ବିଜେପି ବିରୋଧୀ ଆଭିମୁଖ୍ୟକୁ ବିଜେଡିର ବାଏ ବାଏ

ଭୁବନେଶ୍ୱର : ବିଜେପି ବିରୋଧୀ ଆଭିମୁଖ୍ୟକୁ ବିଜେଡିର ବାଏ ବାଏ | ବିଜେଡି ତାର ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଉ ବିଜେପି ବିରୋଧରୋ ସ୍ୱର ଉଠାଉ ନାହିଁ | ଏପରିକି କେନ୍ଦ୍ର ଅବହେଲା ନାରା ମଧ୍ୟ ଠପ୍ ହୋଇ ଯାଇଛି | ସାଧାରଣ କର୍ମୀଙ୍କ ଠାରୁ ଆରମ୍ଭ କରି ମୁଖିଆ ପର୍ଯ୍ୟନ୍ତ ଆଉ କାହା ମୁହଁରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଶୁଣିବାକୁ ମିଳୁନାହିଁ | ପ୍ରତି କ୍ଷେତ୍ରରେ ଉଭୟ ପକ୍ଷ ପରସ୍ପର ସହ ହାତ ମିଳାଇ ଆଗକୁ ଚାଲୁଥିବା ଦେଖା ଯାଉଛି | ବିରୋଧୀ ଭୂମିକା ଆଭିମୁଖ୍ୟ ବିଜେଡି ପ୍ରତ୍ୟାହାର କରିଥିବାରୁ ଆଜି ପାର୍ଲ୍ୟାମେଣ୍ଟରେ ଆଗତ ସଂଶୋଧିତ ନାଗରିକ ବିଲକୁ ଆଗତ ପାଇଁ ଆସିଥିବା ପ୍ରସ୍ତାବକୁ ବିରୋଧୀ ଦଳ ଗୁଡିକ ବିରୋଧ କରିଥିଲା ବେଳେ ବିଜେଡି ସମର୍ଥନ ଦେଇଛି | ଆଜି ଲୋକସଭାରେ ଏହି ବିଲ ଉପରେ ଭୋଟ ହୋଇଥିଲା |ସପକ୍ଷରେ 293 ଭୋଟ ପଡିଥିବା ବେଳେ ବିରୋଧରେ 82ଟି ଭୋଟ ପଡିଥିଲା |
ବିଜେପି-ବିଜେଡି ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଛି | ଉଭୟ ପକ୍ଷ ପରସ୍ପରର ବିରୋଧୀ ବୋଲି କଥାରେ କହୁଥିଲେ ମଧ୍ୟ କାର୍ଯ୍ୟ କ୍ଷେତ୍ରରେ ତାହା ପରିଲକ୍ଷିତ ହେଉନାହିଁ |ସତେ ଯେପରି ପରସ୍ପର ମଧ୍ୟରେ ବୁଝାମଣା ଭିତ୍ତିକ ରାଜନୀତି ଚାଲିଛି |ପାର୍ଲ୍ୟାମେଣ୍ଟରେ ଯେତେବେଳେ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଲ ଆସୁଛି ଓ ବିଜେପି ଅଡୁଆରେ ପଡିବାକୁ ଯାଉଛି ସେତେବେଳେ ବିଜେଡି ସହାୟତାର ହାତ ବଢାଉଛି | ପାର୍ଲ୍ୟାମେଣ୍ଟରେ ଏଭଳି କିଛି ବିଲ ନାହିଁ ଯେଉଁଥିରେ ବିଜେପି ପାଇଁ ସଂମସ୍ୟା ସୃଷ୍ଟି ହୋଇଛି ଆଉ ବିଜେଡି ସହାୟତା ନଦେଇ ବିରୋଧ କରିଛି | କଂଗ୍ରେସ ଏହାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇଛି | କିନ୍ତୁ ଦୁଇ ଦଳ ସେମାନଙ୍କ ଭିତିରି ବୁଝାମଣା ବା ଭିତିରି ସମ୍ପର୍କ ନେଇ କେବେ ସ୍ୱୀକାର କରିନାହାଁନ୍ତି | ଆଜି ପାର୍ଲ୍ୟାମେଣ୍ଟରେ ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ନାଗରିକ ଶଂସୋଧନ ବିଲ ଆଗତ ପାଇଁ ପ୍ରସ୍ତାବ ଆସିବା ପରେ ଏହାକୁ ନେଇ ଲୋକସଭାରେ ଝଡ ସୃଷ୍ଟି ହୋଇଥିଲା | ଆଲୋଚନାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାସକ ଓ ବିରୋଧୀ ମଧ୍ୟରେ କଥା କଟାକଟି ଓ ବାଦ ବିବାଦ ଲାଗି ରହିଥିଲା | ଶେଷରେ ବିଜେପି ଓ ତାର ସହଯୋଗୀ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ପ୍ରସ୍ତାବଟି ଗୃହୀତ ହେବାରେ ସମସ୍ୟା ଦେଖା ଦେଇନଥିଲା | ଏଣୁ ରାଜ୍ୟସଭାରେ ଏହାକୁ ନେଇ ବିଜେପି ସମସ୍ୟାରେ ପଡିପାରେ , କାରଣ ଅଣ ଏନଡିଏଙ୍କ ସଂଖ୍ୟା ଅଧିକ ରହିଛି | ଏ କ୍ଷେତ୍ରରେ ବିଜେପି ବିଜେଡି ଭଳି ଛୋଟ ଛୋଟ ଆଂଚଳିକ ଦଳକୁ ଟାର୍ଗେଟରେ ରଖିଛି | ଲୋକସଭାରେ ଯେତେବେଳେ ବିଜେଡି ସମର୍ଥନ ଦେଲାଣି ରାଜ୍ୟସଭାରେ ମଧ୍ୟ ସମର୍ଥନ ଦେବ ବୋଲି କୁହାଯାଉଛି | ଲୋକସଭାରେ ବିଜେପିକୁ ଆବଶ୍ୟକ ନଥିଲା ବେଳେ ବିଜେଡି ,ସମର୍ଥମନ ଦେଇଛି | ଅତୀତରେ ଯେଭଳି ରାଜ୍ୟସଭାରେ ସମର୍ଥନ ଦେଇ ଆସିଛି ଏଥର ମଧ୍ୟ ଦେବ ବୋଲି କୁହାଯାଉଛି |
ବିଜେଡି ଯେତେବେଳେ ବିଜେପିର ସଂଖ୍ୟା ନଥାଇ ଗୋଟିଏ ରାଜ୍ୟସବା ପଦ ଟେକିଦେଇ ସମଗ୍ର ଦେଶରେ ରାଜନୈତିକ କ୍ଷେତ୍ରରେ ଇତିହାସ ସୃଷ୍ଟି କଲା ସେତେବେଳେ ଉଭୟଙ୍କ ମଧ୍ୟରେ ବୁଝାମଣା ଆଉ ଅଛପା ରହିଲା ନାହିଁ |ନିକଟରେ ଭୁବନେଶ୍ୱର ଏମ୍ସ ପରିଚାଳନା କମିଟିର ସଦସ୍ୟ ନିର୍ବାଚନରେ ବିଜେପିର ଅଧିର ସଂଖ୍ୟାଥିଲେ ମଧ୍ୟ ବିଜେପି ବିଜେଡିକୁ ବାଟ ଛାଡିଦେଲା | ବରୁଣେଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲା ପରେ ବାଣୀବିହାର ସଭାରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଲୋକପ୍ରିୟ ନେତା ଭାବେ ଅଭିହିତ ଲକରିଥିଲେ | ଏଣୁ ଉଭୟ ପରସ୍ପରର ନିକଟତର ହେଉଥିବା କଥା ରାଜନୈତିକ ମହଲରେ ଆଲୋଚନା ଚାଲିଛି |