38.1 C
Bhubaneswar
Tuesday, April 23, 2024
Homeଓଡିଶାପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଘୋଟାଲ , ବର୍ଷିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଘୋଟାଲ , ବର୍ଷିଲା ବିଜେପି

କେନ୍ଦୁଝର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱକାଂସି ଜନ କଲ୍ୟାଣ ଯୋଜନା ମଧ୍ୟରେ ଅନ୍ୟତମ । ୨୦୨୨ ସୁଦ୍ଧା ଭାରତର ସବୁ ବାସହୀନ ଲୋକଙ୍କୁ ପକ୍କା ଛାତ ଘର ଯୋଗାଇବା ଏହି ଯୋଜନାର ମୂଳଲକ୍ଷ । କିନ୍ତୁ ଏହି ଯୋଜନାକୁ ଓଡ଼ିଶା ସରକାର ଗତିହରା କରିଥିବା ଅଭିଯୋଗ କରିଛି ବିଜେପି । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେଡି ଶାସିତ ରାଜ୍ୟ ସରକାର ନିଜ ଦଳୀୟ ଆଧାରରେ ଏହି ଯୋଜନାରେ ଘର ଯୋଗାଇ ଥିବା ଅଭିଯୋଗ ହୋଇଛି । ରାଜ୍ୟର ଅନ୍ୟ ଜିଲ୍ଲା ପରି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଯୋଜନାରେ ମହାଘୋଟାଲା ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ବିଜେପି ନେତା । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଦର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ରାଜ୍ୟ ପ୍ରବକ୍ତା ସତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ହାଟଡ଼ିହି,ଘଷିପୁରା ସହ ବହୁ ବ୍ଲକ ରେ ଦଳୀୟ କର୍ମୀଙ୍କୁ ଏହି ଯୋଜନାରେ ଘର ଯୋଗା ଯାଉଥିବ ଅଭିଯୋଗ କରିଥିଲେ । ଏହା ସହ ଅନ୍ୟ ହିତାଧିକାରୀଙ୍କ ଠାରୁ ଦଶ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲାଞ୍ଚ ନେଇ ଏହି ଘର ଯୋଗା ଯାଉଥିବା ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking