28.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ :ବିଜେପି

ରାଜ୍ୟରେ ଦଳିତ ହୋଇ ଜନ୍ମ ନେବା ଏକ ଅଭିଶାପ :ବିଜେପି

 -ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପୀଡିତ ପରିବାରକୁ ନ୍ୟାୟ ଦିଆଯାଉ
 -ମହିଳାଙ୍କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆଜି ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି
 -ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ମହିଳା ନ୍ୟାୟ ପାଉନାହାଁନ୍ତି
 -ପ୍ରମୋଦିନୀ ନାୟକଙ୍କୁ ଦୃଷ୍କର୍ମ ଓ ହତ୍ୟା ଘଟଣାକୁ ୫ ମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ ନକରିବା ଦୁର୍ଭାଗ୍ୟଜନକ
 -ଶାସକ ଦଳ ଚାପରେ ପୋଲିସ କାର୍ଯ୍ୟ କରୁଛି ଏବଂ ଜାଣିଶୁଣି ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀମାନଙ୍କୁ ଘଂଟ ଘୋଡାଉଛି
 -ପୀଡିତା ପରିବାର ଗରିବ ଓ ଦଳିତ ହୋଇଥିବାରୁ ବାରମ୍ବାର ଅଭିଯୋଗ ପରେ କେ.ନୂଆଗାଁର ପୋଲିସ ଘଟଣାର ତଦନ୍ତ କରୁନାହିଁ
 -ପୋଲିସର ନିଷ୍କ୍ରିୟତା ପାଇଁ ଆଜି ପୀଡିତା ପରିବାର ନ୍ୟାୟ ପାଇବାରୁ ବଂଚିତ ରହିଛି
- ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସ୍ଥାନୀୟ ପୋଲିସର ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ
ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ
ପ୍ରଶାସନର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଅସଦାଚରଣ,ଦୁଷ୍କର୍ମ, ଘରୋଇ ହିଂସା ଏବଂ ହତ୍ୟା ଘଟଣା
ଆଦି ବୃଦ୍ଧି ପାଇବାରେ ଲାଗିଛି । ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର ଏକ ଦଳିତ ଛାତ୍ରୀ ପ୍ରମୋଦିନୀ ନାୟକଙ୍କୁ
କିଛି ଦୃର୍ବୁତ ଗତ ମେ ମାସ ୧୦ ତାରିଖରେ ଜୋଡା ନଦୀ ପଠାରେ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଏହି ଘଟଣାକୁ ୫ ମାସରୁ ଉର୍ଦ୍ଧ୍ୱ ବିତିଥିଲେ
ମଧ୍ୟ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନାହି ଁ । ପୀଡିତା ପରିବାର ଗରିବ ଓ ଦଳିତ ହୋଇଥିବାରୁ ବାରମ୍ବାର
ଅଭିଯୋଗ ପରେ କେ.ନୂଆଗାଁର ପୋଲିସ ଘଟଣାର ତଦନ୍ତ କରୁନାହିଁ କି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ପୀଡିତା
ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୀଡିତା ପରିବାରକୁ ନ୍ୟାୟ ଏବଂ ହତ୍ୟାର ନିରପେକ୍ଷ ତଦନ୍ତ ଦାବୀରେ ବିଜେପି ରାଜ୍ୟ ସଂପାଦିକା ପିଙ୍କି
ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ଏତଲା କପି
ପ୍ରଦାନ କରିଛନ୍ତି ।
ମେ ୧୦ ତାରିଖ ମାତୃଦିବସ ଦିନ ଦିଗପହଣ୍ଡି ବ୍ଲକ ଦେଓଖାଳି ଗ୍ରାମର ଦଳିତ ଛାତ୍ରୀ ପ୍ରମୋଦିନୀ ନାୟକଙ୍କୁ ପ୍ରଥମେ ଦୁଷ୍କର୍ମ ଏବଂ
ପରେ ତାଙ୍କୁ ହତ୍ୟା କରାଯାଇଛି । ଏ ସଂପର୍କରେ ଥାନାରେ ଅଭିଯୋଗ ହେବା ପରେ ପ୍ରଥମେ ପୋଲିସ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ଅପମୃତ୍ୟୁର
ରୂପ ଦେଇ ଘଟଣାକୁ ଭିନ୍ନ ମୋଡ ଦେବା ଲେଗି ପ୍ରୟାସ କରିଥିଲା । ଏହା କ’ଣ ମାତୃ ଦିବସରେ ମା’ଙ୍କୁ ସମ୍ମାନ ? ମହିଳାଙ୍କୁ ସମ୍ମାନର ନାରା
ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଆଜି ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏବଂ ବାଚସ୍ପତିଙ୍କ
ନିର୍ବାଚନମଣ୍ଡଳୀରେ ମହିଳା ନ୍ୟାୟ ପାଉନାହାଁନ୍ତି । ଶାସକ ଦଳ ଚାପରେ ପୋଲିସ କାର୍ଯ୍ୟ କରୁଛି ଏବଂ ଜାଣିଶୁଣି ଏହି ଘଟଣାରେ ସଂପୃକ୍ତ ଥିବା
ଦୋଷୀମାନଙ୍କୁ ଘଂଟ ଘୋଡାଉଛି । ଏଭଳି ଅଭାବନୀୟ ଘଟଣାକୁ ୫ ମାସ ପୂରିଥିଲେ ବି ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀମାନେ ଖୁଲମଖୁଲା
ବାହାରେ ବୁଲିବା ପଛରେ ଶାସକ ଦଳର ସଂପୃକ୍ତି ଥିବା ସ୍ପଷ୍ଟ ବାରି ହେଉଛି । ବାରମ୍ବାର ପୀଡିତା ପରିବାର ଜିଲ୍ଲା ଏ.ସପି ଏବଂ ଥାନା
ଅଧିକାରୀଙ୍କୁ ନ୍ୟାୟ ପାଇଁ ଗୁହାରୀ କଲେ ମଧ୍ୟ କେହି ବି ତାଙ୍କ କଥା ଶୁଣୁନାହାଁନ୍ତି । ପୋଲିସର ନିଷ୍କ୍ରିୟତା ପାଇଁ ଆଜି ପୀଡିତା ପରିବାର ନ୍ୟାୟ
ପାଇବାରୁ ବଂଚିତ ରହିଛି । ମାସ ମାସ ବିତୁଥିଲେ ବି ପୋଲିସ ଏବଂ ପ୍ରଶାସନ ଏହି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପ୍ରଧାନ ଅଭିଯୋଗ କରିଛନ୍ତିମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସମାନ ଆଇନ କହୁଥିବାବେଳେ ଏଠି ହୋଦରା ନୀତି କାହିଁକି ଆପଣାଯାଇଛି ? ଯଦି ମୃତା ପ୍ରମୋଦିନୀ
ଦଳିତ ନହୋଇ ଉଚ୍ଚ ଜାତି କିମ୍ବା ଧନିକ ଶ୍ରେଣୀର ହୋଇଥାନ୍ତେ ତେବେ ପୋଲିସ ପ୍ରଶାସନ ସକ୍ରିୟ ହୋଇ କାର୍ଯ୍ୟ କରିଥାନ୍ତା । ରାଜ୍ୟରେ ଦଳିତ
ହୋଇ ଜନ୍ମ ନେବା ଏକ ଅଭିଶାପ ପାଲଟିଛି । ଅନ୍ୟ ରାଜ୍ୟରେ କିଛି ଦୁଷ୍କର୍ମ ଘଟଣା ଘଟିଲେ ଶାସକ ଦଳର ନାରୀ ନେତ୍ରୀମାନେ ହୀନ ରାଜନୀତି
କରି ବୟାନ ବାଜି କରୁଛନ୍ତି । କିନ୍ତୁ ନିଜ ରାଜ୍ୟରେ ସମାନ ଘଟଣାରେ ଚୁପ୍ ରହି ଅନ୍ୟାୟକୁ ପ୍ରସୟ ଦେଉଛନ୍ତି । ଶାସକ ଦଳ ନାରୀ
ନେତ୍ରୀମାନଙ୍କର ଏ କି ପ୍ରକାର ମାନସିକତା ବୋଲି ଶ୍ରୀମତୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଏହି ଘଟଣାକୁ ଗୁରୁତ୍ୱ ଦେଇ ମାନବାଧିକାରୀ କମିଶନ ଏହାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରତିନିଧୀ ଦଳ ଦାବୀ କରିଛି
ା ଏହା ସହ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀ ଏବଂ ସ୍ଥାନୀୟ ପୋଲିସର ଅବହେଳା ଓ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା
ପାଇଁ ପ୍ରତିନିଧୀ ଦଳ ଦାବୀ କରିଛି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଓ ଯୁବକର୍ମୀ ଅନନ୍ତ ନାରାୟଣ ମହାନ୍ତି ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking