27.8 C
Bhubaneswar
Friday, April 19, 2024
Homeଓଡିଶାଆର୍ଶୀବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡିଶାର ଶିଶୁ ମାନଙ୍କୁ ଉପେକ୍ଷିତ କରିଛନ୍ତି : ଲେଖାଶ୍ରୀ...

ଆର୍ଶୀବାଦ ଯୋଜନା ନାଁରେ ରାଜ୍ୟ ସରକାର ଓଡିଶାର ଶିଶୁ ମାନଙ୍କୁ ଉପେକ୍ଷିତ କରିଛନ୍ତି : ଲେଖାଶ୍ରୀ ସାମନ୍ତସିଂହାର

ସେପ୍ଟେମ୍ବର ୧୫ରୁ ଆର୍ଶୀବାଦ ଯୋଜନା ବନ୍ଦ ହେବା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ସରକାର । ପ୍ରତ୍ୟେକ ଦିନ ଗଣମାଧ୍ୟମ ଆଗରେ ନୂଆ ନୂଆ ମିଥ୍ୟା କଥା କହୁଛନ୍ତି । ଯେତେବେଳେ କରୋନା ଭଳି ଭୟଙ୍କର ମହାମାରୀ ବିଶ୍ୱକୁ ଘାରିଲା ସେତେବେଳେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ କୋଭିଡ୍‌ରେ ଅନାଥ ହୋଇଥିବା ଶିଶୁ ମାନଙ୍କ ପାଇଁ ଆର୍ଥିକ ସହାୟତାର ଗୋଟିଏ ବିସ୍ତୃତ ଯୋଜନା । ଯେଉଁଥିରେ ଶିଶୁ ମାନଙ୍କୁ ସ୍କୁଲ ପାଠ ପଢିବା ପାଇଁ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ କିମ୍ବା ରେସିଡେଂଟ୍ ସ୍କୁଲ ସବୁଠି ଆଡ୍‌ମିଶନ ହୋଇପାରିବ । ୧୮ବର୍ଷ ପରେ ତାଙ୍କୁ ଷ୍ଟାଇପେଣ୍ଡ ମିଳିବ ଏବଂ ୨୩ ବର୍ଷ ବେଳକୁ ତାଙ୍କୁ ୧୦ଲକ୍ଷ ଟଙ୍କାର ଗୋଟିଏ କର୍ପସ୍ ଫଣ୍ଡ ମିଳିବ ଏହି ସବୁ ବ୍ୟବସ୍ଥା ପାଇଁ ପିଏମ କେୟାରସ୍ ଫଣ୍ଡ୍‌ରୁ ଅର୍ଥ ଆସିବ । ସାଙ୍ଗେ ସାଙ୍ଗେ ଏହି ଘୋଷଣାକୁ ଦେଖି ଓଡିଶାର ୨୧ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ଲାଳ ଗଡିଲା ଯେ ସେ ବି ଓଡିଶାବାସୀଙ୍କ ଠୁ ପୁଣି ବାହାଃ ବାହାଃ କିଛି ପାଇବାର ବାଟ ତାଙ୍କୁ ଦେଖାଗଲା ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ତୁରନ୍ତ ପରେ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଯେ ଓଡିଶାରେ କରୋନାରେ ହରାଇଥିବା ବାପା ମାଙ୍କୁ ସେହି ଅନାଥ ଶିଶୁ ମାନଙ୍କୁ ମାସିକ ବାପା ମା ହରାଇଥିବା ଶିଶୁଙ୍କୁ ୨୫୦୦ ଓ ଯଦି ଜଣଙ୍କୁ ହରାଇଥାନ୍ତି ତେବେ ୧୫୦୦ ଦେବେ ବୋଲି ଏକ ଯୋଜନା ଓଡିଶା ସରକାର ଘୋଷଣା କଲେ । ଦୁଃଖ ଏବଂ ପରିତାପର ବିଷୟ ଯେ କେତେ ପିଲା ଏବଂ କେଉଁମାନେ ଏହି ଯୋଜନାରେ ଉପକୃତ ହେଲେ ରାଜ୍ୟସରକାର ଏପର୍ଯ୍ୟନ୍ତ କହିନାହାଁନ୍ତି । ଅପରପକ୍ଷରେ ହଠାତ୍ ଘୋଷଣା କଲେ ସେପ୍ଟେମ୍ବର ୧୫ ପାଖରୁ ଏହି ଯୋଜନା ବନ୍ଦ ହୋଇଗଲା ତେବେ ଆମର ପ୍ରଶ୍ନ ସେପ୍ଟେମ୍ବର ୧୫ପାଖରୁ ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଗଲା ନା କରୋନାରେ ଆଉ କେହି ମୃତ୍ୟୁ ବରଣ କଲେନାହିଁ । କୌଣସି ପିଲା ଅନାଥ ହେଉନାହାଁନ୍ତି କି? ଯଦି ସେମିତି କଥା ତେବେ ରାଜ୍ୟ ସରକାର ଘୋଷଣା କରନ୍ତୁ ଯେ ସେପ୍ଟେମ୍ବର ୧୫ରୁ ଓଡିଶା କରୋନା ମୁକ୍ତ ହେଲା । ଗଣମାଧ୍ୟମରୁ ଯାହା ପ୍ରକାଶ ହେଉଛି ଏବେ ମଧ୍ୟ କରୋନା ଚାଲିଛି ବହୁ ସଂଖ୍ୟାରେ ଲୋକେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ।
ପ୍ରଥମତଃ ସେପ୍ଟେମ୍ବର ୧୫ ପାଖରୁ ଯେଉଁ ବାପା ମା କରୋନାରେ ପ୍ରାଣ ହରାଉଛନ୍ତି ତାଙ୍କ ପିଲା କାହିଁକି ଏହି ଯୋଜନାରୁ ବଂଚିତ ହେବେ ଏ କଥା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା କହିଛନ୍ତି । ଦ୍ୱିତୀୟରେ ଇତି ମଧ୍ୟରେ ରାଜ୍ୟ ସରକାର ଏହି ଯୋଜନାକୁ ଅର୍ଥ ଦେବା ଆରମ୍ଭ କଲେ ୨୦ଜୁନ୍ ୨୦୨୧ପାଖରୁ ସେହି ସମୟରୁ ଆଜି ପର୍ଯ୍ୟନ୍ତ କେତେ ପିଲା ଉପକୃତ ହେଲେ ସେହି ପିଲା ମାନଙ୍କର ନାମ ଠିକଣା କେଉଁଠି ତାଙ୍କର ପାଠପଢାର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ଏବଂ କେତେ ଅର୍ଥ ଏ ପିଲାଙ୍କୁ ଦିଆଯାଇଛି ଏହାର ବେନିଫିସିଆରି ଲିଷ୍ଟ୍ ହିତାଧିକାରୀ ମାନଙ୍କର ସୂଚୀ ଏକଥାକୁ ସର୍ବଜନୀନ କରିବା ପାଇଁ ଡ. ସାମନ୍ତସିଂହାର ଦାବୀ କରିଛନ୍ତି । ନଚେତ୍ ରାସନ୍‌କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଏହା ବି ଏକ ମିଥ୍ୟା ଯୋଜନା ଏଥିରେ କୌଣସି ହିତାଧିକାରୀ ନାହିଁ କେବଳ କାଗଜପତ୍ରରେ ଲମ୍ବା ଲମ୍ବା ସଂଖ୍ୟା ଦେଇ ଓଡିଶାବାସୀଙ୍କୁ ଭଣ୍ଡାଇବା ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ତୃତୀୟ କଥା ପ୍ରଧାନମନ୍ତ୍ରୀଙ୍କ ଯୋଜନା ପିଏମକେୟାରସ୍ ଫଣ୍ଡ୍‌ରୁ ଅର୍ଥ ଦିଆଯିବ କିନ୍ତୁ ଓଡିଶା ସରକାର କରୋନା ସମୟରେ ଅନାଥ ହୋଇଥିବା ପିଲା ମାନଙ୍କୁ ଯେଉଁ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କଲେ ସେ ଫଣ୍ଡ୍ କେଉଁଠୁ ଆସିବ ତାହା ପାଇଁ ବ୍ୟୟବରାଦ ଓ ଆର୍ଥିକ ସୁବିଧାର କୌଣସି ବ୍ୟବସ୍ଥା କରିନାହାଁନ୍ତି । କେଉଁ ଫଣ୍ଡ୍‌ରୁ ଆଣି ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା କଥା ଭାବିଥିଲେ ଯେତେବେଳେ କୌଣସି ଅର୍ଥ ନାହିଁ ସେତେବେଳେ ଆର୍ଥିକ ସହାୟତା ଦେବାର ପ୍ରଶ୍ନ କେଉଁଠୁ ଉଠୁଛି । କେବଳ ମୋଦୀ ସରକାର ଭଲ ଭଲ ଯୋଜନା କରି ଲୋକଙ୍କୁ ଉପକୃତ କରି କାଳେ ବାହାଃ ବାହାଃ ନେଇଯିବେ ତେଣୁ ହୀନମାନ୍ୟତା ଦେଖ।।ଇ ରାଜ୍ୟ ସରକାର କେବଳ ଯୋଜନା ଘୋଷଣା କରିବା ଓ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ବ୍ୟବସ୍ଥା ନକରିବା ଓ ପରେ ବନ୍ଦ କରିଦେବା ଅତ୍ୟନ୍ତ ଦୁଃଖର କଥା । ରାଜ୍ୟ ସରକାର ଅତୀତରେ ଅନେକ ଯୋଜନା ଘୋଷଣା କରିଛନ୍ତି ଯେଉଁ ଯୋଜନା ପାଇଁ କୌଣସି ଆର୍ଥିକ ବ୍ୟବସ୍ଥା କରିନଥିଲେ ଏହା ମଧ୍ୟ ସେହିଭଳି ଏକ ଯୋଜନା ବୋଲି ଆମେ ସ୍ପଷ୍ଟ ଭାବେ ଜାଣିଛୁ । ରାଜ୍ୟ ସରକାର ଆର୍ଶିବାଦ ଯୋଜନା ଘୋଷଣା କରିଛନ୍ତି ସେହି ଆର୍ଶିବାଦ ଯୋଜନାରେ ଅନାଥ ଶିଶୁକୁ ୧୮ବର୍ଷ ହେଲା ଯାଏଁ ମାସକୁ ୨୫୦୦ଟଙ୍କା ମିଳିବ ବୋଲି କହୁଛନ୍ତି କିନ୍ତୁ କାହାକୁ ମିଳିଛି ଆମେ ଜାଣିନାହୁଁ । ଆଜି ୨୫୦୦ଟଙ୍କାର କିଛି ମୂଲ୍ୟ ଥାଇପାରେ କିନ୍ତୁ ୧୮ବର୍ଷ ପରେ ଏହାର ମୂଲ୍ୟ କ’ଣ ଥିବ ଓଡିଶାର ସବୁ ବିବେକମାନ୍ ଲୋକ ବୁଝୁଥିବେ ବୋଲି ମୋର ଆଶା । ଯେଉଁ ଅର୍ଥର କୌଣସି ପ୍ରଭାବ ରହୁଥିବ ସେହିଭଳି ଅର୍ଥ ନଦେଇ ମାସକୁ ୨୫୦୦ଟଙ୍କା ଆଜି ଘୋଷଣା କରିବେ ତେବେ ୧୮ବର୍ଷ ପରେ ବି ୨୫୦୦ଟଙ୍କା ଦେଉଥିବେ ସେ ପିଲାର ୧୮ବର୍ଷ ପରେ ୨୫୦୦ଟଙ୍କା କେଉଁ କାମରେ ଲାଗିବ ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଡ. ସାମନ୍ତସିଂହାର କହିଛନ୍ତି ।
ଏହି ଯୋଜନାର ସବୁଠୁ ବଡ ସ୍କାମ୍ ହେଉଛି ଏହା ଏକ ମିଥ୍ୟା ଯୋଜନା । ଯେମିତି ଆୟୁଷ୍ମାନ୍ ଭାରତ ଯୋଜନାରେ କାଳେ ମୋଦିଜୀ ନା ନେଇଯିବେ ବୋଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କଲେ ଏହା ଏକ କହିଦେବା ପାଇଁ ଗୋଟିଏ କଥା । କୌଣସି ହିତାଧିକାରୀ ନାହିଁ କୌଣସି ସୁବିଧା ମିଳୁନି ଡାକ୍ତରଖାନା ବି ଏହି ଯୋଜନାକୁ ସମ୍ମାନିତ କରୁନାହାଁନ୍ତି କାର୍ଡକୁ ମୁହଁକୁ ଫୋପାଡି ରୋଗୀକୁ ଫେରାଇଦେଉଛନ୍ତି । ଠିକ୍ ସେହି ଭଳି ଗୋଟେ ଯୋଜନା କେବଳ ମୋଦିଜୀ ବାହାଃ ବାହାଃ ନନିଅନ୍ତୁ ବୋଲି ରାଜ୍ୟ ସରକାର ଘୋଷଣା କଲେ ଆର୍ଶିବାଦ ଯୋଜନା । ଆର୍ଶିବାଦ କେବଳ ନାରେ କହିଲେ ହେବ ନାହିଁ ସେତିକି ମାନସିକତା ରାଜ୍ୟ ସରକାରଙ୍କର ରହିବା ଦରକାର । ଆମ ରାଜ୍ୟର ପିଲା ମାନଙ୍କର ଭରଣ ପୋଷଣ କରିବାର ଦାୟିତ୍ୱ ରାଜ୍ୟ ସରକାର ନିଜେ ଅନୁଭବ କରି ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ । ଯୋଜନା ଯେଉଁ ଫର୍ମରେ ରହିଛି ସେହି ଫର୍ମରେ କାହାର ଉପକାର ହୋଇନାହିଁ କି ହେବନାହିଁ । ତେଣୁ ରାଜ୍ୟ ସରକାର ସ୍ପଷ୍ଟ ହିତାଧିକାରୀ ଲିଷ୍ଟ୍ ଦିଅନ୍ତୁ ଓ କେତେ ଜଣ ପିଲା ତାହା ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking