40.1 C
Bhubaneswar
Wednesday, April 24, 2024
Homeଓଡିଶାବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ: ବିଜେଡି

ବାରମ୍ବାର ହାରୁଥିବା ବିଜେପି ଏବେ ହତାଶ ଓ ନିରାଶ: ବିଜେଡି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଓ ଉପନିର୍ବାଚନମାନଙ୍କରେ ବାରମ୍ବାର ହାରି ବିଜେପି ଆଜି ଅତ୍ୟନ୍ତ ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛି । ପିପିଲି ଉପନିର୍ବାଚନରେ ମଧ୍ୟ ବିଜେପି ନିଜର ପରାଜୟକୁ ଏକ ପ୍ରକାର ସ୍ୱୀକାର କରିସାରିଲାଣି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଯେମିତି ଅଭ୍ୟାସଗତ ଭାବରେ
ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରିବା ଓ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ଦୌଡ଼ିବାର ନାଟକ କରୁଥିଲା ବର୍ତ୍ତମାନ
ପିପିଲି ଉପନିର୍ବାଚନରେ ଅନୁରୂପ ନୀତି ଆପଣେଇଛି । ପାରମ୍ପରିକ ଭାବେ ବିଜେପି ଟଙ୍କା ବାଌକ୍ଷଗ୍ଧ;ିବା ଓ ହିଂସାକାଣ୍ଡ
ଭିଆଇବା କାର୍ଯ୍ୟରେ ଲିପ୍ତ ଥିଲାବେଳେ, ଦଳର ଦୁଇ ସହଯୋଗୀ ପିପିଲିରେ ୫୦ଲକ୍ଷ ଟଙ୍କା ସହିତ ଧରାପଡି ଏହାକୁ
ପ୍ରମାଣ କରିଛନ୍ତି । ଏହି ଜାତୀୟ ଦଳକୁ ଯଦି ସାମାନ୍ୟ ଲଜ୍ଜ୍ୟା ଥାଆନ୍ତା ତେବେ ବିଜେପି ଏତେ ତଳ ସ୍ତରକୁ
ଯାଇନଥାନ୍ତା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।
ଓଡିଶାବାସୀଙ୍କ ପାଖରେ ଯେତେବେଳେ ବିଜେପି ଗ୍ରହଣୀୟ ହୋଇ ପାରୁନାହିଁ ସେତେବେଳେ ଗଣମାଧ୍ୟମରେ
ରହିବା ପାଇଁ ଏ ପ୍ରକାରର ସାମ୍ବାଦିକ ସମ୍ମିଳନୀ କରି ମଛି ଓଗାଳୁଛି । ତେବେ ବିଜେପିର ଏଭଳି କାର୍ଯ୍ୟକୁ ପିପିଲିବାସୀ
ଭଲଭାବେ ବୁଝିଛନ୍ତି ଏବଂ ପୂର୍ବ ଉପନିର୍ବାଚନଗୁଡିକ ଭଳି ଏଠାରେ ମଧ୍ୟ ବିଜେପିକୁ ପରାଜୟର ବାଟ ଦେଖାଇବାକୁ
ସ୍ଥିର କରିଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking