43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଅନୁଭବଙ୍କ ବହିଷ୍କାର ଦାବି କଲା ବିଜେପି

ଅନୁଭବଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ୱର : ସାଂସଦ ଅନୁଭବଙ୍କ ବହିଷ୍କାର ଦାବି କଲା ବିଜେପି ମହିଳା ମୋର୍ଚ୍ଚା ।ଅନୁଭବ ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଓ ଏଥିସହ ଦଳରୁ ବହିଷ୍କାର କରାଯାଉ । ରାଜ୍ୟରେ ମହିଳା ଅସୁରକ୍ଷିତ, ଏହାର ଜ୍ୱଳନ୍ତ ଚିତ୍ର ହେଉଛନ୍ତି ଅନୁଭବ ।ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି ।ଏହାର ପ୍ରତିବାଦରେ ମହିଳା ବିଜେପି ରାଜ୍ୟ ସାରା ଆନ୍ଦୋଳନ କରିବ ।ପ୍ରେସ ମିଟ୍ ରେ କହିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ୱୃତି ପଟ୍ଟନାୟକ ।

ଅନୁଭବ – ବର୍ଷା ବିବାଦରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ । ପଟିଆଲା ହାଉସ କୋର୍ଟ ମାମଲା ଓଡ଼ିଶାକୁୁ ସ୍ଥାନାନ୍ତର ପାଇଁ ଅପିଲ କରିବେ ।ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ।ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଲେ।ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ଘରୋଇ ହିଂସା ମାମଲାର ଶୁଣାଣି ଘୁଞ୍ଚିଲା । ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି । ଡିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ଏହି ମାମଲାର ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଛି । ତେବେ ଅନୁଭବଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବର୍ଷା । କିନ୍ତୁ ଅନୁଭବ ଏହାର ଅସ୍ୱୀକାର କରି ବର୍ଷା ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି କୋର୍ଟରେ ପିଟିସନ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking