30.1 C
Bhubaneswar
Thursday, April 25, 2024
Homeଓଡିଶାସିପିଙ୍କୁ ମହଙ୍ଗା ପଡିପାରେ ମନ୍ତବ୍ୟ

ସିପିଙ୍କୁ ମହଙ୍ଗା ପଡିପାରେ ମନ୍ତବ୍ୟ

ଭୁବନେଶ୍ବର: ଗତକାଲି କମିସନରେଟ୍ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ସୁରକ୍ଷା ଦେବା ଲାଗି ଏକ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲା ବେଳେଏବେ ତାଙ୍କ ମତ ତାଙ୍କ ପାଇଁସମସ୍ୟା ଆଣିଛି । ବିଜେଡି ମୁଖପାତ୍ର ତାଙ୍କ ମତକୁ ସମାଲେଚନା କରିବା ପରେ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଙ୍କ ପାଇଁ ବିପଦର କାରଣ ହୋଇଛି । ବିଜେଡି ମୁଖ ପାତ୍ରୁ ସିପିଙ୍କ ମତକୁ ବିରୋଧ କରିବା ଅର୍ଥ ସବୁକିଛି ବୁଝାପଡି ଯାଉଛି । ମୁଖପାତ୍ର ଲେନିନ ମହାନ୍ତି ଦଳର ଅନୁମତି ନନେଇ କେବେ ହେଲେ ଏଭଳି ବିରୋଧ କରିବାକୁ ସାହସ କରିନଥାନ୍ତେ । ଏକଥା ବି କୁହାଯାଉଛି ଲେନିନଙ୍କୁ ଏପରି କହିବା ପାଇଁ ଦଳର ନିର୍ଦ୍ଦେଶ ଥାଇପାରେ ।
ପୁଲିସ କମିସନରେଟ ପକ୍ଷରୁ ମହିଳାଙ୍କ ସୁରକ୍ଷା ଲାଗି ୨୪୬ ଜଣ ମହିଳା ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସପିଓ)ଙ୍କୁ ନିଯୁକ୍ତ କରାଯାଇଛି । ଏହି ଅବସରରେ କମିସନର ଶ୍ରୀ ଷଡଙ୍ଗୀ ବକ୍ତବ୍ୟ ରଖିଲାବେଳେ କହିଥିଲେ ସବୁବେଳେ ସ୍ତ୍ରୀ ହିଁ ରୋଷେଇ କରିବ ବୋଲି ସେମିତି କିଛି ନାହିଁ ବରଂ ସ୍ୱାମୀମାନେ ମଧ୍ୟ ରେଷେଇ ଶିଖିବା ଦରକାର । ସ୍ତ୍ରୀ ଯେତିକି ପରିଶ୍ରମ କରି ରୋଷେଇ କରୁଛି, ସ୍ୱାମୀ ମଧ୍ୟ ସେତିକି ପରିଶ୍ରମ କରି ରୋଷେଇ କାମ ତୁଲାଇବା ଦରକାର । ଯେଉଁ ପୁରୁଷମାନେ ରୋଷେଇ ନ ଶିଖିଥିବେ ସେମାନଙ୍କୁ ବିବାହ କରିବା କଥା ନୁହେଁ ବୋଲି କମିଶନର କହିଥିଲେ ।
କମିଶନରଙ୍କ ଏହି ଉକ୍ତିକୁ ସମାଲୋଚନା କରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ କେବଳ ମହିଳା ଏସପିଓ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି । ଲିଙ୍ଗଗତ ସମାନତାର କଥା କୁହାଯାଉଥିବା ବେଳେ କାହିଁକି କେବଳ ଯୁବତୀଙ୍କୁ ନିଯୁକ୍ତି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ମହିଳାମାନଙ୍କ ସୁରକ୍ଷା ଲାଗି ପୁରୁଷଙ୍କୁ ଆହ୍ବାନ କରିବା ଦରକାର। ମହିଳାଙ୍କ ସହିତ ପୁରୁଷ ଏସପିଓଙ୍କୁ ନିଯୁକ୍ତି ଦିଆଯିବା ଦରକାର । ପୁରୁଷ ଓ ମହିଳା ଏକାଠି କାମ କଲେ ସଫଳତା ମିଳିବ ।ପୁରୁଷ ରୋଷେଇ ଶିଖିବା ବାହାଘର ପାଇଁ ଏକ ଯୋଗ୍ୟତା ବୋଲି ସେ କହିଛନ୍ତି । ମୁଁ ରୋଷେଇ ଶିଖିନି, ତା’ମାନେ କ’ଣ ମୁଁ ମହିଳାଙ୍କୁ ସମ୍ମାନ ଦିଏନି ? ଏହି ବାର୍ତ୍ତା ସମାଜକୁ ସଂଗଠିତ କରିବନି ବରଂ ଭାଙ୍ଗିଦେବ । କାଲି ଏସପିଓ ନିଯୁକ୍ତି ବେଳେ ରୋଷେଇ କଥା କହିଥିଲେ କମିଶନର । ଯେଉଁ ପୁଅ ରୋଷେଇ ଶିଖିନି ତାଙ୍କୁ ବାହା ହୁଅନି ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking