ସୁକିନ୍ଦାରେ ବିଜେଡିର ମିଶ୍ରଣ ପର୍ବ ;ଧୂଳିଗଡ଼ ପଂଚାୟତ ସମିତ ସଭ୍ୟା ବିଜେଡିରେ ଯୋଗଦାନ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳ ଦିନକୁ ଦିନ ଦୃର୍ବଳ ହୋଇ ପଡୁଛି । କଂଗ୍ରେସ କର୍ମୀ ମାନେ ଦୁର୍ବଳ ନେତୃତ୍ୱ ଓ ସେମାନଙ୍କୁ କେହି ନେତୃବୃନ୍ଦ ବିପଦ ଆପଦ ସମୟରେ ସାହାଯ୍ୟର ହାତ ବଢା଼ଉ ନଥିବାରୁ କଂଗ୍ରେସ ଦଳକୁ ପରିତ୍ୟାଗ କରି ବିଜେଡି ମିଶୁଛନ୍ତି । ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଯୁବ ନେତୃତ୍ୱ ଆଗରେ ଅନ୍ୟ ଦଳର ନେତୃ ଵୁନ୍ଦ ହାର ମାନୁଛନ୍ତି ଶ୍ରୀ ଘଡ଼ାଇ ସବୁ ସମୟ ରେ ନିର୍ବାଚନ ମଣ୍ଡଳୀ ରହି ସାଧାରଣ ଜନତା ମାନଙ୍କ ସମସ୍ୟା କଥା ବୁଝି ତାହାର ସମାଧାନ କରି ସରକାରଙ୍କ ବିଭିନ୍ନ ଯୋଜନା ର ସଫଳରୂପାୟନ କରିବା ସଙ୍ଗେ ନିର୍ବାଚନ ମଣ୍ଡଳୀର ରାସ୍ତା ଘାଟ, ପାନୀୟ ଜଳ ସମସ୍ୟା ବନାନୀ କରଣ ଖେଳ ପଡିଆ, ବିଭିନ୍ନ ସ୍ଥାନ ରେ ଉଦ୍ୟାନ, ସ୍ୱାସ୍ଥ ଶିକ୍ଷା ଓ ବିଭିନ୍ନ ବିକାଶ ମୂଳକ କାଯ୍ୟକ୍ରମ କରି ଜନମାନସ ପ୍ରିୟ ଭାଜନ ହୋଇ ପରିବା ସଂଗେ ବିଜେଡି ଦଳ କୁ ସୁକିନ୍ଦା ରେ ଗଡ଼ କରିବା ପାଇଁ ଦଳୀୟ କାର୍ଯ୍ୟକ୍ରମ ମାନ କରି ଦଳ ର ସଂଗଠନ କୁ ସୁଦୁଢ଼ କରୁ ଛନ୍ତି ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରତି ଜନସାଧାରଣ ଙ୍କ ଆସ୍ଥା ରହି ଥିବାରୁ ବିଜେଡି ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି । ବିଜେଡି ରେ ଯୋଗ ଦେଉଛନ୍ତି । କଂଗ୍ରେସ ଓ ବିଜେପି ଛାଡି ବିଜେଡି ରେ ଯୋଗ ଦେଉଛନ୍ତି । ଆଜି ଏହି ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ ର ଧୂଳି ଗଡ଼ ପଂଚାୟତ ର ସମିତି ସଭ୍ୟା ଆରତୀ ନାୟକ କଂଗ୍ରେସ ଛାଡି ବିଜେଡି ରେମିଶିଲେ ସେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ବିଧାୟକ ଇଂ ପ୍ରିତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ଆସ୍ଥା ରଖି ଦାନଗଦି ଧୂଳିଗଡ ପଞ୍ଚାୟତ ସମିତି ସଭ୍ଯ ଆରତୀ ନାୟକ କଂଗ୍ରେସ ଛାଡି ବିଜେଡି ରେ ମିଶିଲେ। ଆରତୀ ନାୟକଙ୍କ ଯୋଗଦାନ ଫଳରେ ଧୂଳିଗଡ ପଞ୍ଚାୟତରେ ବିଜେଡି ଅଧିକ ମଜଭୁତ ହେବାର ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ସୁକିନ୍ଦା ବିଧାୟକ।ଇଂ ପ୍ରିତିରଂଜ ଘଡ଼ାଇ ।

LEAVE A REPLY

Please enter your comment!
Please enter your name here