37.1 C
Bhubaneswar
Thursday, March 28, 2024
HomeUncategorizedବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସୁନ୍ଦରଗଡ଼ :ବିଜୁ ଜନତା ଦଳ ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟ ସୁନ୍ଦରଗଡ଼ ଜ଼ିଲ୍ଲାର ପୂର୍ବତନ ମନ୍ତ୍ରୀ ଶ୍ରୀ ମଙ୍ଗଳା କିସାନ ମହୋଦୟ ଙ୍କୁ ବିଜୁ ଜନତା ଦଳ ରାଜ୍ୟ ଉପ ସଭାପତି, ତଥା ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ପ୍ରଦାନ କରିଥିବାରୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ତରଫରୁ ଜ଼ିଲ୍ଲା ଆବାହକ ଶ୍ରୀ ଅଶୋକ କୁମାର ସ୍ୱାଇଁ ଙ୍କ ତତ୍ୱାବଧାନ ରେ ରାଜଗାଙ୍ଗପୁର ର ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଦିପ ପଟ୍ଟନାୟକ,ଅଶୋକ ପାଣି, ମନୋଜ ସାହୁ,ଏଲ. କେ. ବେହେରା,ୟାସିନ ମୋହସିନ, ରଂଜିତା ଦଣ୍ଡସେନା ସମେତ ଅନ୍ୟ ଆଇନଜୀବି ମାନେ ମିଶି ପ୍ରଥମେ ବିଜୁ ଜନତା ଦଳ ର ମାନ୍ୟବର ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ  |

ଡାଲମିଆ ସିମେଣ୍ଟ ତରଫରୁ ବିନା ମୂଲ୍ୟରେ ଖାଦ୍ୟ ବଣ୍ଟନ

ସୁନ୍ଦରଗଡ଼,:ଡାଲମିଆ ସିମେଣ୍ଟର ରାଜଗାଙ୍ଗପୁର କାରଖାନା ତରଫରୁ ସହରରେ ଅନ୍ନକ୍ଷେତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ଅଧୀନରେ ୫୦୦ ସ୍ଥାନୀୟ ଗରିବ ଲୋକଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରାଯାଇଛି l ସୁରୁଡି ଏବଂ ରାଣୀବନ୍ଧ ପୁଲିୟାଟୋଲୀ ଅଂଚଳରେ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥି ସହିତ ଲୋକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ମାଗଣାରେ ମାସ୍କ ମଧ୍ୟ ବଣ୍ଟା ଯାଇଥିଲା lଡାଲମିଆ ସିମେଣ୍ଟ ଭାରତ ଲିମିଟେଡ଼ ଅଂଚଳ ପ୍ରତି ଥିବା ନିଜର ସାମାଜିକ ଦାୟିତ୍ୱକୁ ଧ୍ୟାନରେ ଅଞ୍ଚଳର ଲୋକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ l ସେଥିପାଇଁ ଲକ ଡାଉନ ସମୟରେ ରାଜଗାଙ୍ଗପୁର ଅଞ୍ଚଳରେ କୌଣସି ବ୍ୟକ୍ତି ଯେପରି ଭୋକିଲା ନ ରହିବେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ l ସେ ସମୟରେ କମ୍ପାନୀ ତରଫରୁ ସହସ୍ରାଧିକ ଲୋକଙ୍କୁ ରନ୍ଧାଖାଦ୍ୟ ସହିତ ରାସନ ମଧ୍ୟ ପ୍ରଦାନ କରାଯାଇଥିଲା l
କମ୍ପାନୀର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା ଏବଂ ରାଜଗାଙ୍ଗପୁର କାରଖାନା ମୁଖ୍ୟ ଲୋକେଶ କୁମାର ବlହେତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୋଜନାବଦ୍ଧ ଭାବେ ଏହି ରନ୍ଧା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଥିଲା l କମ୍ପାନୀ ତରଫରୁ ସୁଧୀର ମହାନ୍ତି, ବୀରେନ୍ଦ୍ର ଯାଦବ, ଅମିତ ପାଣ୍ଡେ, ଶିବ ନାରାୟଣ ପରିଜା, ଗୌତମ ମହାରଥୀ, ଅଶୋକ ସାହୁ, ପଙ୍କଜ ଦ୍ବିବେଦୀ, ରାଜୀବ ମିଶ୍ର ଆଦି ଅଧିକାରୀ ଖାଦ୍ୟବଣ୍ଟନରେ ସହାୟତା କରିଥିଲେ l
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking