ବିଜେଡିର ଜନ ସଚେତନତା ଅଭିଯାନ : ଅର୍କେଶ ଦ୍ୱାରା ମାସ୍କ ଓ ସେନିଟାଇଜର ବଣ୍ଟନ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ କୋଭିଡ ମହାମାରୀ ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ଗାନ୍ଧିଜୟନ୍ତି ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପ ଜନ ସଚେତନତା ଅଭିଯାନ ଅୟୋଜନ କରୁଛି । ସେହିକ୍ରମରେ ପୁର୍ବତନ ସାଂସଦ କଳିକେଶ ସିଂ ଦେଓଙ୍କ ନେତୃତ୍ୱ ରେ ପୁର୍ବରୁ ବାଲାଙ୍ଗିର ଓ ଦେଓଗାଁ ବ୍ଲକରେ ଏହି ଅଭିଜାନ କାରାଯାଇଥିବା ବେଳେ ଆଜି ବଲାଙ୍ଗିର ସହରରେ ଅର୍କେଶ ସିଂ ଦେଓଙ୍କ ନେତୃତ୍ୱରେ ଜନ ସଚେତନତା ଅଭିଜାନ କରାଯାଇଛି । ଅର୍କେଶ ଶତାଧୀକ ବିଜେଡି କର୍ମିଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ଦୋକାନ ଦୋକାନ ବୁଲି ଦୋକାନୀ, ଗ୍ର।।ହକ ଓ ଉପସ୍ଥିତ ଜନତାଙ୍କୁ ମାସ୍କ ବଣ୍ଟନ କରିବା ସହ ସାବୁନରେ ବାରମ୍ବାର ହାଥ ଧୋଇବା, ଆବଶ୍ୟକତା ନଥିଲେ ଘରୁ ନ ବାହାରିବା,ସାମାଜିକ ଦୁରତ୍ୱ ପାଳନ କରିବା ସହ କରୋନା ପ୍ରତି ବିଶେଷ ଭାବେ ସଚେତନ ରହିବାକୁ ନିବେଦନ କରିଥିଲେ । ଅଜି ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଶତାଧିକ ଦଳିୟ ନେତା ଓ କର୍ମିବୃନ୍ଦ ଏକତ୍ରିତ ହୋଇଥିଲେ । କଳିକେଶ ସିଂ ଦେଓ ଏଠାରେ ଯୋଗଦାନ କର ସଚେତନତା ଅଭିଜାନ ଆରମ୍ଭ କରିଥିଲେ ।ବିଜେଡି କର୍ମିମାନେ କଳା ମଣ୍ଡଳ ପଡିଆରୁ ବାହାରି ଭାଗୀରଥି ଛକ, ବିକ୍ରମ ଛକ,ଡେଲି ମାର୍କେଟ, ସମଲେଶ୍ୱରି ମନ୍ଦିର ଛକ, ସରକାରୀ ବସ ଷ୍ଟାଣ୍ଡ, କଚେରି ଛକ ଦେଇ କଳା ମଣ୍ଡଳ ପଡିଆକୁ ଫେରିବା ପରେ କାଯର‌୍ୟକ୍ରମକୁ ଉଦା୍‌ାପିତ କାରାଯାିଥିଲ।। ଲକଡାଉନ ପରେ ସହରରେ ପ୍ରଥମ ଥର ଅର୍କେଶ ଖୋଲାଖୋଲି ଭାବେ ଦଳିୟ କର୍ମି ତଥା ଜନସାଧାରଣଙ୍କ ସମ୍ମୁଖରେ ଆସିଥିବା ବେଳେ ଦଳିୟ କର୍ମିଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲ।। ଆଜିର ଏହି ସଚେତନତା ଅଭିଜାନରେ ରାଜେନ୍ଦ୍ର ହୋତା, ଗୁଞ୍ଜ ଖାନ, ସାଗର ସଂଗମ ଶତପଥି, ନିହାର ରଞ୍ଜନ ସ୍ୱାଇଁ,ସନ୍ତୋଷୀନି ବେହେରା, ଦମୟନ୍ତି ବାଗ, ଇତିଶ୍ରୀ ସାଏ, ଗୋଲାପ ବାଗ,ସୁଶିଲ ଚାନ୍ଦ,ଗୁରୁଦେବ ରଣା, ଓମକାର ନାୟକ, ଉମା ଶଙ୍କର ସିଂ, ନରସଂହ ବାଗ, ଘୁଣ୍ଡୁ ମିଶ୍ର, ଭଗବାନ ବଗର୍ତ୍ତି,ସଞ୍ଜିବ ମିଶ୍ର,ପ୍ରଦିପ ସାହୁ, କୈଲାସ ମହାନ୍ତି,ବୈଷ୍ଣବ ସାହୁ, ସରିତା ଦାଶ,ନୁତନ ଶିନ୍ଦ୍ରୀଆ,ମୁନା ଖାନ, ସମ୍ଭୁ ନାଗ, ନରହରି ରାଉତ,ରାମ ନାଏକ, ଗୋଲାପି ବାଗ,ଉପେନ ଦିପ,ସତ୍ୟ ନାଏକ, ପ୍ରଦ୍ୟୁମ୍ନ ହୋତା,କୁଲାମଣୀ ମେହେର,ଆଶିର୍ବାଦ ସାହୁ,ସୈଲେନ୍ଦ୍ର ସାହୁ,ସୁମନ ନନ୍ଦ, ବଣ୍ଟି ଚାନ୍ଦ, ସନ୍ତୋଷ ଦନ୍ତା ଓ ବିଭୁତି ଭୁଷଣ ମିଶ୍ର ପ୍ରମୂଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here