27.1 C
Bhubaneswar
Thursday, April 25, 2024
Homeଓଡିଶାହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ଲେଖାଶ୍ରୀ ସାମନ୍ତସିଂହାର

ହାଇଦର ଖସିଯିବା ପଛରେ ରାଜ୍ୟ ଗୃହ ବିଭାଗ: ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଅପରାଧ ଓ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେଉଥିବାର ଆଉ ଏକ ସ୍ପଷ୍ଟ ପ୍ରମାଣ ମିଳିଛି । ଓଡିଶା ଜେଲ ମାନୁଆଲ ନିୟମ ଅନୁଯାୟୀ, କୈାଣସି ଅପରାଧୀ ଜେଲ୍ ବାହାରକୁ ଚିକିତ୍ସା ପାଇଁ ଯିବାକୁ ହେଲେ ସେହି କଏଦୀକୁ ଉକ୍ତ ଜେଲର ମେଡିକାଲ ଅଫିସର ଓ ଜେଲ ଅଧିକ୍ଷକଙ୍କ ସୁପାରିଶକ୍ରମେ ଜେଲ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବା ଆବଶ୍ୟକ । କଏଦୀଟି ବାହାରେ ରହି ଚିକିତ୍ସିତ ହେଉଥିବାବେଳେ ଜେଲ ବିଭାଗର ଜଣେ ଉଚ୍ଚପଦସ୍ତ ଅଧିକାରୀ ପ୍ରତିଦିନ ଅନୁଧ୍ୟାନ କରିବା ସହ ଏ ସଂପର୍କରେ ପ୍ରତିଦିନ ଏକ ରିପୋର୍ଟ ଜେଲ ବିଭାଗକୁ ପ୍ରଦାନ କରିବା ଆବଶ୍ୟକ । ମାତ୍ର କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର କ୍ଷେତ୍ରରେ ଜେଲ କତୃପକ୍ଷ ସମସ୍ତ ଆଇନ ଓ ବ୍ୟବସ୍ଥାକୁ ଜଳାଞ୍ଜଳୀ ଦେଇ ଜାଣିଶୁଣି ଅବହେଳା ପ୍ରଦର୍ଶନ କରିବା ସହ ଅକ୍ଷମଣୀୟ ଅପରାଧ କରିଛନ୍ତି ।ହାଇଦର ଖସିଯିବା ପଛରେ ଗୃହ ବିଭାଗ ରହିଛି ଏବଂ ଏଥିପାଇଁ ରାଜ୍ୟ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ । ମାତ୍ର ବର୍ତମାନ ସୁଦ୍ଧା ଜେଲ୍ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ, ସମ୍ବଲପୁର ଜେଲ୍ ଅଧିକ୍ଷକ ଏବଂ ଜେଲ୍ ଚିକିତ୍ସାଧିକାରୀଙ୍କୁ ଉତରଦାୟୀ କରାନଯିବା ଅତ୍ୟନ୍ତ ଦର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଜେଲ କତୃପକ୍ଷ ଓ ପୋଲିସ ସହାୟତାରେ କୁଷ୍ୟାତ ଅପାରଧୀ ହାଇଦରକୁ ଖସାଇ ଦିଆଗଲା । ତେଲେଙ୍ଗାନା ରାଜ୍ୟ ପୋଲିସ ହାଇଦରକୁ ଧରିଲେ । ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟର ଗୃହବିଭାଗ ପୋଲିସ ଜରିଆରେ ଗଣମାଧ୍ୟମ ସମ୍ମୁଖକୁ ଆସି ଧରିଥିବାର କହି ବାଃ ବାଃ ସାଉଁଟିଲେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
୨-୨ ଥର ଆଜୀବନ କାରାଦଣ୍ଡ ଭୋଗି ସମ୍ବଲପୁର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରଚିକିତ୍ସାର ମିଛ ଆଳ ଦେଖାଇ ବାରମ୍ବାର କଟକ କେମିତି ଆସୁଥିଲା ? ତା ପାଖରେ ମୋବାଇଲ ଫୋନ, ନଗଦ ଟଙ୍କା ଆଦି କେମିତି ରହୁଥିଲା ? ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ରହି ବିରିୟାନୀ କିପରି ଖାଉଥିଲା ? ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ହାଇଦର ପାଖରେ ପୋଲିସ ସୁରକ୍ଷା ବ୍ୟବସ୍ଥା ନଥିଲା, କିନ୍ତୁ ତାର ଯୁବତୀ ବନ୍ଧୁ ଏବଂ ଅନ୍ୟ ଅପରାଧୀ ତତ୍ୱ ସାଙ୍ଗରେ ରହୁଥିଲେ । ଶେଷରେ କେମିତି ଓ କାହା ସହାୟତାରେ ଖସି ପଳାଇବାକୁ ସକ୍ଷମ ହୋଇଥିଲା ? ଏହି ଷଡଯନ୍ତ୍ର ପଛରେ ବହୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି ଏବଂ ଏହାର ପର୍ଦ୍ଦାଫାଶ ହେବା ନିହାତି ଆବଶ୍ୟକ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଜେଲ୍ ବିଭାଗର ମୁଖ୍ୟ ହେଲେ ଗୃୃହମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ।ରାଜ୍ୟ ଜେଲ ମହାନିର୍ଦ୍ଦେଶକ, ସମ୍ବଲପୁର ଜେଲ ଅଧିକ୍ଷକ ଓ ଜେଲ ଚିକିତ୍ସାଧିକାରୀ ଏବଂ ସହଯୋଗ କରିଥିବା ପୋଲିସ ଅଧିକାରୀଙ୍କୁ ତଦନ୍ତ କରାଯିବା ସହ ଉଚିତ୍ ଦଣ୍ଡବିଧାନ ପ୍ରଦାନ ନିହାତି ଆବଶ୍ୟକ । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ସ୍ପର୍ଷକତା ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ରାଜ୍ୟରେ ଥିବା ସମସ୍ତ ୯୧ଟି ଜେଲରେ ଥିବା କୁଖ୍ୟାତ ଓ ଦୁର୍ଦ୍ଦାନ୍ତ କଏଦୀମାନେ ବିଳାସମୟ ଜୀବନଯାପନ ବିତାଇବା ସହ ଜେଲ କତୃପକ୍ଷଙ୍କ ସହାୟତା ଏବଂ ପ୍ରୋତ୍ସାହନ ପାଇ ନିର୍ଭୟରେ ନିଜ ନିଜ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଏଭଳି ଘଟଣାରେ ରାଜ୍ୟ ସରକାର ତୁରନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସମସ୍ତ ୯୧ଟି ଜେଲରେ ପରିସ୍ଥିତି କଣ ଅଛି, ତାର ଏକ ରିପୋଟ ଶ୍ୱେତପତ୍ର ଜରିଆରେ ପ୍ରକାଶ କରିବା ପଇଁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking