40.1 C
Bhubaneswar
Thursday, April 25, 2024
Homeଓଡିଶାଆରମ୍ଭ ହେଲା ଟ୍ୱିଟ୍ ୱାର, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ...

ଆରମ୍ଭ ହେଲା ଟ୍ୱିଟ୍ ୱାର, ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ବୈଜୟନ୍ତଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ ପୁଲିସ ଉଠାଇନେବା ଘଟଣାକୁ ନେଇ ଟୁଇଟ ଯୁଦ୍ଧ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ବିଜେପି ନେତା ବୈଜୟନ୍ତ ପଣ୍ଡା ଟୁଇଟ କରିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି । ଗତକାଲି ବୈଜୟନ୍ତ ଟୁଇଟ କରି କହିଥିଲେ, ସାମ୍ବାଦିକଙ୍କୁ ଉଠାଇନେବା, ଦୁର୍ବ୍ୟବହାର କରିବା ଓ ହେପାଜତକୁ ନେଇ ଜେରା କରିବା ଭଳି ଲଜ୍ଜାକର କାମ କରୁଛନ୍ତି ଓଡ଼ିଶା ପୁଲିସ ଓ ମହାରାଷ୍ଟ୍ର ପୁଲିସ । ତାହା ପୁଣି ଆଇନର ବିନା ପ୍ରକ୍ରିୟାରେ, ଠିକ୍ ପାକିସ୍ତାନ ଭଳି । ବୈଜୟନ୍ତଙ୍କ ଏଭଳି ଟ୍ୱିଟକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଟ୍ୱିଟରରେ ତାଙ୍କୁ ଘେରିଛନ୍ତି ବିଜେଡି ନେତା ।

ତାଙ୍କର ଏଭଳି ଟ୍ୱିଟକୁ ଦୃଢ ବିରୋଧ କରିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ଲେଖିଛନ୍ତି ଯେ ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରି ଆହୁରି ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛନ୍ତି ବୈଜୟନ୍ତ । ବୈଜୟନ୍ତ ପଣ୍ଡା ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଶାବାସୀଙ୍କୁ ଅପମାନିତ କରିଥିବା ଟ୍ୱିଟ୍ ଯୋଗେ କହିଛନ୍ତି ପ୍ରଣବ ।

ସେହିପରି ବୈଜୟନ୍ତଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ ଟ୍ବିଟ୍‌ କରି ବୈଜୟନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ‘ଏ ମାଟି ତୁମକୁ ଓ ତୁମ ପରିବାରକୁ ବହୁତ କିଛି ଦେଇଛି’। ‘ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନାର ଦୁଃସାହସ କିପରି କଲ ?’ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ‘୨୦୧୯ ପୂର୍ବରୁ କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିଲ’ । ‘କେନ୍ଦ୍ରାପଡ଼ା କ’ଣ ପାକିସ୍ତାନରେ ଅଛି ?’ ‘ଯଦି ସେପରି ଭାବୁଛ ତାହେଲେ ଓଡ଼ିଶା ଛାଡ଼ି ଚାଲିଯାଅ’ ବୋଲି ଅନୁଭବ ଟ୍ବିଟ୍ କରି ଲେଖିଛନ୍ତି ।

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଆମେ ସମସ୍ତେ ଆଇନକାନୁନ ଜାଣିଛେ, ତେଣୁ ବୋକା ବନାନ୍ତୁ ନାହିଁ ।
ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ନିଜ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବାଠାରୁ ଅଧିକ ଲଜ୍ଜାଜନକ ଆଉ କିଛି ନୁହେଁ । ଏହା ସହ ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା ବୈଜୟନ୍ତଙ୍କ ଟ୍ୱିଟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିବା ସହ କହିଛନ୍ତି, ଆପଣଙ୍କୁ ଭୋଟ ଦେଇଥିବା ଲୋକଙ୍କୁ ପାକିସ୍ତାନୀଙ୍କ ସହ ତୁଳନା କରିବା ଅତନ୍ତ୍ୟ ନିନ୍ଦନୀୟ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଅପମାନ । Do you want to know which mobile app, according to the editors’ casino.guru, deserves special attention of Indian players? Of course, this is the Melbet App for sport betting in India, which can be downloaded for free for Android and iOS. Melbet is certainly famous not only for its generous sports bonuses, high odds, but above all for its huge sports line that covers not only football, basketball and rugby, but also offers a variety of markers for cricket fans.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking