34.1 C
Bhubaneswar
Thursday, March 28, 2024
Homeଟ୍ୱିନ ସିଟିଆଗାମୀ ୧୦ ଦିନ ଭିତରେ ନିଷ୍ପତି ପ୍ରତ୍ୟାହାର ନହେଲେ ସମସ୍ତ ୱାର୍ଡରେ ଆନ୍ଦୋଳନ କରାଯିବ :...

ଆଗାମୀ ୧୦ ଦିନ ଭିତରେ ନିଷ୍ପତି ପ୍ରତ୍ୟାହାର ନହେଲେ ସମସ୍ତ ୱାର୍ଡରେ ଆନ୍ଦୋଳନ କରାଯିବ : ବାବୁ ସିଂ

 ଟ୍ରାନ୍ସପାରେନ୍ସି ନାହିଁ ଟ୍ରାନ୍ସପାରେନ୍ସି ନାହିଁ ଟ୍ରାନ୍ସପାରେନ୍ସି ନାହିଁକିଟେକ୍ନୋଲୋଜି ନାହିଁ ଟେକ୍ନୋଲୋଜି ନାହିଁ ଟେକ୍ନୋଲୋଜି ନାହିଁ; ଟେକ୍ନୋଲୋଜି ନାହିଁ;ତରବିଆଭାବେବିନା ପ୍ରସ୍ତୁତିରେ ବିନା ପ୍ରସ୍ତୁତିରେ ବିନା ପ୍ରସ୍ତୁତିରେହୋଲ୍ଡିଂ ହୋଲ୍ଡିଂ ହୋଲ୍ଡିଂଟ୍ୟାକ୍ସ ଆ ଟ୍ୟାକ୍ସ ଆ ଟ୍ୟାକ୍ସ ଆଦାୟ
 ମଧ୍ୟବିତ ଓ ସାଧାରଣ ମଧ୍ୟବିତ ଓ ସାଧାରଣଲୋକଙ୍କୁବୋଝଉପରେ ନଳିତା ଉପରେ ନଳିତା ଉପରେ ନଳିତାବିଡା
ଭୂବନେଶ୍ୱର, : ଟ୍ରାନ୍ସପାରେନ୍ସି ନାହିଁ କି ଟେକ୍ନୋଲୋଜି ନାହିଁ; ତରବିଆ ଭାବେ ବିନା ପ୍ରସ୍ତୁତିରେ ହୋଲ୍ଡିଂ ଟ୍ୟାକ୍ସ
ଆଦାୟ କରିବାର ନିଷ୍ପତି ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ଜିଜିଆ କର ସଦୃଶ ବିଏମସି କତୃପକ୍ଷ ରାଜଧାନୀବାସୀଙ୍କ ଉପରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରି
ଆର୍ଥିକ ବୋଝ ଲଦି ଦେବାକୁ ବିରାଟ ଷଡଯନ୍ତ୍ର କରୁଛନ୍ତି । ଏହାକୁ ବିରୋଧ କରି ବିଏମସି ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର
ଅନୁରୋଧ ଜଣାଇବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଆଗାମୀ ୧୦ ଦିନ ଭିତରେ ବିଏମସି କତୃପକ୍ଷ ଓ ପ୍ରଶାସନ
ଏଭଳି ଏକଚାଟିଆ ନିଷ୍ପତିକୁ ପ୍ରତ୍ୟାହାର ନକଲେ ଜିଲ୍ଲା ବିଜେପି ତରଫରୁ ଭୂବନେଶ୍ୱରର ସମସ୍ତ ୱାର୍ଡରେ ଆନ୍ଦୋଳନ କରାଯିବ ବୋଲି
ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଚେତାବନୀ ଦେଇଛନ୍ତି ।
ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପ୍ରକ୍ରିୟାଏବଂ ପ୍ରତ୍ୟେକ ଅଟ୍ଟାଳିକାର ନିର୍ଦ୍ଧିଷ୍ଟ ଟ୍ୟାକ୍ସ ନିର୍ଦ୍ଧାରଣକୁ ପାରଦର୍ଶୀ ବା ଟ୍ରାନ୍ସପାରେଂଟ କରିବାକୁ
କତୃପକ୍ଷ ପ୍ରସ୍ତୁତ ନୁହନ୍ତି । ଟେକ୍ନୋଲୋଜିକୁ ବ୍ୟବହାର କରି ପ୍ରତ୍ୟେକ ଅଂଚଳର ପ୍ରତ୍ୟେକ ବିଲ୍ଡିଂ ପାଇଁ କେତେ ପରିମାଣର ଟିକସ ଧାର୍ଯ୍ୟ
ହେବ ଏବଂ ଏହା କିପରି ସ୍ଥିର କରାଯିବ ତାହା ସ୍ପଷ୍ଟ କରିବାକୁ ବିଏମସି କତୃପକ୍ଷ ଚାହୁଁନାହାନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।
ହାଇଦ୍ରାବାଦ, ଚେନ୍ନାଇ ଭଳି ବଡ ବଡ ସହରର ପ୍ରତ୍ୟେକ ଅଂଚଳର ରେଂଟାଲ ଭ୍ୟାଲୁ, କେଉଁ ଭଳି ପ୍ରତିଷ୍ଠାନ ପାଇଁ କେତେ,
କେତେବର୍ଷ ପୁରୁଣା ପାଇଁ କେତେ, କେଉଁ କେଉଁ ଆଧାରରେ କେତେ ପରିମାଣ ରିହାତି ଆଦି ବିଭିନ୍ନ ଧାର୍ଯ୍ୟ ତାଲିକା ସେମାନଙ୍କ
ମ୍ୟୁନିସିପାଲିଟି ୱେବସାଇଟରେ ଉପଲବ୍ଧ ଥିବାବେଳେ ଭୂବନେଶ୍ୱରରେ ବ୍ୟକ୍ତିଗତ ଭାବରେ କର ଆଦାୟ କରିବା ଏବଂ ବିଏମସି କତୃପକ୍ଷଙ୍କ ଭିତରେଏହାକୁ ଦୁଇ ପାକ୍ଷିକ ରଖି ଏକ ଲୁଟ୍ ଓ ଦୁର୍ନୀତିରଗନ୍ତାଘର ପାଇଁଷଡଯନ୍ତ୍ର ରଚାଯାଇଛି । ନିଦରୁ ଉଠି କିଛି ଗୋଟିଏ ଆଇନ ଲାଗୁ କରିବାକୁ ଯାଇ ଓଡିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ-୨୦୦୩ର ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ଏହି ଆଇନର ସେକ୍ସନ ୨୦୫ରେ ସିଧା ସିଧା ଲେଖାହୋଇଛି ଯେ, ୨୧୫ ସେକ୍ସନ ଅନୁସାରେ ଗଠନ ହୋଇଥିବା କର୍ପୋରେସନ ଭ୍ୟାଲୁଏସନ କମିଟି ଦ୍ୱାରା ଜମି ଘରର ବର୍ଗୀକରଣ ଏବଂ ବାର୍ଷିକ ମୂଲ୍ୟ ନିର୍ଦ୍ଧାରଣ ହେବ । କେଉଁ କମିଟି ଦ୍ୱାରା କେବେ ଭ୍ୟାଲୁଏସନ ହୋଇଛି, କିଏ ଏହାର ସଦସ୍ୟ ଓ ଚେୟାରମ୍ୟାନ ଥିଲେ ବୋଲି ଶ୍ରୀ ସିଂ ପ୍ରଶ୍ନ କରିଛନ୍ତି ।ସେକ୍ସନ ୨୦୬ ଅନୁଯାୟୀ ଜମି ଓ କୋଠାର ବର୍ଗୀକରଣ ଉପରେ ଅଭିଯୋଗ ଶୁଣିବାର ପ୍ରକ୍ରିୟା ଶେଷ ହେବା ପରେ ଯାଇ ଜମିର ମୂଲ୍ୟ ଏବଂ କୋଠାର ମୂଲ୍ୟ ଫାଇନାଲ ହେବା କଥା ।କିନ୍ତୁ କୈାଣସି ଗୋଟିଏ ଲୋକଙ୍କ ଅଭିଯୋଗ ଶୁଣାଯାଇଛି ନା ନୋଟିସ ଆସିଛି ା ଏହା ଆଇନର ଖୁଲମଖୁଲା ଉଲ୍ଲଂଘନ ବୋଲି ଶ୍ରୀ ସିଂ କହିଛନ୍ତି ।
ସେକ୍ସନ ୨୦୧୪(୧) ଅନୁଯାୟୀ ଜମିର ମାଲିକାନ ସତ୍ୱାଧିକାରୀଙ୍କ ସହ ପ୍ରତ୍ୟେକ କୋଠାକୁ ଗୋଟିଏ ୟୁନିଟ ଭାବରେ ମୂଲ୍ୟାଂକନ କରାଯିବା କଥା, ଯାହାକି ଏହି ମୂଲ୍ୟାଂକନ ହୋଇନାହିଁ । ଲୋକେ ତ ଟିକସ ଦେବେ କିନ୍ତୁ, ଏହା ବିଏମସି ରାଜକୋଷକୁ ନଯାଇ କିପରି ଅଫିସରଙ୍କ ପକେଟକୁ ଯିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ବିନା ସର୍ଭେକ୍ଷଣ, ବିନା କମିଟି, କେଉଁ ଅଂଚଳ ଏବଂ ଘର
ଗୁଡିକର ବ୍ୟବହାରକୁ ଅଧାର କରି ଟିକସ ପରିମାଣର ନିର୍ଦ୍ଧାରଣ ହେବା ଉଚିତ୍ । ଏହି ତାଲିକାକୁ ସାର୍ବଜନୀନ ନ କରି ତରବରିଆ ଭାବେ ହୋଲ୍ଡିଂଟ୍ୟାକ୍ସ ଆଦାୟ କରିବା କେତେ ଦୂର ଯଥାର୍ଥ ବୋଲି ପ୍ରଶ୍ନ କରିବା ସହ ଜମି ମୂଲ୍ୟର ସଂଶୋଧିତ ମାନଦଣ୍ଡ ଅନୁଯାୟୀ ପ୍ରପର୍ଟି ଟ୍ୟାକ୍ସ ସଂଗ୍ରହ ପାଇଁ ବର୍ତମାନ ସୁଦ୍ଧା ସର୍ବେକ୍ଷଣ ସଂପୂର୍ଣ୍ଣ ହୋଇନାହିଁ ବୋଲି ଶ୍ରୀ ସିଂ କହିଛନ୍ତି ।
ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ବିରୋଧ କରି ଜିଲ୍ଲା ସଭାପତି ଶ୍ରୀ ସିଂଙ୍କ ନେତୃତ୍ୱରେ ଆଜି ଭୂବନେଶ୍ୱରସ୍ଥିତ ମାଉସୀ ମାଁ ଛକରୁ ଏକ
ବିଶାଳ ଶୋଭାଯାତ୍ରା ବିଏମସି କାର୍ଯ୍ୟାଳୟ ଘେରାଓ କରାଯାଇଥିଲା ଆଜିର ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ରାଜ୍ୟ ମୁଖପାତ୍ର
ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ମନୋଜ ପଶ୍ଚିମକବାଟ,
ରଶ୍ମୀରଂଜନ ମହାପାତ୍ର, ଦିଲୀପ ବେହେରା, ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ
ପୁରୋହିତ, ରାମ ରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ, ଶଶୀପ୍ରଭା ରଥ, ଅଂଜନ ନାଥ, ଦାମୋଦର
ବେହେରା, ଯତୀନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ, ତୃପ୍ତିମୟୀ ମକଦ୍ଦମ, ଉନ୍ନତି ପରିଡା ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ କାର୍ଯ୍ୟକର୍ତା ଯୋଗ
ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking