37.1 C
Bhubaneswar
Thursday, March 28, 2024
Homeଓଡିଶାରାୟଗଡ଼ା ରେ ବିଜୁ ଛାତ୍ର ଜନତା ସମାବେଶ ଅନୁଷ୍ଠିତ

ରାୟଗଡ଼ା ରେ ବିଜୁ ଛାତ୍ର ଜନତା ସମାବେଶ ଅନୁଷ୍ଠିତ

ରାୟଗଡା : ଜିଲ୍ଲାର ତେଜସ୍ଵୀ ହୋଟେଲ ନିକଟ ପଡ଼ିଆ ଠାରେ ବିଜୁ ଛାତ୍ର ଜନତା  ସମାବେଶଶ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ରେ ବିକାଶ ଦିଗରେ ଛାତ୍ର ଓ ଯୁବ ମାନଙ୍କ ଦାଇତ୍ୱ, ଓ ନବୀନ ସରକାର ଙ୍କ ଜନ ହିତକର କାର୍ଯ୍ୟକ୍ରମ କୁ ପ୍ରତି ଘରେ ଘରେ ପହଞ୍ଚାଇବା ଉଧେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବିଶେଷ କରି ରାୟଗଡା ଭଳି ଉପାନ୍ତ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକ ଯେପରି ଘରେ ଘରେ ପହଞ୍ଚିବ ସେ ନେଇ ବିଜୁ ଯୁବ ଓ ଛାତ୍ର ମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯିବା ନେଇ ଉପସ୍ଥିତ ନେତ୍ରୁବର୍ଗ ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ଅଧ୍ୟକ୍ଷକତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ଏନ ,ଭାସ୍କର ରାଓ , ମନ୍ତ୍ରୀ ଅନୁସଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ଜଗନ୍ନାଥ ସାରକା , ବିଜେଡି ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା , ଧର୍ମଶାଳା ବିଧାୟକ ପ୍ରଣବ ବଲବନ୍ତ ରାୟ , ଚାନ୍ଦବାଲି ବିଧାୟକ ବ୍ୟମକେଶ ରାୟ , ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା , ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଆଗ ଧାଡିରେ ଥିବା ଜିଲ୍ଲାର ନେତ୍ରୁ ବର୍ଗ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ପାଞ୍ଚ ହଜାର ଯୁବ ଓ ଛାତ୍ର ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking