32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଛି । ଜନ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବହିଷ୍କୃତ ହୋଇଛନ୍ତି ବୋଲି ଜଣାପଡ଼ିଛି । ୨୦୧୯ ନିର୍ବାଚନ ପରେ ଦଳ ପକ୍ଷରୁ ଏ ହେଉଛି ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ । କିନ୍ତୁ କ’ଣ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବର୍ତ୍ତମାନ ସୁଦ୍ଧା ବି ଜଣାପଡ଼ି ନାହିଁ । ଅଭିଯୋଗ ଅନୁସାରେ ଲୋକଙ୍କ ବିରୁଦ୍ଧରେ ସେ କାର୍ଯ୍ୟ କରୁଥିଲେ ବୋଲି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି । ନିଜ ନିର୍ବାଚନ ମଣ୍ଡଳୀରେ ହେଉ ବା ଅନ୍ୟ ସ୍ଥାନରେ ହେଉ ବିଭିନ୍ନ ପ୍ରକାର ଜନବିରୋଧୀ କାର୍ଯ୍ୟକ୍ରମ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଜଣାପଡ଼ିଛି । ତେବେ ସେ କି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରିଥିଲେ, ସେ ସଂପର୍କରେ ଜାରି ହୋଇଥିବା ପ୍ରେସ୍ ରିଲିଜ୍‌ରେ କିଛି କୁହାଯାଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking