32.1 C
Bhubaneswar
Thursday, March 28, 2024
Homeଓଡିଶାନିଜ ଖର୍ଚ୍ଚରେ ମଲ ମାଲିକ ସୈାନ୍ଦର୍ଯ୍ୟ କରଣ ପାଇଁ କରିଥିବା ଜବର ଦଖଲକୁ ହଟାନ୍ତୁ :...

ନିଜ ଖର୍ଚ୍ଚରେ ମଲ ମାଲିକ ସୈାନ୍ଦର୍ଯ୍ୟ କରଣ ପାଇଁ କରିଥିବା ଜବର ଦଖଲକୁ ହଟାନ୍ତୁ : ବିଜେପି

ଭୁବନେଶ୍ୱର – ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଶାଖା ତରଫରୁ
ଗତ ୭ ତାରିଖ ପ୍ରେସ୍ ମାଧ୍ୟମରେ ଉତ୍କଳ ଗ୍ୟାଲେରି ସମ୍ମୁଖରେଥିବା ସରକାରୀ ଜମିରେ ଜବର ଦଖଲ
କରି ସୈାନ୍ଦର୍ଯ୍ୟ କରଣ ପାଇଁ କରିଥିବା ବିଭିନ୍ନ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ବିଏମ୍‌ସିର କମିସନ୍‌ରଙ୍କ
ପାଖରେ ଦାବୀ କରା ଯାଇଥିଲା । କମିସନ୍‌ର ଏହି ଦାବିକୁ ଗ୍ରହଣ କରି କୋଭିଡ୍ ପରେ ଭାଙ୍ଗିବା ପାଇଁ
କହିଥିଲେ । କମିସନ୍‌ର କୋଭିଡ୍ ଆଳ ଦେଖାଇ ଯେଉଁଭଳି ଭାବରେ ସମୟ ଗଢାଉଛନ୍ତି
ତାହା ନିନ୍ଦନୀୟ । ମଲ ମାଲିକ ମଲର ସୈାନ୍ଦର୍ଯ୍ୟ କରଣ ପାଇଁ ଏସବୁ ବ୍ୟବସ୍ଥା କରିଥିଲେ । କିନ୍ତୁ
ଭାଙ୍ଗିବା ପାଇଁ ସରକାର କାହିଁକି ଅର୍ଥ ଖର୍ଚ୍ଚ କରିବେ କିଛି ବୁଝା ପଡୁନାହିଁ ? ସରକାର ନିର୍ଦ୍ଦେଶ ଦିଅନ୍ତୁ
ମଲ ମାଲିକ ତାଙ୍କ ଖର୍ଚ୍ଚରେ ଅତିଶ୍ରିଘ୍ର ସେ ସୈାନ୍ଦର୍ଯ୍ୟ କରଣ ପାଇଁ କରିଥିବା ଜବର ଦଖଲାକୁ ହଟାନ୍ତୁ ।
ମଲ ମାଲିକ କହିଛନ୍ତି ତାଙ୍କୁ ନିର୍ଦ୍ଦେଶ ଦେଲେ ସେ ସେଗୁଡିକୁ ଭାଙ୍ଗି ଦେବେ । ମାତ୍ର କମିସନ୍‌ର
କୋଭିଡ୍‌ର ଆଳ ଦେଖାଇ ମଲକୁ ଯେପରି ସୁରକ୍ଷା ଦେଉଛନ୍ତି ତାହାକୁ ଆଉ ବରଦାସ୍ତ କରାଯିବ ନାହିଁ |
ଅତିଶ୍ରିଘ୍ର କମିସନ୍ ମଲ ମାଲିକଙ୍କୁ ଜବର ଦଖଲ କରିଥିଲେ ବିଭିନ୍ନ କାର୍ଯ୍ୟକୁ ଭାଙ୍ଗନ୍ତୁ, ନହେଲେ
ବିଜେପି ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking