବ ପଡିବ ନାହିଁ । ଓଡ଼ିଶାର ଶାସନରେ କିଛି ନୂତନତ୍ୱ ନାହିଁ । ପୂର୍ବରୁ ଯେଭଳି ସ୍ଥାଣୁ, ଅପରାଗ ହୋଇ ଚାଲିଥିଲା ସେଭଳି ଚାଲିବ । ଯେଉଁମାନଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ଥିଲା, ସେଇଭଳି ପୁରୁଣା ଲୋକଙ୍କୁ ନେଇ ଓଡ଼ିଶାବାସୀଙ୍କୁ ରାଜ୍ୟ ସରକାର ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking