ବରିଷ୍ଠ ବିଜେଡ଼ି ନେତା ପ୍ରଦିପ୍ ଦାସ ସସ୍‌ପେଣ୍ଡ

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ପୁର୍ବତନ ବିଧାୟକ ଜିବନ ପ୍ରଦିପ୍ ଦାସ ସସ୍‌ପେଣ୍ଡ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ବିଜେଡ଼ି ସଭାପତି ନବିନ୍ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସସ୍‌ପେଣ୍ଡ କରାଯାଇଥିବା ଜଣାପଡ଼ିଛିା ଏନେଇ ଜୀବନ ପ୍ରଦୀପ ଦାଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏ ସମ୍ପର୍କରେ ସେ ଆନୁଷ୍ଠାନିକ ଭାବେ କିଛି ସୂଚନା ପାଇନାହାନ୍ତି। ଯଦି ଏପରି କାର୍ଯ୍ୟାନୁଷ୍ଠାନ ହୋଇଥାଏ, ତାହେଲେ ଯେଉଁ ଅଭିଯୋଗ ସେଥିରେ ଦର୍ଶାଯାଇଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି। ଆସନ୍ତାକାଲି ସେ ସାମ୍ବାଦିକ ସମ୍ମିଳନୀ ଡକାଇ ସବୁ ସୂଚନା ଦେବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here