23.1 C
Bhubaneswar
Tuesday, March 19, 2024
Homeଓଡିଶାସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡି

ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି: ବିଜେଡି

*ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ବିଜେପି
*ପୀଡିତାଙ୍କୁ କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ଦେବା ଚାହୁଁନି ବିଜେପି
*ବିଜେପିକୁ କଡା ଜବାବ ଦେଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ସମ୍ବେଦନଶୀଳ ଅପରାଧୀକ ମାମଲାକୁ ନେଇ ବିଜେପି ରାଜନୀତି କରୁଛି ଓ ବିନା ପ୍ରମାଣରେ ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି । ଏପରିକି ଜଘନ୍ୟ ମାମଲାରେ ପୀଡିତା କିମ୍ବା ସେମାନଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ବିଜେପି ଚାହୁଁନଥିବା କହିଛନ୍ତି ବିଜେଡିର ପ୍ରମିଳା ମଲିକ ଓ ରାଜ ଚକ୍ର ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ କଡା ଜବାବ ଦେଇଛନ୍ତି ଉଭୟ ନେତା । ଶ୍ରୀମତୀ ମଲ୍ଲିକ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କହିଛନ୍ତି ଯେ ସୁଶ୍ରୀ ମମିତା ମେହେରଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଆମର ଗଭୀର ସମବେଦନା ରହିଛି । ଏହି ଘଟଣାରେ ଆମେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ । ଆମେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରଖିଛୁ ଯେ ଏହି ମାମଲାରେ ଅଭିଯୁକ୍ତମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ଏବଂ ପୀଡିତା ପରିବାର ନ୍ୟାୟ ପାଇବେ । ଏନଆଇଏରେ କାର୍ଯ୍ୟ କରିଥିବା ଜଣେ ଅଭିଜ୍ଞ ପୋଲିସ ଅଧିକାରୀ ଏହି ମାମଲାର ମନିଟରିଂ କରୁଛନ୍ତି । ୨୦୧୩ ପରଠାରୁ ଓଡିଶା ବିଜେପି ପ୍ରତ୍ୟେକ ଅପରାଧିକ ମାମଲାକୁ ସମ୍ବେଦନଶୀଳ କରିବା ସହିତ ଏହାକୁ ନେଇ ଶସ୍ତା ରାଜନୀତି କରୁଛି । ଓଡିଶାବାସୀଙ୍କ ଆଗରେ ସେମାନଙ୍କ ମୁଖା ଖୋଲିଯାଇଛି ।
ଉତ୍ତରପ୍ରଦେଶରେ କୃଷକଙ୍କୁ ହତ୍ୟା କରାଯାଇଥିବା ମାମଲାରେ ବିଜେପି ମନ୍ତ୍ରୀଙ୍କ ପୁଅ ସମ୍ପୃକ୍ତ ଥିଲା । ଜାତୀୟ ଆକ୍ରୋଶ ଓ ସମାଲୋଚନା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ଓଡ଼ିଶା ବିଜେପି ଚୁପ୍ ରହିଲା । ଓଡିଶା ବିଜେପିର ଦୋମୁହାଁ ନୀତି ଏବଂ ପୀଡିତ ଏବଂ ସେମାନଙ୍କ ପରିବାର ପ୍ରତି ସହାନୁଭୂତିର ଅଭାବ ବିଷୟ ଏଥିରୁ ଜଣାପଡୁଛି । ବର୍ତ୍ତମାନର ଘଟଣା ଏକ ଶିକ୍ଷାନୁଷ୍ଠାନ ସହିତ ଜଡିତ ଯେଉଁଠାରେ ଶହ ଶହ ଛାତ୍ର ଅଧ୍ୟୟନ କରନ୍ତି । ମିଥ୍ୟା ତଥା କୁତ୍ସିତ ଅଭିଯୋଗ କରି ଏହି ପ୍ରସଙ୍ଗକୁ ରାଜନୀତିକରଣ କରି ଓଡିଶା ବିଜେପି ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ବଦନାମ କରିବା ଉଚିତ ନୁହେଁ ।
ସମସ୍ତ ଦଳର ବହୁ ରାଜନୈତିକ ନେତା ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ସେହି ଅନୁଷ୍ଠାନର ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା କୌଣସି ଭୁଲ୍‌କୁ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସହିତ ଯୋଡାଯାଇ ପାରିବନାହିଁ । ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଜେପି ନେତାଙ୍କ ବହୁ ଫଟୋ ଓଡିଶାରେ ଅନେକ ଅପରାଧିକ ମାମଲାରେ ଜଡିତ ଅଭିଯୁକ୍ତଙ୍କ ସହିତ ରହିଛି । ଶ୍ରୀ ମୋହନ ମାଝିଙ୍କ ଆକ୍ରମଣକାରୀମାନେ ମଧ୍ୟ ଫଟୋରେ କେନ୍ଦ୍ର ମନ୍ତ୍ରୀ ଓ ଶ୍ରୀ ମାଝିଙ୍କ ସହିତ ଥିବା ଦେଖିବାକୁ ମିଳୁଛି । ଆମେ କହୁ ନାହୁଁ ଯେ କେନ୍ଦ୍ରୀୟ ମନ୍ତ୍ରୀମାନେ ସେହି ମାମଲା ସହ ଜଡିତ, ଏ ବିଷୟରେ ରାଜନୀତି କରିବାକୁ ଦିଅନ୍ତୁ ନାହିଁ ।
ସେହି ଅନୁଷ୍ଠାନର ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆବଶ୍ୟକ ଏବଂ ଓଡିଶା ବିଜେପି ଏଭଳି ଶସ୍ତା ରାଜନୀତି କରିବା ଉଚିଚ ନୁହେଁ । ପୂର୍ବ ମାମଲାଗୁଡିକରେ ଓଡିଶା ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ମାମଲାରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଥ୍ୟା ବିବୃତ୍ତି ନଦେବା ଏବଂ ଏଭଳି ସମ୍ବେଦନଶୀଳ ମାମଲାକୁ ସ୍ପର୍ଶକାତର ନକରିବାକୁ ଶ୍ରୀମତୀ ମଲ୍ଲିକ ଓଡିଶା ବିଜେପିକୁ ଅନୁରୋଧ କରିଛନ୍ତି ।
ସେହିଭଳି ବିଜେପି ନେତା ମୋହନ ମାଝିଙ୍କ ଉପରେ ବୋମାମାଡ ପ୍ରସଙ୍ଗରେ ରାଜ ଚକ୍ର କହିଛନ୍ତି ଯେ କେନ୍ଦୁଝରର ଲୋକମାନେ ଶ୍ରୀ ମୋହନ ମାଝିଙ୍କୁ ସେମାନଙ୍କର ଜନ ପ୍ରତିନିଧୀ ଭାବରେ ମନୋନୀତ କରିଛନ୍ତି । କିନ୍ତୁ ସେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାଁନ୍ତି ବରଂ ସେ ନିଜର ଠିକାଦାରୀ ଏବଂ କଌକ୍ଷଗ୍ଧ;୍ରାକ୍ଟ୍ରି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଶ୍ରୀ ମୋହନ ମାଝିଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଏବଂ ମୁଁ ଏହାକୁ ଦୃଢ ଭାବେ ନିନ୍ଦା କରିଛି । ପରେ ଜଣାପଡିଥିଲା ଯେ ଶ୍ରୀ ମୋହନ ମାଝିଙ୍କ ଉପରେ ଆକ୍ରମଣ କରିଥିବା ଲୋକେ ଶ୍ରୀ ମାଝିଙ୍କର ଅତ୍ୟନ୍ତ ଘନିଷ୍ଠ ଏବଂ ଠିକାଦାରୀ ଓ କଌକ୍ଷଗ୍ଧ;୍ରାକ୍ଟ୍ରି କାମକୁ ନେଇ ଏହି ଆକ୍ରମଣ ହୋଇଥିଲା । ଏହା ତାଙ୍କ ନିଜ ଦୋଷ ପାଇଁ ହୋଇଥିଲା ଏବଂ ମୋ ଯୋଗୁଁ ନୁହେଁ ।
ଯାହାସବୁ ତାଙ୍କ ମଧ୍ୟରେ ଘଟିଲା, ତାହା ଦଳ ଏବଂ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଥିଲା ଯାହାକୁ ସେ ଠିକାଦାରୀ ଦେଇନଥିଲେ ଏବଂ ଏହି କାରଣରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କର ସେହି ସହଯୋଗୀମାନଙ୍କୁ ଠିକାଦାରୀ ଦେବା ପରିବର୍ତ୍ତେ, ସେ ଅନ୍ୟ କେତେକ ଲୋକଙ୍କୁ କାମ ଦେଇଥିଲେ ଯାହା ତାଙ୍କ ସହଯୋଗୀଙ୍କୁ କ୍ରୋଧିତ କରିଥିଲା ଏବଂ ଯେଉଁଥିପାଇଁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ, ସତ୍ୟ ଜାଣିବା ସତ୍ୱେ ସେ ମୋତେ ବଦନାମ କରିଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ଓଡିଶା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାକୁ ଆସି ମିଥ୍ୟା ଏବଂ କୁତ୍ସିତ ଭାବରେ ବିନା ପ୍ରମାଣରେ ମୋତେ ଏହି ଘଟଣାରେ ଜଡିତ କରିବାକୁ ଚେଷ୍ଟା କରିଥିଲେ । ଶ୍ରୀ ମାଝି ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିଚ୍‍ ନଚେତ ମୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ଚକ୍ର କହିଛନ୍ତି । ଶ୍ରୀ ମାଝି ତାଙ୍କର ଠିକାଦାରୀ ଛାଡି କେନ୍ଦୁଝରର ଲୋକମାନଙ୍କ ପାଇଁ କାମ କରିବା ଉଚିତ ଯେଉଁମାନେ ତାଙ୍କୁ ନିର୍ବାଚିତ କରିଛନ୍ତି ବୋଲି ଶ୍ରୀ ଚକ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking