32.8 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କଲେ ସମ୍ବୋଧନ

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ କଲେ ସମ୍ବୋଧନ

ଭୁବନେଶ୍ୱର : ଆଜି ହେଉଛି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଏହି ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ଅନୂଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ସମାବେଶ । ଆଜି ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ମାନଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମହିଳାଙ୍କୁ ଅଗ୍ରଧିକାର ଦିଆଯାଉଛି । ମା’ ଆଗେଇଲେ ସମାଜ ଓ ଦେଶ ମଧ୍ୟ ଆଗେଇବ । ତେଣୁ ବିଜେଡ଼ି ପକ୍ଷରୁ ମହିଳା ମାନଙ୍କ ପାଇଁ ପଞ୍ଚାୟତ , ୟୁଏଲବିରେ ୫୦ ପ୍ରତିଶତ ସଂରକ୍ଷଣ କରାଯାଇଛି । ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜେଡି ଲଗାତର ଭାବେ ଲଢେଇ କରୁଛି । ବିଜେଡ଼ି ନିର୍ବାଚନ ବେଳେ କଥା ଦେଇ ନିର୍ବାଚନ ସରିଗଲା ପରେ କଥା ଭୁଲି ନଯାଇ କାମରେ କରି ଦେଖାଏ ବୋଲି କହିଛନ୍ତି ଦଳର ସୁପ୍ରିମୋ । ତେବେ ୨୦୧୯ରେ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ବିଜେଡ଼ି ଟିକେଟ ଦେଇଥିଲା । ଅନ୍ୟ ସଭା ଗୁଡ଼ିକରେ ମଧ୍ୟ ସ୍ଥାନ ସଂରକ୍ଷଣ ପାଇଁ ବିଜେଡ଼ିର ଲଢେଇ ଜାରି ରହିବ । ଆବଶ୍ୟକ ପଡ଼ିଲେ ଏହି ଲଢେଇକୁ ଅନ୍ଦୋଳନର ରୁପ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking