37.1 C
Bhubaneswar
Thursday, March 28, 2024
Homeଓଡିଶାମିଲର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ : ଲେଖାଶ୍ରୀ

ମିଲର ଓ ରାଜ୍ୟ ସରକାରଙ୍କ ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ : ଲେଖାଶ୍ରୀ

 

ଭୁବନେଶ୍ୱର : ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ
ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଉଷୁନା ଚାଉଳକୁ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି । ଓଡିଶାର ମିଲରମାନଙ୍କ ପାଖରେ
ଉଷୁନା ଚାଉଳ ଗଚ୍ଛିତ ହୋଇଥିବାରୁ ସେମାନେ ଏହାକୁ ଆଗ ଖାଲି କରିବାକୁ ଚାହୁଁଛନ୍ତି । ଏକ କ୍ୱିଂଟାଲ ଧାନରୁ ଅରୁଆ ଅପେକ୍ଷା ଉଷୁନା ଚାଉଳ
କଲେ ୫ ରୁ ୭ ପ୍ରତିଶତ ଅଧିକ ଚାଉଳ ହୁଏ । ଉଷୁନା ଚାଉଳ କୁଣ୍ଡାରେ ୭ ରୁ ୮ ପ୍ରତିଶତ ଅଧିକ ତେଲ ରହିଛି ଯେଉଁଥିରୁ ରାଇସ ବ୍ରାନ
ତେଲ ପ୍ରସ୍ତୁତ ହେଉଛି । ଏହା ମିଲରମାନଙ୍କ ପାଇଁ ଲାଭଦାୟକ । ଅରୁଆ ଚାଉଳ ଶୀଘ୍ର ଭାଙ୍ଗିଯିବା ଯୋଗୁଁ ଉଷୁନା ଚାଉଳକୁ ମିଲର ମାନେ
ପ୍ରାଧାନ୍ୟ ଦିଅନ୍ତି । ଯେଉଁ ମିଲର ଉଷୁନା ତିଆରି କରୁଛନ୍ତି ସେମାନେ ଏହି ସବୁ ଲାଭ ପାଉଛନ୍ତି । ଅନ୍ୟପଟେ ମିଲର ମାନେ ଅରୁଆ ଚାଉଳ
କଲେ ସମସ୍ତ ଚାଉଳ କିଣିବାକୁ ଏଫସିଆଇ ପ୍ରସ୍ତୁତ ରହିଛି ବୋଲି ଡିସେମ୍ବର ମାସରୁ ଏକ ଚିଠିରେ ଏଫସିଆଇ ଜଣାଇଛି । ଏହି ଚିଠି ପାଇବା
ସତ୍ୱେ ରାଜ୍ୟ ସରକାର ଏହାର ସ୍ପଷ୍ଟିକରଣ ରାଜ୍ୟବାସୀଙ୍କୁ ଦେଇନାହାଁନ୍ତି କି ମିଲରମାନଙ୍କୁ ଅରୁଆ ଚାଉଳ କରିବା ପାଇଁ ନିର୍ଦ୍ଦେଶ ଦେଇ ନାହାଁନ୍ତି ।
ମିଲରମାନେ ଉଷୁନା ଚାଉଳ କି ଅରୁଆ ଚାଉଳ କରିବେ ରାଜ୍ୟସରକାର ନିଷ୍ପତି ନିଅନ୍ତୁ । ଚାଷୀ ଧାନ ବିକେ, ଅରୁଆ ଉଷୁନା ବୁଝେ ନାହିଁ ।
ଉଷୁନା ଚାଉଳ ତିଆରି କଲେ ମିଲର ମାନଙ୍କୁ ଅଧିକ ଫାଇଦା ହେଉଥିବାରୁ ଉଭୟ ମିଲର ଏବଂ ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ କହୁଛନ୍ତି
ା ସେହି ରାଜନୀତିରେ ନିରୀହ ଚାଷୀ ପେଷି ହେଉଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ
କରିଛନ୍ତି ।
ଓଡିଶାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ନୂଆ କୁମ୍ଭୀର କାନ୍ଦଣା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଉଷୁନା ଚାଉଳ
ନନେଲେ ଚାଷୀଙ୍କ ଉପରେ ବୋଝ ପଡିବ । କିନ୍ତୁ ବାସ୍ତବରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲରଙ୍କ ପାଇଁ ବେଶୀ ଚିନ୍ତା କରୁଛନ୍ତି
ା ଚାଷୀଙ୍କ ଠାରୁ ଧାନ ରାଜ୍ୟ ସରକାର ଉଠାଇବା କଥା ଏବଂ ଏହି ଧାନକୁ ମିଲରକୁ ଦେଇ ଉଷୁନା କିମ୍ବା ଅରୁଆ କରିବା କଥା । ସେହି ଚାଉଳକୁ
ରାଜ୍ୟ ସରକାର ଏଫସିଆଇକୁ ଦେବେ ନହେଲେ ନିଜ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରଖିପାରିବେ । କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ
କରିଛନ୍ତି ଯେ, ୫୦ ପ୍ରତିଶତ ଉଷୁନା ଚାଉଳ ସହ ଅଧିକରୁ ଅଧିକ ଅରୁଆ ଚାଉଳ କିଣାଯାଉ । ଉଭୟ ଏଫସିଆଇ ଏବଂ ରାଜ୍ୟ ସରକାରଙ୍କ
ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉଷୁନା ଚାଉଳ ଅଛି । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହୋଇଯିବ ବୋଲି ଏଫସିଆଇ ଜଣାଇଛି
ା ଅନ୍ୟ ରାଜ୍ୟମାନଙ୍କରେ ଅରୁଆ ଚାଉଳ ଲୋକ ଖାଆନ୍ତି । ରାଜ୍ୟ ସରକାର ମିଲର ମାନଙ୍କୁ ଅରୁଆ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଯେତେ
ଅରୁଆ ଚାଉଳ ଦେବେ କେନ୍ଦ୍ର କିଣିବାକୁ ପ୍ରସ୍ତୁତ ଅଛି ବୋଲି ଏଫସିଆଇ ଚିଠିରେ ଉଲ୍ଲେଖ ରହିଛି । କିନ୍ତୁ ବିଜେଡି ବିଧାୟକମାନେ ପ୍ରେସମିଟରେ
ଏହି କଥାକୁ ଲୁଚାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି ।
କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ
ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ଏହି ଅର୍ଥ କାହିଁକି ଖର୍ଚ୍ଚ କରାଯାଉନାହିଁ ରାଜ୍ୟ
ସରକାର ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।
ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking