26.1 C
Bhubaneswar
Friday, March 29, 2024
HomeUncategorizedକୋଭିଡ ନିୟମ ଉଲ୍ଲଂଘନ ଅଭୀଯୋଗ ଭିତ୍ତିହୀନ, ଶସ୍ତା ରାଜନିତୀ କରୁଛନ୍ତି ବିରୋଧି - ବିଜେଡି

କୋଭିଡ ନିୟମ ଉଲ୍ଲଂଘନ ଅଭୀଯୋଗ ଭିତ୍ତିହୀନ, ଶସ୍ତା ରାଜନିତୀ କରୁଛନ୍ତି ବିରୋଧି – ବିଜେଡି

 
ବଲାଙ୍ଗିର,- ଗତ ମଙ୍ଗଳବାର ଦିନ ସ୍ଥାନିୟ ହାତିଶାଳ ପଡା କଣ୍ଟେନମେଣ୍ଟ ଜୋନ ରେ ବିଜୁ ଜନତା ଦଳ ପକ୍ଷରୁ ଅସହାୟ କଣ୍ଟେନମେଣ୍ଟ ଜୋନ ବାସିନ୍ଦାଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲ।। ଏହି ଘଟଣାରେ ବିଜେଡ କର୍ମିମାନେ କୋଭିଡ ୧୯ ନିୟମର ଉଲ୍ଲଂଘନ କରିଥିବା ଉଭୟ ବିରୋଧି ବିଜେପି ଓ କଂଗ୍ରେସ ଅଭିଯୋଗ କରିବା ସହ ସଂମ୍ପୃକ୍ତ ବିଜେଡି କର୍ମିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଥିଲେ । ଏହି ଘଟଣା ସଂପର୍କରେ ଆଜି ସ୍ଥାନିୟ ଶୈଳଶ୍ରୀ ପେଲେସ ରେ ବଲାଙ୍ଗିର ବିଜୁ ଜନତା ଦଳ ଏକ ସାମ୍ବାଦିକ ସମ୍ମିଳନି କରି ନିଜର ପକ୍ଷ ରଖିବା ସହିତ ବିଜୁ ଜନତା ଦଳ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ ଭିତ୍ତିହିନ ହୋଇଥିବା ବେଳେ , ବିରୋଧି ମାନେ ଶସ୍ତା ରାଜନିତୀ କରୁଛନ୍ତି ବୋଲି ଦଳ ତରଫରୁ କୁହାଯାଇଛି ।
ସ୍ଥାନିୟ ହାତିଶାଳ ପଡା ବାସି କଣ୍ଟେନମେଣ୍ଟ ଜୋନରେ ଫସି ରହିଥିବା ବେଳେ ଦିନ ଦିନ ଧରି ଖାଇବାକୁ ପାଇ ନଥିଲେ । ଏଭଲି ସ୍ଥିତିରେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଅନଙ୍ଗ ଉଦୟ ସିଂଦେଓ ଓ ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କ ଆହ୍ୱାନ କ୍ରମେ ଏହି ଅଂଚଳବାସୀଙ୍କୁ ଶୁଖିଲା ଖାଦ୍ୟ ପେକେଟ ବଣ୍ଟନ କରାଯାଇଥିବା ବେଳେ କୋଭିଡ ୧୯ ର ସମସ୍ତ ନିୟମାବଳି ପାଳନ କରାଯାଇଥିଲ।। ଆହୁରି ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାସ୍କ ପିନ୍ଧି ସାମାଜିକ ଦୁରତା ରକ୍ଷା କରିବା ସହ ବଫର ଜୋନ ବେରିକେଡ ବାହରୁ ପୋଲିସ କର୍ମିଙ୍କ ଉପସ୍ଥିତିରେ ସ୍ୱେଚ୍ଛାସେବିଙ୍କୁ ଖାଦ୍ୟ ପେକେଟ ଗୁଡିକ ଦିଆଯାଇଥିବା ଜିଲ୍ଲା ଉପସଭାପତି ପ୍ରଦ୍ୟୁତ ମିଶ୍ର କହିଥିଲେ ।
ବିଜୁ ଜନତା ଦଳର ସହାୟତା ପାଇ ଅଂଚଳବାସି ବେସ ଉପକୃତ ହେବା ସହ ଦଳ ର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ । ଏସବୁ ଦେଖି ବିଜେପି ଓ କଂଗ୍ରେସ ଦଳ ଅସୁଆ ମନୋଭାବ ରଖି, ଭିତ୍ତିହିନ ଭାବେ ବିଜେଡି ଦଳ କୋଭିଡ ନିୟମ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିବା ସହ ବିରୋଧୀ ଶସ୍ତା ରାଜନିତୀ କରୁଛନ୍ତି ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ମିଶ୍ର ପ୍ରକାଶ କରିଛନ୍ତି ।
ଆହୁରି, ଏଭଳି ସମୟରେ ଜନସାଧାରଣଙ୍କ ନିଜ ପଡା ବାସୀଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ପରିବର୍ତ୍ତେ ସ୍ଥାନୀୟ ବିଜେପି ନେତା ଘୃଣ୍ୟ ରାଜନିତୀ କରୁଛନ୍ତି । ସେହିପରି ମାନବତା ନଥାଇ ମାନବ ଅଧୀକାର ର କଥା କହିବା ଅର୍ଥହୀନ, ଏଭଳି ଶସ୍ତା ରାଜନିତୀ କରିବା କଂଗ୍ରେସ ବିଧାୟକଙ୍କୁ ଶୋଭା ପାଏ ନାହିଁ ବୋଲି ବିଜେଡି ତରଫରୁ କୁହାଯାଇଛିା ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଛାତ୍ର ବିଜେଡି ନେତା ରାଜେନ୍ଦ୍ର ପ୍ରସାଦ ହୋତା, ବରିଷ୍ଟ ସଭ୍ୟ ସଞ୍ଜିବ ମିଶ୍ର, ସଞ୍ଜିବ ନାଥ,ବୁଲୁ ବେହେରା ଓ ବିଭୁତି ଭୁଷଣ ମିଶ୍ର ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking